Abhijit Dipke: ନେହା ଓ ରୋଜିଙ୍କୁ ଅଟକ ରଖିବାକୁ ଦୀପ୍କେଙ୍କ ସମାଲୋଚନା
"ମୁମ୍ବାଇ: କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ରବିବାର ଏଆଇଏସ୍ଏ ଜାତୀୟ ସଭାପତି ନେହା ବୋରା ଓ ସାମ୍ବାଦିକ ରୋଜିଙ୍କୁ ଅଟକ ରଖିବା ପାଇଁ ଦିଲ୍ଲୀ ପୁଲିସକୁ ତୀବ୍ର ନିନ୍ଦା କରିଛନ୍ତି।
ଦୀପ୍କେ କହିଛନ୍ତି ଯେ, ଦିଲ୍ଲୀ ପୁଲିସ ପୁଣି ଥରେ କାପୁରୁଷତା ଦେଖାଇଛି।Advertisment ସାମାଜିକ ଗଣମାଧ୍ୟମ "ଏକ୍ସ" ରେ ଏକ ପୋଷ୍ଟରେ ଦୀପକେ କହିଛନ୍ତି, କେବଳ ସ୍ୱର ଉଠାଇବା ପାଇଁ ନେହା ଓ ରୋଜିଙ୍କୁ ଅଟକ ରଖି ଦିଲ୍ଲୀ ପୁଲିସ ପୁଣି ଥରେ ତା"ର କାପୁରୁଷତା ଦେଖାଇଛି।
ଗତକାଲି ରୋଜିଙ୍କୁ ଏସିପି ବିବେକ ଭଗତ ଯୌନ ନିର୍ଯାତନା ଦେଇଥିଲେ ଓ ବିକୃତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପୁଲିସ ତାଙ୍କୁ ଅଟକ ରଖିଥିଲା।
ଏହା ନରେନ୍ଦ୍ର ମୋଦୀଙ୍କ ସରକାରର ମହିଳା ସଶକ୍ତୀକରଣ।
ସୂଚନାଯୋଗ୍ୟ, ନିର୍ବାଚନ କମିସନଙ୍କ ବିରୋଧରେ ପ୍ରତିବାଦ ବେଳେ ଏହି ଘଟଣା ଘଟିଥିଲା।
Abhijit Deepak: ଅଭିଜିତ୍ ଦୀପକେଙ୍କୁ ତୁରନ୍ତ ଗିରଫ କରାଯାଉ: ଲିଖିତ ଅଭିଯୋଗ ଦାଖଲ କଲେ ଫୈଜାନ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।