World Mental Health Day: ମାନସିକ ରୋଗର ଶିକାର ହେଉଛନ୍ତି ଯୁବପିଢି, ଖୋଲା ଆଲୋଚନା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ

Oct 10, 2026 - 10:28
World Mental Health Day: ମାନସିକ ରୋଗର ଶିକାର ହେଉଛନ୍ତି ଯୁବପିଢି, ଖୋଲା ଆଲୋଚନା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ

ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ। ପ୍ରତିବର୍ଷ ବିଶ୍ବରେ ଅକ୍ଟୋବର ୧୦ ତାରିଖକୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ଲୋକଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ମାନସିକ ଅବସାଦ ବା ସମସ୍ୟାକୁ ନେଇ ରହିଥିବା ସାମାଜିକ କଟକଣାକୁ ଦୂର କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ଲିଭ୍ ଏକ୍ସପ୍ରେସଡ୍ ହାଡ ରିଅଲ ଭଏସ, ରିଅଲ ଚେଞ୍ଜେସ୍। 

ଅନେକ ସମୟରେ ମାନସିକ ସମସ୍ୟାର ସମ୍ମୁଖୀନ ହେଉଥିବା ଯୁବକ ଯୁବତୀ ନିଜ ସମସ୍ୟାକୁ ଖୋଲାଖୋଲି ପ୍ରକାଶ କରିପାରନ୍ତି ନାହିଁ। ସମାଜରେ ଭୁଲ୍ ଧାରଣା ଓ ଲୋକଲଜ୍ଜା ଭୟରେ ସେମାନେ ସହାୟତା ନେବାକୁ ପଛଘୁଞ୍ଚା ଦିଅନ୍ତି। ତେଣୁ ମାନସିକ ସ୍ୱାସ୍ଥ୍ୟକୁ ଶାରୀରିକ ସ୍ୱାସ୍ଥ୍ୟ ଭଳି ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ପରିବାର, ବନ୍ଧୁବାନ୍ଧବ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଯୁବପିଢ଼ିଙ୍କ ସମସ୍ୟାକୁ ଧୈର୍ଯ୍ୟର ସହ ଶୁଣିବା ସହ ସେମାନଙ୍କୁ ସହଯୋଗ କରିବା ଦରକାର। 

ଆବଶ୍ୟକ ସ୍ଥଳେ ମନସ୍ତତ୍ତ୍ୱବିତ୍ କିମ୍ବା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ମାନସିକ ସ୍ୱାସ୍ଥ୍ୟ ନେଇ ଖୋଲା ଆଲୋଚନା ହିଁ ସୁସ୍ଥ ସମାଜ ଗଠନର ପ୍ରଥମ ପଦକ୍ଷେପ। ଏହି ରୋଗର ମୁକାବିଲା କରିବା ପାଇଁ ଆମ ସମାଜରେ ବ୍ୟାପକ ଜନ ସଚେତନତାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି ମାନସିକ ରୋଗ ଚିକିତ୍ସକ ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।