Village of Migrant Workers: ଦାଦନଙ୍କ ଗାଁ ‘ସାଲର’: ଶହେ ଟଙ୍କା ପାଇଁ ଦିନରାତି ଖଲି ସିଅଁନ୍ତି ମହିଳା
"ଅନୁଗୋଳ (କପିଳେନ୍ଦ୍ର ପ୍ରଧାନ): ଗାଁ ଭିତରକୁ ପଶିବା ମାତ୍ରେ ନଜର ପଡ଼ିବ ଦାଣ୍ଡରେ ଖେଳୁଥିବା କୁନିକୁନି ପିଲାଙ୍କ ଉପରେ।
ଆଉ ପ୍ରତିଘର ବାରଣ୍ଡାରେ ବସି ମହିଳାମାନେ ଶାଳପତ୍ରରେ ଖଲି ସିଉଁଥିବେ।
ଦୁଇ ଚାରିଜଣଙ୍କୁ ଛାଡ଼ିଦେଲେ ଗାଁରେ ପୁରୁଷ ଦେଖିବାକୁ ମିଳନ୍ତି ନାହିଁ।
କାରଣ, ଗାଁର ପ୍ରାୟ ସବୁ ପୁରୁଷ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି।
ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲାର "ସାଲର" ପାଲଟିଯାଇଛି ଦାଦନଙ୍କ ଗାଁ।Advertisment Mayurbhanj: ଡାହାଣୀ ଓ ଅନ୍ଧବିଶ୍ୱାସ ସଂଖ୍ୟା ବୃଦ୍ଧି; ୫ ବର୍ଷରେ ୭୦ ମାମଲା ଅନୁଗୋଳ ବ୍ଲକ୍ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପୁରୁଣାକୋଟ ପଞ୍ଚାୟତର ସାଲର ଗାଁ।
ପ୍ରାୟ ୫୦ ପରିବାର ରୁହନ୍ତି ଏ ବଣପାହାଡ଼ଘେରା ଗାଁରେ।
ପୂର୍ବରୁ ଗାଁ ଲୋକେ ଚାଷବାସ ଓ ମୂଲମଜୁରି କରି ପରିବାର ଚଳାଉଥିଲେ।
ହେଲେ, ବନ୍ୟଜନ୍ତୁଙ୍କ ଉପଦ୍ରବ ପାଇଁ ଗାଁରେ ଚାଷ ବନ୍ଦ ହୋଇଗଲା।
ସରକାରୀ ଓ ଜଙ୍ଗଲ କାମ ମିଳିବା ବି କମିଗଲା।
ରୋଜଗାରର ଅନ୍ୟପନ୍ଥା ନଥିବାରୁ ଗାଁର ପ୍ରତିଘରୁ ଜଣେ କିମ୍ବା ୨ ଜଣ ଦାଦନ ଖଟିବାକୁ ଯାଉଛନ୍ତି।
ଗାଁର ଏବେ ପ୍ରାୟ ୬୦ରୁ ଅଧିକ ଲୋକ, କିଏ ଆନ୍ଧ୍ରପ୍ରଦେଶର ଢାବାରେ କାମ କରୁଛି ତ", ଆଉ କିଏ ସୁରତର ସୂତା ମିଲ୍, ନହେଲେ ମୁମ୍ବାଇରେ ନିର୍ମାଣ ଶ୍ରମିକ ଭାବେ କାମ କରୁଛି।
ସାଲର ଗାଁର ପ୍ରଭାତ ଜାନି କହିଛନ୍ତି, ଖଣିଖାଦାନ, ଶିଳ୍ପ ଓ କଳକାରଖାନାରେ ଆମ ଜିଲ୍ଲା ସମୃଦ୍ଧ।
କିନ୍ତୁ, ଏଠି ଆମମାନଙ୍କୁ କାମ ମିଳେନି।
ତେଣୁ, ମାସିକ ମାତ୍ର ୧୦-୧୨ ହଜାର ଟଙ୍କା ପାଇଁ ବାଧ୍ୟ ହୋଇ ବର୍ଷତମାମ ବାହାର ରାଜ୍ୟରେ ଦାଦନ ଖଟୁଛୁ।
ଗାଁର କାଞ୍ଚନ ପ୍ରଧାନ କହିଛନ୍ତି, ଅନ୍ୟ କୌଣସି କାମ ମିଳୁନଥିବାରୁ ଗାଁର ପ୍ରାୟ ସବୁ ମହିଳା ଜଙ୍ଗଲରୁ ଶାଳପତ୍ର ତୋଳି ଖଲି ତିଆରି କରନ୍ତି।
ଦିନଯାକ ପରିଶ୍ରମ କରି ୨୦୦-୩୦୦ ଖଲି, ଚଉପତି ସିଇଁଲେ ଶହେ ଟଙ୍କା ବି ମିଳେନି।
ବିଦ୍ୟୁତ୍, ପାଣି, ସ୍କୁଲ, ଅଙ୍ଗନବାଡ଼ି ନାହିଁସଞ୍ଜ ନଇଁଲେ ଘରେ ପଡ଼େ ତାଟିକବାଟ Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ ସାଲର ଗାଁ ଯେ କେବଳ ଦାଦନ ଯନ୍ତ୍ରଣାରେ ଜର୍ଜରିତ ତାହା ନୁହେଁ, ଏ ଗାଁ ବହୁ ସରକାରୀ ସୁବିଧାସୁଯୋଗରୁ ବଞ୍ଚିତ।
କେବେ ବିଜୁଳି ଆଲୁଅ ଦେଖିନଥିବା ଏ ଗାଁରେ ବଣ୍ୟପ୍ରାଣୀଙ୍କ ଭୟରେ ସଞ୍ଜ ହେଲେ ଘରେ ତାଟିକବାଟ ପଡ଼େ।
ଗାଁରେ ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲ ତ" ଦୂରର କଥା ଅଙ୍ଗନବାଡ଼ିଟିଏ ନାହିଁ। ପ୍ରାୟ ୧୦ କିଲୋମିଟର ଦୂର ଛୋଟକେଇରେ ହଷ୍ଟେଲରେ ରହି ପଢ଼ିବା ସବୁ ପିଲାଙ୍କ ଭାଗ୍ୟରେ ଜୁଟୁନାହିଁ।
ଗାଁରେ ମାଗଣା ଚାଉଳ ତ" ମିଳେ, ହେଲେ ରୋଷେଇ କରିବାକୁ ଭଲ ପାଣି ମୁନ୍ଦେ ମିଳେନି।
ବର୍ଷେ ହେଲା ଗାଁରେ ପାଇପ୍ ବିଛାଯାଇଛି, ଟ୍ୟାପ୍ ଲାଗିଛି, କିନ୍ତୁ ପାଣି ଆସୁନି।
ସୌରଶକ୍ତି ଚାଳିତ ଏକମାତ୍ର କୂଅଟି ବର୍ଷାଦିନେ ଅଚଳ ହୋଇଯାଏ।
ନାଳରେ ଚୁଆ ଖୋଳି ପାଣି ପିଇବାକୁ ସାଲର ଗାଁ ଲୋକେ ବାଧ୍ୟ ହୁଅନ୍ତି।
ଗାଁର ପଦ୍ମିନୀ ବର୍ଗିଆ କହିଛନ୍ତି, "ଭୋଟ୍ ବେଳେ ନେତାଏ ଆସନ୍ତି, ସବୁ କରିଦେବୁ ବୋଲି ପ୍ରତିଶ୍ରୁତି ଦିଅନ୍ତି।
ହେଲେ ଭୋଟ୍ ସରିଗଲା ପରେ କିନ୍ତୁ ଆଉ କେହି ଦେଖା ଦିଅନ୍ତିନି।" ଏନେଇ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରା କହିଛନ୍ତି, ସାଲର ଗାଁ ଲୋକଙ୍କୁ ଦାଦନ ଯିବାରୁ ରୋକିବା ପାଇଁ ଜିଲ୍ଲା ଭିତରେ ସେମାନଙ୍କ ପାଇଁ କର୍ମସଂସ୍ଥାନ ବ୍ୟବସ୍ଥା କରାଯିବ।
ସେହିପରି ଖୁବଶୀଘ୍ର ଗାଁରେ ପିଇବା ପାଣି ପହଞ୍ଚାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏମିତିକି ସାଲର ଗାଁରେ ମିନି ଅଙ୍ଗନବାଡ଼ି ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ ବୋଲି ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।