39 Candidates Dropped, Students Protest: ଛାତ୍ର ନିର୍ବାଚନ ପ୍ରାର୍ଥୀ ତାଲିକାକୁ ନେଇ ବିକ୍ଷୋଭ, କ୍ୟାମ୍ପସରେ ପୋଲିସ ଫୋର୍ସ ମୁତୟନ

Oct 10, 2026 - 09:45
39 Candidates Dropped, Students Protest: ଛାତ୍ର ନିର୍ବାଚନ ପ୍ରାର୍ଥୀ ତାଲିକାକୁ ନେଇ ବିକ୍ଷୋଭ, କ୍ୟାମ୍ପସରେ ପୋଲିସ ଫୋର୍ସ ମୁତୟନ

ପ୍ରାର୍ଥୀ ତାଲିକା ପ୍ରକାଶ ପରେ ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଉତ୍ତେଜନା। ଯୁବ ବିଜେଡି ଓ ନିମାପଡା ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ସହ ରାସ୍ତା ଅବରୋଧ କରାଯାଇଛି। କଲେଜରେ ୭୫ ସତକଡା ଉପସ୍ଥାପନ ନଥିବା ୩୯ ଜଣ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ପ୍ରାର୍ଥୀ ତାଲିକାରୁ ବାଦ ପଡ଼ିଥିବା ବେଳେ ୧୪ ଜଣଙ୍କ ପ୍ରାର୍ଥୀତ୍ବ କାୟମ ରହିଛି। ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ବାଦ ପଡ଼ିଥିବା ପ୍ରାର୍ଥୀ ଓ ତାଙ୍କ ସମର୍ଥୀତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। 

କ୍ୟାମ୍ପସରେ କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେପଟେ କ୍ୟାମ୍ପସ ନିର୍ବାଚନ ଏସ ଓ ପି ଅନୁଯାୟୀ ୭୫ ଶତକଡାରୁ ଉପସ୍ଥାନ କମ ଥିବା ପ୍ରାର୍ଥୀ ମାନଙ୍କ ନାମକୁ ତାଲିକାରୁ ବାଦ ଦିଆଯାଥିବା ମହାବିଦ୍ୟାଳୟ ଅଧକ୍ଷ କହିଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।