4-Year-Old Girl Goes Missing: ମାତିଛନ୍ତି ଛୁଆ ଚୋର, ଘର ସାମନାରୁ ସାଢ଼େ ଚାରି ବର୍ଷର ଶିଶୁକନ୍ୟା ନିଖୋଜ
ବାରିପଦାରେ ମାତିଛନ୍ତି ଛୁଆ ଚୋର।
ଘର ସମ୍ମୁଖରୁ ସାଢ଼େ ଚାରି ବର୍ଷର ଶିଶୁକନ୍ୟା ନିଖୋଜ ଅଭିଯୋଗ।
ଭଞ୍ଜପୁର ରେଳ ଷ୍ଟେସନ ନିକଟରେ ଏକ ଭଡ଼ାଘରେ ରହୁଥିବା ପରିବାରର ଛୋଟ ଝିଅ ନିଖୋଜ ହୋଇଯାଇଛି।
ଗତକାଲି ଦିନ ପ୍ରାୟ ୧୧ଟା ବେଳେ କୁନି ଝିଅ ମାହି ମହିରା ସୋରେନ ଘର ବାରଣ୍ଡାରେ ଖେଳୁଥିଲା।
ମାଆ ରୋଷେଇ କରିବା ପାଇଁ କିଛି ସମୟ ଘର ଭିତରକୁ ଯାଇଥିଲେ।
ତେବେ ବାହାରକୁ ଫେରିବା ପରେ ଝିଅକୁ ଆଉ ଦେଖିବାକୁ ପାଇ ନଥିଲେ।
Advertisment ଘଟଣାସ୍ଥଳରେ କେବଳ ଶିଶୁଟିର ଚପଲ ପଡ଼ିଥିବା ଦେଖି ମାଆଙ୍କ ମନରେ ଛନକା ପଶିଥିଲା।
ଏହାପରେ ପରିବାର ଲୋକେ ଘର ପାଖାପାଖି ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ।
ମାତ୍ର ଶିଶୁଟିର କୌଣସି ସନ୍ଧାନ ମିଳି ନଥିଲା।
ଶିଶୁକନ୍ୟାଟି ନିଖୋଜ ପରେ ବାରିପଦା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଶିଶୁଟିକୁ କେହି ଅପହରଣ କରି ନେଇଥିବା ସନ୍ଦେହ ପ୍ରକାଶ ପାଇଥିବା ବେଳେ ତାକୁ ଉଦ୍ଧାର କରିବା ପାଇଁ ପୋଲିସ ୩ଟି ଟିମ୍ କରି ତନାଘନା ଚଳାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।