9 arrested in Jeypore ଜୟପୁରରେ ୪ ପୃଥକ ମାମଲାରେ ୯ ଗିରଫ, ୮ ଚୋରା ବାଇକ୍‌ ସହ ଛୁରୀ ଓ ଚାଉଳ ଜବତ

Aug 28, 2026 - 16:46
9 arrested in Jeypore ଜୟପୁରରେ ୪ ପୃଥକ ମାମଲାରେ ୯ ଗିରଫ, ୮ ଚୋରା ବାଇକ୍‌ ସହ ଛୁରୀ ଓ ଚାଉଳ ଜବତ

"ଜୟପୁର: ଆଜି (ଶୁକ୍ରବାର) ଜୟପୁର ପୁଲିସ ପୃଥକ ପୃଥକ ୪ଟି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସେମାନଙ୍କ ନିକଟରୁ ୮ଟି ଚୋରା ବାଇକ୍‌, ଛୁରୀ, ନଗଦ ଟଙ୍କା ଓ ବାସୁମତୀ ଚାଉଳ ଜବତ ହୋଇଛି।Advertisment Cannabis seized: ଗଞ୍ଜେଇ ଚୋରା ଚାଲାଣ, ୪ ଅଭିଯୁକ୍ତ ଗିରଫ ପୁଲିସ ଠାରୁ ମିଳିଥିବା ସୂଚନାରେ, ବାଇକ୍‌ ଚୋରି ମାମଲାରେ ଟାଉନ ଥାନା କେସ୍‌ ନଂ-୩୨୬ ଆଧାରରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଧିଗୁଡ଼ାର ଦିଲୀପ ଖିଲ(୨୬), ହାଟପଦାର ରାଜୁ ମାଝୀ(୨୩) ଏବଂ ନୂଆଗୁଡ଼ାର ଜଗଦୀଶ ହରିଜନ(୨୮)।

ସେମାନଙ୍କ ନିକଟରୁ ୮ଟି ଚୋରା ବାଇକ୍‌ ଜବତ ହୋଇଛି।

ସେହିପରି ବାସମତୀ ଚାଉଳ ଚୋରି ମାମଲାରେ ଟାଉନ ଥାନା କେସ୍‌ ନଂ-୧୧୮/୨୬ ଆଧାରରେ ଢେପାଗୁଡ଼ାର ଅଭି ରାଓ(୨୧) ଓ ଗାନ୍ଧୀଛକ କେନାଲ ରୋଡ୍‌ର ରାଜେଶ ପାଇକ(୨୫)ଙ୍କୁ ପୁଲିସ ଗିରଫ କରିଛି।

ସେମାନଙ୍କ ନିକଟରୁ ବାସମତୀ ଚାଉଳ ପ୍ୟାକେଟ୍‌ ଜବତ କରାଯାଇଛି।

Spy Link: ପାକିସ୍ତାନ ଗୁପ୍ତଚର ଲିଙ୍କ୍‌ ଅଭିଯୋଗରେ ଦମ୍ପତି ଗିରଫ: ୨୦୨୪ରୁ ଯୋଗାଯୋଗରେ ଥିଲେ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରିବା ଓ ଅପରାଧ ଘଟାଇବା ନିମନ୍ତେ ମିଳିମିଶି ଷଡ଼ଯନ୍ତ୍ର ଅଭିଯୋଗରେ ଟାଉନ ଥାନା କେସ୍‌ ନଂ-୩୨୮/୨୬ ଆଧାରରେ ୩ ଜଣ ଯୁବକଙ୍କୁ ଗିରଫ କରାଯାଇଛି।

ସେମାନେ ହେଲେ ହାଟପଦାର ରାଖେଲ ଖୋରା(୧୯), ଢେପାଗୁଡ଼ାର ଉତ୍ତମ ନାଗ(୨୧) ଓ ପି.ଆର୍‌.ପେଟାର ରିଙ୍କୁ ବାଘ (୨୦)।

ସେମାନଙ୍କ ନିକଟରୁ ଗୋଟିଏ ଛୁରୀ ଓ ନଗଦ ୫୦୦ ଟଙ୍କା ଜବତ ହୋଇଛି।

ଏହାବ୍ୟତୀତ ସହର ଥାନା କେଶ୍ ନଂ-୨୩୭ ଆଧାରରେ ପରଜାସାହିର ଭଗବାନ ମାଳି(୨୧)ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।