800-page report: ସରକାରଙ୍କ ହାତରେ ୮୦୦ ପୃଷ୍ଠାର ରିପୋର୍ଟ: ଶିକ୍ଷକ, ଅଧ୍ୟାପକଙ୍କ ଦାବିଗୁଡ଼ିକ ପୂରଣ ହେବ ତ

Sep 17, 2026 - 08:42
800-page report: ସରକାରଙ୍କ ହାତରେ ୮୦୦ ପୃଷ୍ଠାର ରିପୋର୍ଟ: ଶିକ୍ଷକ, ଅଧ୍ୟାପକଙ୍କ ଦାବିଗୁଡ଼ିକ ପୂରଣ ହେବ ତ

"ଭୁବନେଶ୍ବର: ଓଡ଼ିଶାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ସଂଘଗୁଡ଼ିକର ବିଭିନ୍ନ ଦାବି ଓ ସମସ୍ୟାର ସମାଧାନ ପାଇଁ ୮୦୦ ପୃଷ୍ଠାର ପାଣ୍ଡୁଲିପି ପ୍ରସ୍ତୁତ ହୋଇଛି।

ଗୋଟି ଗୋଟି କରି ପ୍ରାୟ ୧୦୪ଟି ଶିକ୍ଷକ ସଙ୍ଗଠନଙ୍କ ଦାବି ଶୁଣିବା ପରେ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ହୋଇଥିବା ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ୭୯ ରିପୋର୍ଟ ପ୍ରସ୍ତୁତ କରିଛି।

ଯେଉଁଥିରେ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ, ଅନୁଦାନପ୍ରାପ୍ତ, ଅଣ-ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନର ବିଭିନ୍ନ ବର୍ଗର ଶିକ୍ଷକ/ଅଧ୍ୟାପକ ଓ କର୍ମଚାରୀ ସଂଘ ରହିଛନ୍ତି।

ଅବସରପ୍ରାପ୍ତ ଆଇଏଏସ୍‌ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ପାଖାପାଖି ୧୦ ମାସ ଧରି ୯୦ରୁ ଅଧିକ ଥର ବୈଠକ କରି ଦାବିଗୁଡ଼ିକ ଅନୁଶୀଳନ ପରେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି।

ରିପୋର୍ଟ ପାଇବା ପରେ ରାଜ୍ୟ ସରକାର ସେଗୁଡ଼ିକୁ ତର୍ଜମା କରୁଥିବା ଜଣାପଡ଼ିଛି।Advertisment Vishwakarma Puja: ବିଶ୍ବକର୍ମା ପୂଜା ଗୁରୁତ୍ବପୂର୍ଣ୍ଣ କଥା ହେଉଛି ‌ଯେ ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ହାସଲ କରିବାକୁ ହେଲେ ଦାବିଗୁଡ଼ିକ ପୂରଣ କରିବା ଅତ୍ୟନ୍ତ ଜରୁରୀ।

ଆଉ ଏଥିପାଇଁ ଆର୍ଥିକ ଚାପ ମଧ୍ୟ ବଢ଼ିବ।

ବିଶେଷକରି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ସମସ୍ୟା ସବୁଠାରୁ ଅଧିକ ରହିଛି।

ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସମସ୍ତ ବର୍ଗର ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କୁ ମଧ୍ୟାହ୍ନ ଭୋଜନ, ଶିକ୍ଷା ଉପକରଣ, ପୋଷାକ, ସାଇକଲ ଓ ଶିକ୍ଷାବୃତ୍ତି ଯୋଗାଇଦେବା, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିରେ ଅବସର ନେଇଥିବା ଏବଂ ନେବାକୁ ଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ପାଇଁ ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ ଉପରେ କମିଟି ଅଧିକ ଗୁୂରୁତ୍ବ ଦେଇଛି।

ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଖାଲିଥିବା ପଦବିଗୁଡ଼ିକରେ ନିଯୁକ୍ତି, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ, ଗ୍ରେଡ୍‌ ପେ"ରେ ଥିବା ଅସଙ୍ଗତି ଦୂରୀକରଣ, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି, ସମାନ କାମକୁ ସମାନ ଦରମା ଏବଂ ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀକରଣ ପରି ଦାବିଗୁଡ଼ିକ ଉପରେ କମିଟିର ସଦସ୍ୟମାନେ ଅନୁଧ୍ୟାନ କରିଛନ୍ତି।

ସମସ୍ତ ଦାବି ପୂରଣ କରାଗଲେ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ଆହୁରି ପ୍ରାୟ ଦୁଇ ହଜାର କୋଟି ଟଙ୍କାର ଅଧିକ ରାଜସ୍ବ ଚାପ ପଡ଼ିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Crime: ଚନ୍ଦକା ମହୁଲରେ ବଡ଼ଭାଇକୁ ହତ୍ୟା: ବୋମାର ଜବାବ ବୋମାରେ ଦେଲା ସାନଭାଇ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୫ ଡିସେମ୍ବରରେ ୪ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ ହୋଇଥିଲା।

ଶିକ୍ଷକ ସଙ୍ଗଠନଗୁଡ଼ିକ ସହ ଆଲୋଚନା କରି ୬ ମାମ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କମିଟିକୁ କୁହାଯାଇଥିଲା।

କମିଟିର ସଦସ୍ୟମାନେ ଶିକ୍ଷକ ସଙ୍ଗଠନଗୁଡ଼ିକର ଦାବି ଶୁଣିଥିଲେ ମଧ୍ୟ ୬ ମାସ ମଧ୍ୟରେ ଶେଷ ହୋଇ ନ ଥିଲା।

ତେଣୁ ଜୁଲାଇ ମାସରେ କମିଟିର କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଯାଇଥିଲା।

ଶ୍ରୀ ତ୍ରିପାଠୀ ଅଧ୍ୟକ୍ଷ ରହିଥିବା ବେଳେ ଅବସରପ୍ରାପ୍ତ ଆଇଏଏସ୍‌ ସୁଦର୍ଶନ ନାଏକ ସହ ଅଧ୍ୟକ୍ଷ, ଅବସରପ୍ରାପ୍ତ ଓଇଏସ୍‌ ସନାତନ ପଣ୍ଡା ଆବାହକ ଓ ଅବସରପ୍ରାପ୍ତ ଓଇଏସ୍‌ ମନୋରଞ୍ଜନ ମିଶ୍ର ସଦସ୍ୟ ରହିଥିଲେ।

ଶେଷ ଦିନରେ କମିଟି ପକ୍ଷରୁ ୧୧ଟି ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କୁ ଦିଆଯାଇଛି।

୮୦୦ ପୃଷ୍ଠାର ରିପୋର୍ଟକୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅନୁଧ୍ୟାନ କରିବା ପରେ ଚୂଡ଼ାନ୍ତ ମୋହର ବାଜିବାର ସମ୍ଭାବନା ରହିଛି।

ଯଦି ସରକାରଙ୍କର କୌଣସି ପ୍ରକାର ଦ୍ବନ୍ଦ୍ବ ସୃଷ୍ଟି ହୁଏ କିମ୍ବା ଅଧିକାରୀମାନେ ଯଦି କାହା ବିଷୟରେ କିଛି ଜାଣିବାକୁ ଚାହାନ୍ତି ତେବେ କମିଟି ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି କମିଟିର ଜଣେ ସଦସ୍ୟ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।