Accident: ଝୁମ୍ପୁଡ଼ି ଭିତରକୁ ଓଲଟି ପଡ଼ିଲା ବୋଲେରୋ, ୨ ଯୁବକ ସଂକଟାପର୍ଣ୍ଣ
"ଧଉଳି (ନିରଂଜନ ସେନାପତି): ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଦଶହରା ପଡ଼ିଆ ନିକଟରେ ଆଜି ଅପରାହ୍ନ ୩ଟା ବେଳେ ଏକ ଦ୍ରୁତଗାମୀ ବୋଲେରୋ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ଝୁମ୍ପୁଡ଼ି ଘର ଭିତରକୁ ପଶିଯିବାରୁ ଘର ଭିତରେ ଥିବା ୨ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।
Advertisment ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ୧0୮ ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ।
ହେଲେ ବୋଲେରୋ ତଳେ ହାତ ଚାପି ହୋଇ ରସିଥିବା ଆଉ ଜଣେ ଯୁବକଙ୍କୁ ବୋଲେରୋ ତଳୁ ଭିଡି ବାହାର କରିବା ସମ୍ଭବ ହୋଇନଥିଲା।
ତେଣୁ ଲୋକମାନେ କଳ୍ପନା ଅଗ୍ନିଶମ ବାହିନୀଙ୍କୁ ଯୋଗାଯୋଗ କରିଥିଲେl ଖବର ପାଇ କଳ୍ପନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୨ ଗୋଟି ଜଗ ସାହାଯ୍ୟରେ ଗାଡି ଉପରକୁ ଉଠାଇ ଚାପି ହୋଇ ରହିଯାଇଥିବା ଯୁବକଙ୍କୁ ଟାଣି ବାହାର କରି ହସ୍ପିଟାଲ ପଠାଇଥିଲେ l ଆହତ ଯୁବକ ଦ୍ୱୟ କବାଡିଆ ସାମଗ୍ରୀ ସାମଗ୍ରୀ ସଂଗ୍ରହ କରୁଥିବା ବେଳେ ସେମାନଙ୍କ ପରିଚୟ ରିପୋର୍ଟ ଲେଖା ହେବା ସୁଦ୍ଧା ମିଳିପାରିନି l ସୂଚନା ଅନୁସାରେ ଝୁମ୍ପୁଡି ଭିତରେ ବିଶ୍ରାମ ନେଇଥିବା ବେଳେ ସାଇମନ୍ଦିର ଅଭିମୁଖେ ଦ୍ରୁତ ବେଗରେ ଯାଉଥିବା ବୋଲେରୋ ଚାଳକ ବ୍ରେକ କଷି ଦେବାରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଝୁମ୍ପୁଡି ଭିତରକୁ ପଶିଯାଇଥିଲା l ଚାଳକ ମଧ୍ୟ ଆହତ ହୋଇଛନ୍ତିl Two Minor Sisters Drown ପୋଖରୀରେ ବୁଡ଼ି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ସୂଚନାଯୋଗ୍ୟ ବୋଲେରୋ ପୁରୀରୁ ବାଇପାସ ରାସ୍ତାରେ କଟକ ଅଭିମୁଖେ ଯାଉଥିଲା l ହେଲେ ନିୟନ୍ତ୍ରଣ ହରାଇ ଶିଶୁପାଳ ଦଶହରା ପଡିଆ ନିକଟରେ ଓଲଟି ଝୁମ୍ପୁଡ଼ି ଭିତରକୁ ପଶି ଯାଇଥିଲା l ଜଣେ ଯୁବକଙ୍କ ଅନ୍ତବୁଜୁଳା ଚାପି ହୋଇ ବାହାରି ପଡ଼ିଥିବା ଜଣାଯାଇଛି l ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ କ୍ୟାପିଟାଲ ହସ୍ପିଟାଲରୁ ତାଙ୍କୁ କଟକ ବଡ଼ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି l "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।