‘Abadha’ scheme: ‘ଅବଢ଼ା’ ଯୋଜନା ପାଇଁ ଅନୁଦାନ ବଢ଼ିଲା
"ପୁରୀ: "ଅବଢ଼ା" ଯୋଜନାରେ ଅନୁଦାନ ବଢ଼ିଛି।
ପୂର୍ବରୁ ଏହି ଯୋଜନାରେ ୫୫୭.୧୯ କୋଟି ଟଙ୍କା ଥିବା ବେଳେ ଏବେ ଅତିରିକ୍ତ ୧୦୦.୮୩ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଏହି ପ୍ରକଳ୍ପର ଅନୁଦାନ ଏବେ ୬୫୮.୦୩ କୋଟି ଟଙ୍କାରେ ପହଞ୍ଚିଛି।
ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୂଷା ନଦୀର ସଂପ୍ରସାରଣ ହେବ।
ଏହି ଅର୍ଥ ମଞ୍ଜୁର କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀଜଗନ୍ନାଥ ଧାମର ବିକାଶ ପାଇଁ ଅର୍ଥ ବାଧକ ହେବନାହିଁ।
ଯେତେ ଆବଶ୍ୟକ ସେତେ ଅର୍ଥ ଯୋଗାଇ ଦିଆଯିବ।
Advertisment Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ ନୂଆ ରୂପ ନେବ ମୂଷାନଈଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଖୁବ୍ଶୀଘ୍ରଜଗନ୍ନାଥବଲ୍ଲଭ ପିଲ୍ଗ୍ରିମ୍ ସେଣ୍ଟରରେ ୨ହଜାର ଆସନ ବିଶିଷ୍ଟ ବହୁମୁଖୀ କକ୍ଷଜଗନ୍ନାଥ ଧାମର ବିକାଶ ପାଇଁ ଅର୍ଥ ବାଧକ ହେବ ନାହିଁ: ମୁଖ୍ୟମନ୍ତ୍ରୀ "ଅବଢ଼ା" ଯୋଜନାରେ ଜଗନ୍ନାଥବଲ୍ଲଭ ପିଲ୍ଗ୍ରିମ୍ ସେଣ୍ଟର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ଓ ମୂଷା ନଦୀର ସମ୍ପ୍ରସାରଣ ଆଦି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
ପ୍ରଥମେ ଏଥିପାଇଁ ୫୫୭.୧୯ ଟଙ୍କା ମଞ୍ଜୁର ହୋଇଥିଲା।
ଏହି ପ୍ରକଳ୍ପରେ ଆଉ ଅଧିକ ନିର୍ମାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଜଗନ୍ନାଥ ବଲ୍ଲଭ ପାର୍କିଂ କମ୍ପ୍ଲେକ୍ସ(ଜେବିପିସି)ର ପଞ୍ଚମ ମହଲାରେ ୨ ହଜାର ଆସନ ବିଶିଷ୍ଟ ଏକ ମଲ୍ଟି ପର୍ପଜ୍ ହଲ୍ ନିର୍ମାଣ ହେବ।
ପୁରୀ ସହରର ପରିବେଶ ଓ ପର୍ଯ୍ୟଟନର ନୂଆ ପରିଚୟ ସୃଷ୍ଟି କରିବାକୁ ୫ ବର୍ଷ ତଳେ ମୂଷା ନଈର ନବକଳେବର ଯୋଜନା ହୋଇଥିଲା। "ଅବଢ଼ା" ଯୋଜନାରେ ୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ସୌନ୍ଦର୍ଯ୍ୟୀକରଣ ଆରମ୍ଭ ହୋଇଥିଲା।
ସ୍ପଟ୍ ଲାଇଟ୍ ଲଗାଇବାକୁ ଘର ତିଆରି ହୋଇଥିଲା।
Conference: ୨୩ରୁ ଓଡ଼ିଶାରେ ଆୟୋଜନ ହେବ "ସହରୀ ଗତିଶୀଳତା ଭାରତ ସମ୍ମିଳନୀ ଅଠରନଳା ଉପରକୁ ରାତିରେ ଏହି ସ୍ପଟ୍ଲାଇଟ୍ ପଡ଼ିଥିଲେ, ଶ୍ରୀଜଗନ୍ନାଥଧାମର ପ୍ରବେଶ ପଥ ବେଶ୍ ଆକର୍ଷଣୀୟ ହୋଇଥାନ୍ତା।
ହେଲେ ଅର୍ଥାଭାବରୁ ଲାଇଟ୍ ଲାଗିପାରିଲାନି।
ନଦୀକୂଳରେ ଖଣ୍ଡୋଲାଇଟ୍ ପଥରର ଚାଲିବା ରାସ୍ତା, ବସିବା ପାଇଁ ସୁନ୍ଦର ବେଞ୍ଚ, ଆଲୋକୀକରଣ, ବୃକ୍ଷରୋପଣ ଓ ଲ୍ୟାଣ୍ଡସ୍କେପିଂ କରାଯାଇଥିଲା।
ଉଦ୍ଦେଶ୍ୟ ଥିଲା, ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କ ପାଇଁ ସକାଳ-ସନ୍ଧ୍ୟା ଭ୍ରମଣ ଓ ବିଶ୍ରାମର ଏକ ମନୋରମସ୍ଥଳୀ ତିଆରି କରିବା।
ପ୍ରକଳ୍ପ ଆରମ୍ଭ ହେବା ପରେ କିଛି ମାସ ଧରି ନଦୀ କୂଳରେ ସକାଳ-ସନ୍ଧ୍ୟାରେ ଲୋକଙ୍କ ଭିଡ଼ ଜମୁଥିଲା।
ଓବିସିସି ଏହି ପ୍ରକଳ୍ପକୁ ପ୍ରସ୍ତୁତ କରିଥିଲା।
ହେଲେ ଏହା ସମ୍ପୂର୍ଣ୍ଣ ହେଲା ନାହିଁ କିମ୍ବା ରକ୍ଷଣାବେକ୍ଷଣ ମଧ୍ୟ ହେଲାନାହିଁ।
ଏବେ ଏଡି ଅତିରିକ୍ତ ଅନୁଦାନରେ ପ୍ରକଳ୍ପ ଚୂଡ଼ାନ୍ତ ରୂପ ନେବ ବୋଲି ଆଶା ପ୍ରକାଶ ପାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।