6 Pilgrims Killed: ତାରାପୀଠରେ ଭୟଙ୍କର ଅଗ୍ନିକାଣ୍ଡ: ହୋଟେଲରେ ନିଆଁ ଲାଗି ୬ ତୀର୍ଥଯାତ୍ରୀ ମୃତ, ଅନେକ ଆହତ

Aug 17, 2026 - 09:42
6 Pilgrims Killed: ତାରାପୀଠରେ ଭୟଙ୍କର ଅଗ୍ନିକାଣ୍ଡ: ହୋଟେଲରେ ନିଆଁ ଲାଗି ୬ ତୀର୍ଥଯାତ୍ରୀ ମୃତ, ଅନେକ ଆହତ

ପ୍ରସିଦ୍ଧ ତାରାପୀଠ ମନ୍ଦିର ନିକଟରେ ଭୋରୁ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏକ ଚାରି ମହଲା ହୋଟେଲରେ ହଠାତ୍ ନିଆଁ ଲାଗିଯିବାରୁ ୬ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଥିବାବେଳେ ଘଟଣାକୁ ନେଇ ପଶ୍ଚିମବଙ୍ଗର ତାରାପୀଠରେ ଆତଙ୍କ ଖେଳିଯାଇଛି।

ଭୋରୁ ଭୋରୁ ହୋଟେଲରେ ଲାଗିଲା ନିଆଁ

ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ୩୦ ମିନିଟ୍‌ରେ ହୋଟେଲର ତଳ ମହଲାରେ ନିଆଁ ଲାଗିଥିଲା। ସେତେବେଳେ ଅଧିକାଂଶ ଅତିଥି ନିଦରେ ଥିଲେ। ହଠାତ୍ ନିଆଁ ଓ ଧୂଆଁ ବ୍ୟାପିଯିବାରୁ ହୋଟେଲ ଭିତରେ ହାହାକାର ସୃଷ୍ଟି ହୋଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା। ଆହତମାନଙ୍କୁ ଉଦ୍ଧାର କରି ରାମପୁରହାଟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି।

ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ

ଅଗ୍ନିଶମ ବିଭାଗର ପ୍ରାଥମିକ ଆକଳନ ଅନୁସାରେ, ବିଦ୍ୟୁତ୍ ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଘଟଣାର ସୂଚନା ପାଇବା ପରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଅଗ୍ନିକାଣ୍ଡର କାରଣ ଓ ହୋଟେଲରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି।
ତାରାପୀଠ ଭଳି ଏକ ପ୍ରମୁଖ ତୀର୍ଥସ୍ଥଳରେ ଏଭଳି ଭୟାବହ ଅଗ୍ନିକାଣ୍ଡ ୬ ଜଣଙ୍କ ଜୀବନ ନେଇଥିବାରୁ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।