6,600 candidates: ମଇଦାନରେ ୬୬୦୦ରୁ ଅଧିକ ପ୍ରାର୍ଥୀ: ୧୩ ବିଶ୍ବବିଦ୍ୟାଳୟ, ୩୪୭ ମହାବିଦ୍ୟାଳୟରେ ହେବ ନିର୍ବାଚନ
ଭୁବନେଶ୍ବର: ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ଏହାପରେ ନିର୍ବାଚନ ହେବାକୁ ଥିବା କେତୋଟି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ କେତେଜଣ ପ୍ରାର୍ଥୀ କେଉଁ କେଉଁ ପଦ ପାଇଁ ନିର୍ବାଚନ ଲଢ଼ିବେ ସେନେଇ ଚୂଡ଼ାନ୍ତ ତାଲିକା ଜାରି ହୋଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୬୬୦୦ରୁ ଅଧିକ ପ୍ରାର୍ଥୀ ମଇଦାନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣାପଡ଼ୁଛି।
Judgement: ମେଟ୍ରୋ ଷ୍ଟେସନ ବନ୍ଦ ଓ ଟ୍ରେନ୍ ବାତିଲକୁ ନେଇ ଅଦାଲତ ଅବମାନନା ମାମଲା
୧୩ ବିଶ୍ବବିଦ୍ୟାଳୟ, ୩୪୭ ମହାବିଦ୍ୟାଳୟରେ ହେବ ନିର୍ବାଚନ
ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
ପ୍ରାର୍ଥିପତ୍ର ନାକଚକୁ ନେଇ କ୍ୟାମ୍ପସରେ ହଙ୍ଗାମା ଜାରି
ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟରେ ୪୨୯ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଭିନ୍ନ କାରଣରୁ ୪୯ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି। ୩୮୦ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିବାବେଳେ ୩୪ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ସେହିପରି ୩୪୭ଟି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ। ଏନେଇ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ୩୪୭ଟି ମହାବିଦ୍ୟାଳୟରେ ୮୩୭୦ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ୧୧୯୬ଜଣଙ୍କର ବିଭିନ୍ନ କାରଣରୁ ପ୍ରାର୍ଥିପତ୍ର ନାକଚ ହୋଇଛି। ୭୧୭୪ଜଣ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର କାଏମ ରହିଥିଲା। ଆଜି ୪୦୫ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବାବେଳେ ୬୩୬୨ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି।
Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ
ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁଯାୟୀ, ଏହା ଚୂଡ଼ାନ୍ତ ତାଲିକା ନୁହେଁ। ପ୍ରାର୍ଥିପତ୍ର ପ୍ରତ୍ୟାହାର ସଂଖ୍ୟା ଆହୁରି ବଢ଼ିପାରେ। ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ତଥ୍ୟ ଅପ୍ ଟୁ ଡେଟ୍ କରୁଥିବାରୁ ରବିବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଅପରପକ୍ଷେ ଆଜି ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଭିନ୍ନ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହେବା ଘଟଣାକୁ ନେଇ ଅାନ୍ଦୋଳନ ଜାରି ରହିଛି। ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ନାରାବାଜି କରିବା ସହ ନିର୍ବାଚନ ବାତିଲ କରିବାକୁ ଦାବି କରୁଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଆସନ୍ତା ଦିନେ ଦୁଇ ଦିନ ଭିତରେ କେତୋଟି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଚଳିତବର୍ଷ ଛାତ୍ରସଂସଦ ନିର୍ବାଚନ ହେବ ତାହା ସ୍ପଷ୍ଟ ହୋଇଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।