Accident: ଜନପଥରେ ମଦୁଆ ଡ୍ରାଇଭରର ଉତ୍ପାତ: ୪ ଗାଡ଼ିକୁ ପିଟିଲା

Oct 29, 2026 - 05:08
Accident: ଜନପଥରେ ମଦୁଆ ଡ୍ରାଇଭରର ଉତ୍ପାତ: ୪ ଗାଡ଼ିକୁ ପିଟିଲା

ଭୁବନେଶ୍ବର: ରାଜଧାନୀର ଜନପଥରେ ମଦ୍ୟପ ଡ୍ରାଇଭର ଙ୍କ ଉନ୍ମତ୍ତ ଗାଡ଼ି ଚାଳନାକୁ ନେଇ ଆତଙ୍କ ଖେଳିଯାଇଛି।

ମଙ୍ଗଳବାର ରାତିରେ ଏକ ଦ୍ରୁତଗାମୀ କାର୍‌ ଲଗାତାର ୪ଟି ଗାଡ଼ିକୁ ଧକ୍କା ଦେବା ପରେ ରାସ୍ତାର ଡିଭାଇଡର୍‌ରେ ପିଟି ହୋଇ ଅଟକି ଯାଇଥିଲା।

ଏହି ଦୁର୍ଘଟଣାରେ ଜଣେ ଶିଶୁକନ୍ୟାଙ୍କ ସମେତ ଦୁଇଜଣ ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କାର୍‌ ଚାଳକଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ।

ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ଅଟକ ରଖିବା ସହ କାର୍‌ଟିକୁ ଜବତ କରିଛି।

ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ବେପରୁଆ ଗାଡ଼ି ଚାଳନା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

Advertisment Neglect: ତୃଷାର୍ତ୍ତ ଜୁଆଙ୍ଗଙ୍କୁ ପସନ୍ଦ ଝରଣା ପାଣି ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଜନପଥରେ ଅଧିକ ମାତ୍ରାରେ ଯାନବାହନ ଚଳାଚଳ କରୁଥିବା ବେଳେ ଏକ ଧଳା କାର୍‌ (ଓଡି ୩୩ ଏଏସ୍‌ ୨୨୪୧) ମାଷ୍ଟରକ୍ୟାଣ୍ଟିନ୍‌ ଛକ ଆଡ଼ୁ ଦ୍ରୁତଗତିରେ ଆସୁଥିଲା।

କାର୍‌ଟି ନିୟନ୍ତ୍ରଣ ହରାଇ ମହର୍ଷି କଲେଜ ଛକ ନିକଟରେ ପ୍ରଥମେ ଏକ ନାଲି କାର୍‌କୁ ଧକ୍କା ଦେଇଥିଲା।

ଏହା ପରେ ଅନ୍ୟ କାର୍‌ ଓ ବାଇକ୍‌କୁ ମଧ୍ୟ ଧକ୍କା ଦେଇ ଆଗକୁ ମାଡ଼ି ଚାଲିଥିଲା।

ଶେଷରେ କାର୍‌ଟି ରାସ୍ତାର ଡିଭାଇଡର୍‌ରେ ପିଟି ହୋଇ ଅଟକି ଯାଇଥିଲା।

ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକ ଓ ଏକ କାର୍‌ରେ ଥିବା ଶିଶୁକନ୍ୟା ଆହତ ହୋଇଥିଲେ।

ହଠାତ୍‌ ଏଭଳି ଦୁର୍ଘଟଣା ଘଟିବାରୁ ରାସ୍ତାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ପରେ ସ୍ଥାନୀୟ ଲୋକେ କାର୍‌ ଚାଳକକୁ କାବୁ କରି ପିସିଆର୍‌ ଟିମ୍‌କୁ ସୂଚନା ଦେଇଥିଲେ।

ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଅଟକ ରଖିବା ସହ ଦୁର୍ଘଟଣାଗ୍ରସ୍ତ କାର୍‌ଟିକୁ ଜବତ କରିଛି।

ଏନେଇ ଅଭିଯୋଗ ପରେ ପୁଲିସ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଆଖପାଖ ଅଞ୍ଚଳର ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରୁଛି।

ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Z Black Agarbatti: ଜେଡ୍‌ ବ୍ଲାକ୍‌ ଅଗରବତୀର ନୂଆ ଟିଭିସି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।