Accident: ଝାଡ଼ଖଣ୍ଡରେ ‌ଇଏସ୍‌ଏଲ୍‌ ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ସଂସ୍ପର୍ଶରେ ଆସି ୨ ମୃତ

Oct 11, 2026 - 18:40
Accident: ଝାଡ଼ଖଣ୍ଡରେ ‌ଇଏସ୍‌ଏଲ୍‌ ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ସଂସ୍ପର୍ଶରେ ଆସି ୨ ମୃତ

"ରାଞ୍ଚି: ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଇଏସ୍‌ଏଲ୍‌ ଷ୍ଟିଲ୍ ପ୍ଲାଣ୍ଟରେ ରବିବାର ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ ଜଣେ କମ୍ପାନି କାର୍ଯ୍ୟନିର୍ବାହୀ ଓ ଜଣେ ବ୍ୟବସାୟିକ ଅଂଶୀଦାରଙ୍କ ସହ ଜଡିତ ଜଣେ ଇଞ୍ଜିନିୟରଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ହୋଇଛି ବୋଲି କମ୍ପାନିର ଜଣେ ମୁଖପାତ୍ର କହିଛନ୍ତି।

ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଏହି ଘଟଣାର ସ୍ବାଧୀନ ତଦନ୍ତ କରାଯିବ ଓ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।Advertisment ଇଏସ୍‌ଏଲ୍ ମୁଖପାତ୍ର କହିଛନ୍ତି ଯେ, ପ୍ଲାଣ୍ଟରେ ଗ୍ୟାସ୍ ସଂସ୍ପର୍ଶରେ ଆସି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି, ଯେଉଁଥିରେ କମ୍ପାନୀର ଜଣେ କାର୍ଯ୍ୟନିର୍ବାହୀ ଓ ଜଣେ ଇଞ୍ଜିନିୟରଙ୍କ ଜୀବନ ଯାଇଛି।

ବୋକାରୋର ଇଏସଏଲ ଷ୍ଟିଲ ଲିମିଟେଡ, ବେଦାନ୍ତ ଆଇରନ ଆଣ୍ଡ ଷ୍ଟିଲ ଲିମିଟେଡ (ଭିଆଇଏସଏଲ)ର ଏକ ସହାୟକ କମ୍ପାନୀ।

କମ୍ପାନୀର ମୁଖପାତ୍ର ଦୁର୍ଘଟଣାର ବିବରଣୀ ଓ ମୃତକଙ୍କ ପରିଚୟ ପ୍ରଦାନ କରିନାହାନ୍ତି।

Fire: ଧର୍ମଶାଳାରେ ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ, ୫ ବର୍ଷର ଶିଶୁ ମୃତ; ବାପା-ମାଆ ଗୁରୁତର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।