9-Year-Old Memorises 4,000 Panini Sutras: ୫ ବର୍ଷରେ ଭଗବଦ୍‌ ଗୀତା, ୯ ବର୍ଷରେ ୪ ହଜାର ପାଣିନି ସୂତ୍ର ମୁଖସ୍ଥ

Sep 25, 2026 - 18:02
9-Year-Old Memorises 4,000 Panini Sutras: ୫ ବର୍ଷରେ ଭଗବଦ୍‌ ଗୀତା, ୯ ବର୍ଷରେ ୪ ହଜାର ପାଣିନି ସୂତ୍ର ମୁଖସ୍ଥ

ବୟସ ମାତ୍ର ୯ ବର୍ଷ, କିନ୍ତୁ ସଫଳତା ଚମକାଇ ଦେବା ଭଳି । ବେଙ୍ଗାଲୁରୁର ହୋମ୍‌ସ୍କୁଲିଂ ଛାତ୍ର ବୃଷବର୍ଦ୍ଧନ ଶର୍ମା ୫ ବର୍ଷ ବୟସରେ ସମ୍ପୂର୍ଣ୍ଣ ଭଗବଦ୍‌ଗୀତାର ୭୦୦ ଶ୍ଲୋକ ମୁଖସ୍ଥ କରିଥିଲେ ।

ଏହା ପରେ ୮ ବର୍ଷ ବୟସରେ ପାଣିନିଙ୍କ ଅଷ୍ଟାଧ୍ୟାୟୀର ପ୍ରାୟ ୪ ହଜାର ସୂତ୍ର ସହ ଅମରକୋଷ ମଧ୍ୟ ମୁଖସ୍ଥ କରିଛନ୍ତି । ଚଳିତ ବର୍ଷ କାଞ୍ଚିପୁରମ୍‌ରେ ଅନୁଷ୍ଠିତ ୬୩ତମ ଅଖିଳ ଭାରତୀୟ ଶାସ୍ତ୍ରୋତ୍ସବରେ ଅଷ୍ଟାଧ୍ୟାୟୀ କଣ୍ଠପାଠ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

କେବଳ ସଂସ୍କୃତ ଶିକ୍ଷାରେ ନୁହେଁ, ଟେକ୍ନୋଲୋଜିରେ ମଧ୍ୟ ନିଜ ପ୍ରତିଭା ଦେଖାଇଛନ୍ତି ବୃଷବର୍ଦ୍ଧନ । ସେ ‘ଗୀତାବର୍ଦ୍ଧନ’ ନାମରେ ଏକ ମାଗଣା ଅଫ୍‌ଲାଇନ୍ ଆପ୍‌ ତିଆରି କରିଛନ୍ତି । ଏଥିରେ ୧୩ଟି ଭାରତୀୟ ଭାଷାରେ ଭଗବଦ୍‌ଗୀତା, ସଂସ୍କୃତ ଶ୍ଲୋକ, ଅଡିଓ ପାଠ ଏବଂ ବିଭିନ୍ନ ଟିକା ରହିଛି ।

ବିଶେଷ କଥା ହେଉଛି, ଆପ୍‌ଟି ବ୍ୟବହାର ପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ନାହିଁ । ସେ ନିଜେ ଇ-ଇଙ୍କ୍‌ ସ୍କ୍ରିନ୍‌, ଟଚ୍‌ସ୍କ୍ରିନ୍‌ ଓ ଭଏସ୍‌ କଣ୍ଟ୍ରୋଲ୍‌ ଥିବା ଛୋଟ ଗୀତା ରିଡର ଡିଭାଇସ୍‌ ମଧ୍ୟ ତିଆରି କରିଛନ୍ତି । ପ୍ରାଚୀନ ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ଏହି ଅନନ୍ୟ ମିଶ୍ରଣ ଏବେ ୯ ବର୍ଷୀୟ ବୃଷବର୍ଦ୍ଧନଙ୍କୁ ଚର୍ଚ୍ଚାରେ ଆଣିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।