A Tattoo Becomes Her Identity: ଭୁଲିଯାଇଥିଲେ ପରିବାର, ଟାଟୁ ଚିହ୍ନାଇଦେଲା ନିଜ ମାଟିର ଠିକଣା

Oct 04, 2026 - 15:25
A Tattoo Becomes Her Identity: ଭୁଲିଯାଇଥିଲେ ପରିବାର, ଟାଟୁ ଚିହ୍ନାଇଦେଲା ନିଜ ମାଟିର ଠିକଣା

ଟାଟୁ ଦୂର କଲା ବିଚ୍ଛେଦ। ଦୀର୍ଘ ୩୫ ବର୍ଷ ପରେ ହେଲା ମିଳନ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍  ଅଳପୁଆ ପଞ୍ଚାୟତର ନନ୍ଦଲାଲପାଟଣା ଗ୍ରାମରେ ଏବେ ଆନନ୍ଦର ପରିବେଶ। ୩୫ ବର୍ଷ ଧରି ନିଖୋଜ ଥିବା ପ୍ରମିଳା ମଲ୍ଲିକ ଶେଷରେ ପରିବାରକୁ ଫେରିଛନ୍ତି। ୩୮ ବର୍ଷ ତଳେ ପ୍ରମିଳା ଦୀନବନ୍ଧୁ ମଲିକକୁ ବିବାହ କରିଥିଲେ l ମାତ୍ର ବିବାହର ୩ ବର୍ଷ ପରେ ପ୍ରମିଳା କେଉଁଆଡେ ଚାଲିଯାଇଥିଲେ l ବହୁ ଖୋଜା ଖୋଜି ପରେ ନ ମିଳିବାରୁ ପରିବାର ଲୋକ ସମ୍ପୂର୍ଣ  ଭୁଲିଯାଇଥିଲେ l

ପ୍ରମିଳା ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ବହା ଉପଖଣ୍ଡ ଅଞ୍ଚଳର ଧରଶିଳା ତହସିଲ ଅଧୀନରେ ରହୁଥିବା ବେଳେ ହାତରେ ଓଡିଆ ଭାଷାର ଟାଟୁ ପାଇଁ ତାଙ୍କୁ ଚି଼ହ୍ନଟ କରାଯାଇଥିଲା। ପରବର୍ତ୍ତୀ ସମୟରେ ଦୁଇ ରାଜ୍ୟ ର ପ୍ରଶାସନିକ ସହାୟତା ଯୋଗୁ ପ୍ରମିଳା ଘରକୁ ଫେରିଛନ୍ତି l ଘରକୁ ଫେରିବା ପରେ ପରିବାର ଭିତରେ ଖୁସି ଆଉ ଆନନ୍ଦ ଦେଖିବାକୁ ମିଳିଛି। ପ୍ରମିଳାଙ୍କ ପୁଅ ମା’ଙ୍କୁ ପାଖରେ ପାଇ ବେଶ ଖୁସି। ମା’ ର ବାକି ଜୀବନ ଭଲରେ ସେବା କରିବୁ ବୋଲି କହିଛନ୍ତି।....

ଟାଟୁ ଦୂର କଲା ବିଚ୍ଛେଦ
ଦୀର୍ଘ ୩୫ ବର୍ଷ ପରେ ହେଲା ମିଳନ
୩୫ ବର୍ଷ ଧରି ନିଖୋଜ ଥିଲେ ପ୍ରମିଳା ମଲ୍ଲିକ
ହିମାଚଳ ମଣ୍ଡିରେ ରହିଥିଲେ 
ହାତରେ ଓଡିଆ ଟାଟୁ ପାଇଁ ଚିହ୍ନଟ କରାଯାଇଥିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।