3 Arrested: ଆନନ୍ଦପୁରରେ ଗୋରୁ ଚୋରି ଅଭିଯୋଗ: ୩ ଅଭିଯୁକ୍ତ ଗିରଫ, ସିସିଟିଭିରୁ ମିଳିଲା ସୁରାକ୍
"ଆନନ୍ଦପୁର: ଆନନ୍ଦପୁର ସହରରୁ ଗୋରୁ ଚୋରି ଅଭିଯୋଗରେ ତିନିଜଣ ଗିରଫ ହୋଇଛନ୍ତି l ଗିରଫ ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ପୁରୁଣା ବଜାରର ମହମ୍ମଦ ସାହାବାଜ୍ (୩୨), ଯଶିପୁର ଥାନା ଧୋବାଡିଆର ମହମ୍ମଦ ରେହାନ୍ (୧୯), ରାଇରଙ୍ଗପୁର ଥାନା ଟେଣ୍ଟପସିର ସେକ୍ ନାଜିର (୨୭) l ଏନେଇ ଆନନ୍ଦପୁରର ହାଡିବନ୍ଧୁ ଖୁଣ୍ଟିଆ ଥାନାରେ ଅଭିଯୋଗ କରିଥିଲେ lAdvertisment ଆଜି କୋର୍ଟ ଚାଲାଣ କରାଯିବ ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୨୯/୩୦ତାରିଖ ରାତିରେ ତିନି ଜଣ ଅଜଣା ବ୍ୟକ୍ତି ଆନନ୍ଦପୁର ବ୍ଲକ୍ ରୋଡ୍ରୁ ଏକ ଚାରି ଚକିଆ ଗାଡ଼ି ଯୋଗେ ଗୋରୁ ଚୋରି କରିଥିଲେ, ଯାହା ସିସିଟିଭିରେ କଏଦ ହୋଇଥିଲା।
ଆନନ୍ଦପୁର ପୁଲିସ୍ ବ୍ୟାପକ ତଦନ୍ତ ଓ ସିସିଟିଭି ଯାଞ୍ଚ ପରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଆନନ୍ଦପୁର ଥାନା ମାମଲା ନଂ ୨୪୧ ତା ୦୫.୦୯.୨୦୨୬ ଧାରା ୩୦୩(୨) ବିଏନଏସ୍ ଅନୁସାରେ ସେମାନଙ୍କୁ ଗିରଫ କରାଯାଇଛି l ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଆନନ୍ଦପୁର ଏସ୍ଡ଼ିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି l Snake: ମହାକାଳପଡ଼ାରେ ୧୪.୫ ଫୁଟ୍ର ବିରାଟକାୟ ଅଜଗର ଉଦ୍ଧାର, ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।