Explosion: ରିୟାଦ ବିମାନବନ୍ଦରରେ ଜୋରଦାର ବିସ୍ଫୋରଣ; ଯାତ୍ରୀଙ୍କୁ ଖାଲି କରାଗଲା, ସମସ୍ତ ବିମାନ ସେବା ବାତିଲ୍‌

Oct 10, 2026 - 21:48
Explosion: ରିୟାଦ ବିମାନବନ୍ଦରରେ ଜୋରଦାର ବିସ୍ଫୋରଣ; ଯାତ୍ରୀଙ୍କୁ ଖାଲି କରାଗଲା, ସମସ୍ତ ବିମାନ ସେବା ବାତିଲ୍‌

"ରିୟାଦ: ସାଉଦି ଆରବ ରାଜଧାନୀ ରିୟାଦ ବିମାନବନ୍ଦରରେ ଶନିବାର ପୁଣି ଜୋରଦାରବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ୧୨ରୁ ଅଧିକ ଆମ୍ବୁଲାନ୍ସ ବିମାନବନ୍ଦର ଅଭିମୁଖେ ଯାଇଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଯାତ୍ରୀଙ୍କୁ ବାହାର କରି ଦିଆଯାଇଥିଲା।Advertisment ଆହୁରି ପଢନ୍ତୁ :Dead: ୪ବର୍ଷରେ ୬୪୭୮ଟି ବୁଡ଼ି ଦୁର୍ଘଟଣା: ଅଗ୍ନିଶମ ବାହିନୀ ଦ୍ବାରା ୨୭୨୯ ଜଣ ଉଦ୍ଧାର ଶନିବାର ଆକ୍ରମଣ ଘଟଣା ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ସାଉଦି ଆରବ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ମଧ୍ୟରେ ଘଟିଛି।

ଚଳିତ ସପ୍ତାହରେ ବିମାନବନ୍ଦର ଉପରେ ଦୁଇଥର ଆକ୍ରମଣରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି।

ତେବେ ଆକ୍ରମଣ ଘଟଣା ଉପରେ ସାଉଦି ସରକାରଙ୍କ ଗଣମାଧ୍ୟମ କାର୍ଯ୍ୟାଳୟ ଓ ବେସାମରିକ ବିମାନ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି।

ବିମାନ ଟ୍ରାକିଂ ସାଇଟ୍‌ ଫ୍ଲାଇଟ୍‌ରାଡାର୨୪ ଦର୍ଶାଇଛି ଯେ, ରିୟାଦକୁ ସମସ୍ତ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି କିମ୍ବା ବାତିଲ କରାଯାଇଛି, ଗୋଟିଏ ସ୍ଥାନରେ କେବଳ ଏକ ହେଲିକପ୍ଟର ବିମାନବନ୍ଦର ଉପରେ ଘୂରି ବୁଲୁଛି।

ବିମାନବନ୍ଦର ପକ୍ଷରୁ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସ୍ଥିତି ଜାଣିବା ପାଇଁ ଏୟାରଲାଇନ୍ସ ସହିତ ସିଧାସଳଖ ଯୋଗାଯୋଗ କରିବାକୁ କୁହାଯାଇଛି।

ଏତିହାଦ ଏୟାରୱେଜ୍ ଓ କତର ଏୟାରୱେଜ୍ ସେମାନଙ୍କର ରିୟାଦ ଓ ଅନ୍ୟ ସ୍ଥାନ ମଧ୍ୟରେ ଅନେକ ଉଡ଼ାଣ ବାତିଲ କରିଛନ୍ତି, କିଛି ଉଡ଼ାଣ ସୋମବାର ପର୍ଯ୍ୟନ୍ତ ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।