24 Carat Gold Sweets: ବାଇକ୍ ଦାମ୍ରେ ମିଳୁଛି ମିଠା! ବଜାରରେ ବିକ୍ରି ହେଉଛି ଲକ୍ଷେ ଟଙ୍କିଆ ‘ଗୋଲ୍ଡ ମିଠା’
ବଜାରରେ ଲକ୍ଷେ ଟଙ୍କିଆ ମିଠା।
ଗୋଟିଏ ପିସ୍ର ଦାମ୍ ଶୁଣିଲେ ଉଡିଯିବ ହୋସ୍।
ଆପଣ ସର୍ବାଧିକ କେତେ ଟଙ୍କାର ମିଠା କିଣିଛନ୍ତି ?
ଶହେ, ୫୦୦ କି ହଜାରେ ?
କିନ୍ତୁ ଏହି କିଲେ ମିଠାର ଦାମ୍ରେ ଗୋଟିଏ ନୂଆ ବାଇକ୍ ଆସିଯିବ?
ଏଥର ଦୀପାବଳିରେ ବଜାରକୁ ଆସିଛି ଏକ ସ୍ବତନ୍ତ୍ର ମିଠା, ଯାହାକୁ କିଣିବାକୁ ଆପଣଙ୍କୁ ବ୍ୟାଙ୍କରୁ ଲୋନ ନେବା ପାଇଁ ବି ପଡିପାରେ ।
କାରଣ ଏହା ଏମିତି ସେମିତି ମିଠା ନୁହେଁ ବରଂ ଖାଣ୍ଟି ୨୪ କ୍ୟାରେଟ୍ ସୁନାରେ ତିଆରି ମିଠା ।
Advertisment ଚଳିତ ଦୀପାବଳି ଉପଲକ୍ଷେ ରାଜସ୍ଥାନର ଜୟପୁର ସହରରେ ବିକ୍ରି ହେଉଛି ଏହି ରୟାଲ୍ ମିଠା ।
ଏହାର ନାଁ 'ତ୍ୟୋହାର ଅଶର୍ଫି' ରଖାଯାଇଛି ।
ଏହା ଦେଖିବାକୁ ପ୍ରାଚୀନ କାଳର ଅଶର୍ଫି ବା ସୁନା ମୁଦ୍ରା ଭଳି ।
୧ କିଲୋଗ୍ରାମ ତ୍ୟୋହାର ଅଶର୍ଫି ମିଠାର ଦାମ୍ ପାଖାପାଖି ୧ ଲକ୍ଷ ୨୩ ହଜାର ୪୪୪ ଟଙ୍କା ।
ଗୋଟିଏ ପିସ୍ର ଦାମ ୧,୧୧୧ ଟଙ୍କା ।
ଆପଣ ଭାବୁଥିବେ, ଏହି ମିଠାରେ ଏମିତି କ'ଣ ଖାସ୍ ଅଛି ଯେ ଏହାର ଦାମ୍ ଏତେ ଅଧିକ ?
ଜୟପୁରର ଏକ ପ୍ରସିଦ୍ଧ ଦୋକାନରେ ପ୍ରସ୍ତୁତ ହେଉଥିବା ଏହି ମିଠା ଭିତରେ ରହିଛି ଶୁଦ୍ଧ ବାଦାମର ପେଷ୍ଟ ଓ ସ୍ୱର୍ଣ୍ଣ ଭସ୍ମ ।
ଏହା ଉପରେ ଖାଇବା ଯୋଗ୍ୟ ୨୪ କ୍ୟାରେଟ୍ ସୁନାର ପତଳା ଆସ୍ତରଣ ଦିଆଯାଇଛି ଓ କେଶରରେ ସଜାଯାଇଛି ।
ପୁରାତନ କାଳରେ ରାଜା-ମହାରାଜାମାନେ ପରସ୍ପରକୁ ସୁନାର ଅଶର୍ଫି ଉପହାର ଦେଉଥିଲେ।
ତାକୁ ମନେପକାଇ ଏହି ମିଠା ପ୍ରସ୍ତୁତ କରାଯାଇଥିବା ବ୍ୟବସାୟୀ କହିଛନ୍ତି ।
Advertisment ସାଧାରଣ ଲୋକଙ୍କ ବଜେଟ୍ରୁ ଏହି 'ସୁନା ମିଠା' ଟିକେ ଦୂରରେ ଥିଲେ ବି ଦୀପାବଳି ବଜାରରେ ଏହି ରାଜକୀୟ ମିଠା ବେଶ୍ ଚର୍ଚ୍ଚାରେ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।