Flydubai Flight: ଫ୍ଲାଏଦୁବାଇ ବିମାନ ଆକ୍ରମଣ ନେଇ ଟ୍ରମ୍ପ ଏବଂ ଭାନ୍ସଙ୍କ ମତ ଭିନ୍ନ: ରାଷ୍ଟ୍ରପତି କହିଲେ ଇରାନର ହାତ
"ୱାସିଂଟନ: ସେପ୍ଟେମ୍ବର ୩୦ ତାରିଖରେ ଦୁବାଇରୁ ଇସ୍ରାଏଲର ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଯାହା ଘଟିଥିଲା ତାହା ସମସ୍ତଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି।
ସୌଭାଗ୍ୟବଶତଃ ପାଇଲଟ୍ ଏବଂ କିଛି ଯାତ୍ରୀଙ୍କ ସାହସ ପାଇଁ ୧୭୪ ଜଣଙ୍କ ଜୀବନ ରକ୍ଷା ପାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟକ୍ତିଗତ ଭାବରେ ଅନୁମାନ କରୁଛନ୍ତି ଯେ, ଏହି ଆକ୍ରମଣ ପାଇଁ ଇରାନ ଦାୟୀ।
Advertisment ତେବେ ଆମେରିକା ଉପରାଷ୍ଟ୍ରପତି ଜେଡ଼ି ଭାନ୍ସ ଏନେଇ ଟ୍ରମ୍ପଙ୍କ ସହ ଏକମତ ନୁହଁନ୍ତି।
ସେ କହିଛନ୍ତି ଯେ, ଏହାକୁ ପ୍ରମାଣ କରିବା ପାଇଁ ଆମ ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ।
ଟ୍ରମ୍ପଙ୍କୁ ସାମ୍ବାଦିକ ପଚାରିଥିଲେ ଯେ, ସେ କ"ଣ ଫ୍ଲାଏଦୁବାଇ ବିମାନରେ ଆତଙ୍କବାଦୀ ଆକ୍ରମଣ ପାଇଁ ଇରାନ ଦାୟୀ ବୋଲି ଭାବୁଛନ୍ତି କି?
ଟ୍ରମ୍ପ ହଁ ଉତ୍ତର ଦେଇ କହିଥିଲେ, ମୁଁ ବ୍ୟକ୍ତିଗତ ଭାବରେ ଏହା ଅନୁମାନ କରୁଛି।
ତେବେ ଭାନ୍ସଙ୍କ ମତାମତ ଟ୍ରମ୍ପଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି।
ଉପରାଷ୍ଟ୍ରପତି କହିଲେ ନାହିଁ ଠୋସ୍ ପ୍ରମାଣ ଜେଡି ଭାନ୍ସ କହିଛନ୍ତି ଯେ, ବିମାନ ଉପରେ ଆକ୍ରମଣରେ ଇରାନ ସମ୍ପୃକ୍ତ ଥିବା ଦାବିକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ନାହିଁ।
ଆକ୍ରମଣ ଇରାନ କରିଥିବା ନେଇ ସେପରି କୌଣସି ଠୋସ୍ ପ୍ରମାଣ ମିଳିନାହିଁ।
ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଘଟଣା ପରେ ଟ୍ରମ୍ପ ପ୍ରଶାସନ ଆମେରିକାରେ ଉଡ଼ାଣ ପ୍ରକ୍ରିୟା ସମୀକ୍ଷା କରୁଛନ୍ତି।
ତେବେ ୟୁଏଇ ବିମାନ ଉପରେ ଆକ୍ରମଣକୁ ଏକ ଆତଙ୍କବାଦୀ ପ୍ରୟାସ ବୋଲି କହିଛି ବୋଲି ସେ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରାଯାଇଛି।
ଇରାନର କନସଲ ଜେନେରାଲ ସଇଦ ରେଜା ମୋସାଏବ ମୋଟଲାଘ ଭାରତୀୟ ପାଇଲଟ ସ୍ମିତ୍ ମାଚ୍ଛରଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ମାନବ ଜୀବନ ରକ୍ଷା କରିବା ସର୍ବଦା ପ୍ରଶଂସନୀୟ ଏବଂ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଶହ ଶହ ଜୀବନ ବଞ୍ଚାଇଛି।
ସେ ଇସ୍ରାଏଲକୁ ଟାର୍ଗେଟ କରି ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ହାତେଇବା ପାଇଁ ଇସ୍ରାଏଲ ଦ୍ୱାରା ଏହା ସଂଗଠିତ ହୋଇଥିଲା।
ବିମାନରେ ଅଧିକାଂଶ ଯାତ୍ରୀ ମଧ୍ୟ ଇସ୍ରାଏଲୀ ଥିଲେ ବୋଲି ସେ କହିଛନ୍ତି।
ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନରେ ଛଅ ଆସନରେ ମତଦାନ ଜାରି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।