7 Japanese Philosophies: ଚାପ କମାଇବାର ୭ ଜାପାନୀ ଦର୍ଶନ
"ଦୈନନ୍ଦିନ ଜୀବନରେ ଚାପ, ତ୍ରୁଟିବିଚ୍ୟୁତି ଓ ଅନିଶ୍ଚିତତାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ସମ୍ଭବ ନୁହେଁ।
କିନ୍ତୁ ଏସବୁକୁ ଦେଖିବାର ଦୃଷ୍ଟିକୋଣ ବଦଳାଇଲେ ମାନସିକ ଚାପ କିଛି ମାତ୍ରାରେ କମିପାରେ।
ଜାପାନୀ ଜୀବନଦର୍ଶନର କିଛି ଚିନ୍ତାଧାରା ଏଥିପାଇଁ ସରଳ ମାର୍ଗ ଦେଖାଏ।
ଏପରି ୭ଟି ଧାରଣା ବିଷୟରେ ଜାଣିବା।
Advertisment Neglect: ପୁରୁଣା ଭଙ୍ଗା ଦଦରା କୁଡ଼ିଆକୁ ଭରସା ସୋଗାନାଇ: ଯାହାକୁ ବଦଳାଇବା ସମ୍ଭବ ନୁହେଁ, ତାହାକୁ ଗ୍ରହଣ କରିବା ହେଉଛି ସୋଗାନାଇର ମୁଖ୍ୟ ବିଚାର।
ଏହାର ଅର୍ଥ ହାର ମାନିବା ନୁହେଁ, ବରଂ ନିଜ ନିୟନ୍ତ୍ରଣ ବାହାରେ ଥିବା କଥା ପାଇଁ ଅଯଥା ଶକ୍ତି ଖର୍ଚ୍ଚ ନକରି, ଯାହା କରିହେବ ତାହା ଉପରେ ଧ୍ୟାନ ଦେବା। ଚୋସିନ୍: ମନର ସମସ୍ୟା ସମାଧାନ ପୂର୍ବରୁ ଶରୀରର ମୌଳିକ ଆବଶ୍ୟକତା ପ୍ରତି ଧ୍ୟାନ ଦିଅନ୍ତୁ।
ଏହାର କାରଣ ହେଲା, ଠିକ୍ ଭାବେ ଖାଇବା, ପର୍ଯ୍ୟାପ୍ତ ସମୟ ନିଦ୍ରା ଯିବା କିମ୍ବା ଅତ୍ୟଧିକ ଥକି ଯିବା ଆଦି ମନୋଭାବକୁ ପ୍ରଭାବିତ କରେ। ମା: ପ୍ରତ୍ୟେକ କଥାର କୌଣସି ତୁରନ୍ତ ଉତ୍ତର ଦେବା ଦରକାର ନାହିଁ।
ଉତ୍ତର ଦେବା ପୂର୍ବରୁ ଟିକିଏ ବିରତି ନେଲେ ଭାବିଚିନ୍ତି ଉତ୍ତମ ନିଷ୍ପତ୍ତି ନେଇହେବ। ଏନ୍ରିୟ: ସବୁକିଛିରେ "ହଁ" କହିବା ଆବଶ୍ୟକ ନୁହେଁ।
ଆବଶ୍ୟକ ସ୍ଥାନରେ ସମ୍ମାନର ସହ "ନା" କହିବା ଦ୍ବାରା ନିଜ ସମୟ, ଶକ୍ତି ଓ ସୀମାକୁ ସୁରକ୍ଷିତ ରଖିବା ସମ୍ଭବ। ସିନ୍ରିନ୍-ୟୋକୁ: ଏହା ପ୍ରକୃତି ସହ କିଛି ସମୟ ବିତାଇବାକୁ କହିଥାଏ।
ଗଛପତ୍ର, ପବନ ଓ ପରିବେଶକୁ ଧ୍ୟାନ ଦେଇ ଚଲାବୁଲା କରିବା ଦ୍ବାରା ବ୍ୟସ୍ତତାରୁ କିଛି ସମୟ ପାଇଁ ଧ୍ୟାନ ହଟି ଯାଇପାରେ।
Dead: ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ; ଦିନକ ପରେ ମୃତଦେହ ଉଦ୍ଧାର ୱାବି-ସାବି: ଜୀବନର ଅପୂର୍ଣ୍ଣତା ଓ ପରିବର୍ତ୍ତନକୁ ଗ୍ରହଣ କରିବା।
ଗୋଟିଏ ଭୁଲ୍ ଆମର ସମ୍ପୂର୍ଣ୍ଣ ପରିଚୟ ନୁହେଁ।
ଭୁଲ୍ରୁ ଶିଖି ଆଗକୁ ବଢ଼ିବା ହିଁ ମୁଖ୍ୟ କଥା। କାଇଜେନ୍: ବଡ଼ ପରିବର୍ତ୍ତନ ପାଇଁ ଏକାଥରେ ସବୁକିଛି କରିବା ଦରକାର ନାହିଁ।
ପ୍ରତିଦିନ ଛୋଟ ଛୋଟ ପଦକ୍ଷେପ ନେଇ ନିଜକୁ ଉନ୍ନତ କରିବା ହେଉଛି କାଇଜେନ୍ର ମୂଳ ବିଚାର।
ଏହି ଧାରଣାଗୁଡ଼ିକ ଡାକ୍ତରୀ ଚିକିତ୍ସାର ବିକଳ୍ପ ନୁହେଁ।
ତେବେ ଜୀବନର କଠିନ ପରିସ୍ଥିତିକୁ ଭିନ୍ନ ଦୃଷ୍ଟିରେ ଦେଖିବା ଓ ନିଜ ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରିବାରେ ଏଗୁଡ଼ିକ ଉପଯୋଗୀ ହୋଇପାରେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।