Maggie, McDonald's: ବାହାଘର ଭୋଜିରେ ମ୍ୟାଗି, ମ୍ୟାକ୍ଡୋନାଲ୍ଡ୍ସ
"ସମୟ ସହ ସବୁକିଛି ବଦଳିଲା ଭଳି ଏବେ ବାହାଘର ଭୋଜିର ମେନ୍ୟୁ ବି ବଦଳିବାରେ ଲାଗିଛି।
ଆଜିକାଲିକା ବାହାଘର ଭୋଜି ବି ବରକନ୍ୟାଙ୍କର ପ୍ରେମ କାହାଣୀକୁ ବୟାନ କରିବାର ଏକ ମାଧ୍ୟମ ପାଲଟିଛି।
ଏବେ ପୁଅଝିଅ ପ୍ରେମ କରି ବାହା ହୁଅନ୍ତୁ ବା ବିବାହ ସ୍ଥିର ହେଲା ପରେ ହେଉ, ପରସ୍ପରଙ୍କୁ ଜାଣିବା ଲାଗି ବାହାରେ ଏକାଠି ସମୟ ବିତାଇବାକୁ ପସନ୍ଦ କରୁଛନ୍ତି।
କାଫେ, ରେସ୍ତୋରାଁ ବା ଫୁଡ୍ ଜଏଣ୍ଟ୍ ଭଳି ସ୍ଥାନଗୁଡ଼ିକରେ ଏବେ ଦେଶୀ ଖାଦ୍ୟପାନୀୟ ତ ମିଳୁଛି, ତା" ସହ ଭଳିକିଭଳି ବିଦେଶୀ ଖାଦ୍ୟପାନୀୟର ପସରା ଦେଖିବାକୁ ମିଳୁଛି।Advertisment Elephant: କନ୍ଧମାଳରେ ଦନ୍ତା ହାତୀ ଉପଦ୍ରବ; ନଷ୍ଟ କଲେ ଫସଲ ଦେଶୀ ଖାଦ୍ୟ ଅପେକ୍ଷା ବିଦେଶୀ ଖାଦ୍ୟପାନୀୟ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟୁଛି।
ଆଉ ପରବର୍ତ୍ତୀ ସମୟରେ ବର ଓ କନ୍ୟାଙ୍କ ଖାଦ୍ୟ ରୁଚିର ପ୍ରତିଫଳନ ବାହାଘର ଉପରେ ବି ପଡୁଛି।
ତା" ଭିତରେ ବି ଅଛି ପିଲାଦିନର ଖାଦ୍ୟ ରୁଚି ଓ ଆଞ୍ଚଳିକତାର ଛୁଙ୍କ।
ଅର୍ଥାତ୍ ସମ୍ପୃକ୍ତ ଅଞ୍ଚଳର ଲୋକପ୍ରିୟ ଖାଦ୍ୟପାନୀୟ ବି ବାହାଘର ଭୋଜିର ମେନୁରେ ସ୍ଥାନ ପାଉଛି।
ତେଣୁ ବାହାଘର ଭୋଜିରେ ଏବେ ଚାଟ୍, ଗୁପ୍ଚୁପ୍ ଷ୍ଟଲ୍ରେ ଯେତେ ଭିଡ଼, ସେତେ ଭିଡ଼ ବି ହେଉଛି ମ୍ୟାଗି ଓ ମ୍ୟାକ୍ଡୋନାଲ୍ଡ୍ସ ଷ୍ଟଲ୍ରେ।
ପିଜା ଆଉ ବିଭିନ୍ନ କଳାତ୍ମକ ମିଠା ସାମଗ୍ରୀ ମଧ୍ୟ ଅତିଥିଙ୍କ ପାଇଁ ଆକର୍ଷଣ ସାଜୁଛି।
ତା" ସହିତ ଅଛି ବ୍ଲୁ ଟୋକେଇ ଷ୍ଟେସନ୍, କଚୋଡି, ମିଲ୍କ କେକ୍, ଖଣ୍ଡୱି, ଲଡୁ ଭଳି ଷ୍ଟଲ୍।
ସମ୍ପର୍କ ଆରମ୍ଭ ବେଳେ କଫି ସହିତ ସନ୍ଧ୍ୟା କାଟିବା ସମୟକୁ ମନେ ପକାଇବାକୁ ଦମ୍ପତି ବାହାଘର ଭୋଜି ମେନ୍ୟୁରେ କଫି ବ୍ୟବସ୍ଥା ବି କରୁଛନ୍ତି।
Nepal flood: ଟନେଲ୍ରେ ଫସିଥିବା ଶ୍ରମିକଙ୍କୁ ଛାଡ଼ି ପଳାଇଥିଲେ ଚୀନ୍ ସୁପରଭାଇଜର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।