'A' One-Day Team: ଭାରତୀୟ ‘ଏ’ ଦିନିକିଆ ଦଳରେ ହାର୍ଦିକ
"ନୂଆଦିଲ୍ଲୀ: ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଚଳିତ ମାସରେ ପଣ୍ଡିଚେରିରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ଏ ବିପକ୍ଷ ଶୃଙ୍ଖଳା ଲାଗି ଘୋଷିତ ଭାରତୀୟ-ଏ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି।
ଭାରତ ଗସ୍ତରେ ଅଷ୍ଟ୍ରେଲିଆ-ଏ ଦଳ ୨ଟି ବହୁଦିବସୀୟ ଏବଂ ୩ ଦିନିକିଆ ମ୍ୟାଚ୍ ଖେଳିବ।
ଆଇପିଏଲ୍ ୨୦୨୬ ପରଠୁ ପାଣ୍ଡ୍ୟା ଆହତ ଯୋଗୁଁ ଭାରତୀୟ ଦଳରେ ସ୍ଥାନ ପାଇନାହାନ୍ତି।
ବେଙ୍ଗାଲୁରୁସ୍ଥିତ ବିସିସିଆଇ ସିଇଓରେ ଥିବା ପାଣ୍ଡ୍ୟା ଫିଟ୍ନେସ୍ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇ ନଥିବାରୁ ଚଳିତ ମାସ ୧୩ରୁ ଖେଳାଯିବାକୁ ଥିବା ଆଫ୍ଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇ ନଥିଲେ।
ଏବେ ଫିଟ୍ନେସ୍ ସର୍ତ୍ତରେ ତାଙ୍କୁ "ଏ" ଦଳରେ ସାମିଲ କରାଯାଇଛି।Advertisment ଆହୁରି ପଢନ୍ତୁ :Sugar: ଶସ୍ତା ହେବ ଚିନି!
ଘରୋଇ ବଜାରରେ ଅଢ଼େଇ ଲକ୍ଷ ଟନ୍ ବିକିବେ ଘରୋଇ କମ୍ପାନି ଦେବଦତ୍ତ ପଡ଼ିକଲଙ୍କୁ ବହୁଦିବସୀୟ ଶୃଙ୍ଖଳା ଲାଗି ଭାରତୀୟ-ଏ ଦଳର ନେତୃତ୍ବ ଭାର ମିଳିଥିଲା ବେଳେ ଋତୁରାଜ ଗାଏକ୍ବାଡ ଧଳାବଲ୍ ଦଳ ଅଧିନାୟକ ନିଯୁକ୍ତି ହୋଇଛନ୍ତି।
ବି ସାଇ ସୁଦର୍ଶନ ବହୁଦିବସୀୟ ଶୃଙ୍ଖଳାର ଏବଂ ପଡ଼ିକଲ ଦିନିକିଆ ଶୃଙ୍ଖଳାର ଉପଅଧିନାୟକ ରହିଛନ୍ତି।
ଯୁଗଳ ଆଇପିଏଲ୍ ଅଧିନାୟକ ରଜତ ପଟିଦାର ଦିନିକିଆ ଦଳରେ ସାଇ ସୁଦର୍ଶନ ଓ ଅନ୍ୟ ଆଇପିଏଲ୍ ତାରକାଙ୍କ ସହ ରହିଛନ୍ତି।
ବହୁଦିବସୀୟ ଲାଗି ଘୋଷିତ ଭାରତୀୟ ଦଳରେ ଘରୋଇ କ୍ରିକେଟ୍ରେ ଭଲ ପ୍ରଦର୍ଶନ କରିଥିବା ୟଶ ରାଠୋଡ଼, ଅମନ ମୋଖାଡ଼େ, ଶାମ୍ସ ମୁଲାନି ଓ କୁମାର କୁଶାଗ୍ରା ଅଛନ୍ତି।
ପ୍ରଥମ ବହୁଦିବସୀୟ ମ୍ୟାଚ୍ ସେପ୍ଟେମ୍ବର ୨୨ରୁ ୨୫ ଏବଂ ଦ୍ବିତୀୟଟି ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଖେଳାଯିବ।
ଦିନିକିଆ ମ୍ୟାଚ୍ ୩ଟି ଯଥାକ୍ରମେ ଅକ୍ଟୋବର ୯, ୧୧ ଓ ୧୩ ତାରିଖରେ ଖେଳାଯିବ।
ଆହୁରି ପଢନ୍ତୁ :Building Collapse: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍ ଗିରଫ, ସିଲ୍ ହେଲା ଅନ୍ୟ ପିଜି ବହୁଦିବସୀୟ ଲାଗି ଦଳ: ଅମନ ମୋଖାଡ଼େ, ଆୟୁଷ ପାଣ୍ଡେ, ଦେବଦତ୍ତ ପଡ଼ିକଲ (ଅଧିନାୟକ), ସାଇ ସୁଦର୍ଶନ (ଉପଅଧିନାୟକ), ୟଶ ରାଠୋଡ଼, ଶୈୖଖ ରଶିଦ, କୁମାର କୁଶାଗ୍ରା (ୱିକେଟ୍କିପର), ସାମ୍ସ ମୁଲାନି, ତନୁଶ କୋଟିଆନ୍, ତୁଷାର ଦେଶପାଣ୍ଡେ, ଅଂଶୁଲ କମ୍ବୋଜ, ପ୍ରଫୁଲ ହିଙ୍ଗେ, ଏନ୍ ଜଗଦୀଶାନ (ୱିକେଟ୍କିପର), ନାଚିକା ଭୂତେ, ଭି ବୈଶାଖ।
ଆହୁରି ପଢନ୍ତୁ :AI technology race: ଚୀନ୍ ଏଆଇ ଫାର୍ମଗୁଡ଼ିକ ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ମଡେଲ ଚୋରି କରୁଛନ୍ତି: ଅଭିଯୋଗ ଆଣିଲା ୱାସିଂଟନ ଦିନିକିଆ ଦଳ: ପ୍ରିୟାଂଶ ଆର୍ଯ୍ୟ, ସାଇ ସୁଦର୍ଶନ, ଦେବଦତ୍ତ ପଡ଼ିକଲ (ଉପଅଧିନାୟକ), ଋତୁରାଜ ଗାଏକ୍ବାଡ (ଅଧିନାୟକ), ରଜତ ପଟିଦାର, କୁମାର କୁଶାଗ୍ରା (ୱିକେଟ୍କିପର), ନିଶାନ୍ତ ସିନ୍ଧୁ, ବିପ୍ରଜ ନିଗମ, ଅର୍ଶିନ କୁଲକର୍ଣ୍ଣି, ଅର୍ଶଦ ଖାନ, ନମନ ଧିର, ହାର୍ଦିକ ପାଣ୍ଡ୍ୟା, ପ୍ରଭସିମ୍ରନ ସିଂହ (ୱିକେଟ୍କିପର), ଗୁରଜାପନୀତ ସିଂହ, ୟଶ ଠାକୁର।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।