Accident:ରେଙ୍ଗାଲିରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରଲରକୁ ପଛରୁ ପିଟିଲା ବସ୍, ୩୩ରୁ ଅଧିକ ଆହତ
" ସମ୍ବଲପୁର: ରେଙ୍ଗାଲି ଥାନା ନିକଟରୁ ପ୍ରାୟ ୬୦୦ ମିଟର ଦୁରରେ ଦୁର୍ଘଟଣା ଘଟି ୨୦ ଉର୍ଦ୍ଧ୍ବ ଲୋକ ସାମାନ୍ୟ ଆହତ ହୋଇଥିବେଳେ ୧୩ ଜଣ ଗୁରୁରତ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଶନିବାର ରାତି ୧୦ ସମୟରେ ଶ୍ୟାମ ମେଟାଲିକ୍ସ କମ୍ପାନି ଏକ ବସ୍ (ଓଡ଼ି୧୫ ଭି୩୪୭୪) ଷ୍ଟାପଙ୍କୁ ନେଇ ଯାଉଥିବା ସମୟରେ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଏକ ଟ୍ରଲର ପଛକୁ ଧକ୍କା ଦେଇଥିଲା।
ଏଥିରେ ବସରେ ଥିବା କମ୍ପାନିର ଅଧିକାରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ବସ୍ ଚାଳକ ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣା ଘଟିବା ପରେ ତୁରନ୍ତ ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସକୁ ଫୋନ କରିବା ସହିତ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।
ଦୁର୍ଘଟଣାଟି ଏତେ ଭୟଙ୍କର ହୋଇଥିବା ଯେ ବସ୍ ଚାଳକ ଗାଡ଼ି ଭିତରେ ଫସି ରହିଥିଲେ।Advertisment ପରେ ରେଙ୍ଗାଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବସର ଚାଳକ ନିକଟରେ ରହୁଥିବା କବାଟକୁ କାଟି ଉଦ୍ଧାର କରିଥିଲେ।
ଏବଂ ଚାଳକଙ୍କର ମୁଣ୍ଡ ସହିତ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି।
ବସ୍ ଚାଳକଙ୍କ ସ୍ବାସ୍ଥ୍ୟ ଅବସ୍ତା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରୁ ତାଙ୍କୁ ଘରୋଇ ଚିକିତ୍ସାଳକୁ ସ୍ଥାନାନ୍ତର କରାଯାଇଛି।
ସେପଟେ ଦୁର୍ଘଟଣାସ୍ଥଲରେ ରେଙ୍ଗାଲି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।
ସେପଟେ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କମାନଙ୍କ ଅଭିଯୋଗ ବସ୍ ଚାଳକ ମଦ ପିଇ ଗାଡ଼ି ଚଲଉଥିବା ନେଇ ଅଭିଯୋଗ କରିଛନ୍ତି।
ତେବେ କମ୍ପାନିର ଭୁଲ ପାଇଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି।
କମ୍ପାନିରୁ ବସ ବାହାରିବା ପୂର୍ବରୁ କଣ ପଇଁ ଚାଳକମାନେ ମଦ ପିଇଛନ୍ତି କି ନାହିଁ କଣ ପାଇଁ ଯାଞ୍ଚ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି।
ଯେଉଁଥି ପାଇଁ ଆଜି ବଡ଼ ଦୁର୍ଘଟଣା ଘଟିଥିବା ଆହତ ଲୋକମାନେ ଅଭିଯୋଗ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।