Jaguar: ଜାଗୁଆର ଲ୍ୟାଣ୍ଡରୋଭର ୪୦୦୦ ଛଟେଇ କରିବ, ସହାୟତା ଦେବାକୁ ମନା କଲେ ବ୍ରିଟେନ ସରକାର
"ନୂଆଦିଲ୍ଲୀ: ଟାଟା ମୋଟର୍ସ ମାଲିକାନାରେ ଥିବା କାର୍ କମ୍ପାନି ଜାଗୁଆର ଲ୍ୟାଣ୍ଡରୋଭର ବ୍ରିଟେନରେ ୪୦୦୦ କର୍ମଚାରୀ ଛଟେଇ କରିବାକୁ ଯୋଜନା ପ୍ରସ୍ତୁତ କରିଛି।
ଏହି ଚାକିରିଗୁଡ଼ିକୁ ବଞ୍ଚାଇବା ଲାଗି କୌଣସି ପ୍ରକାର ଆର୍ଥିକ ସହାୟତା ଦେବାକୁ ବ୍ରିଟେନ ସରକାର ମନା କରିବା ପରେ କମ୍ପାନି ଏଭଳି ପଦକ୍ଷେପ ନେବାକୁ ଯାଉଛି।
ବ୍ରିଟେନରେ ଜାଗୁଆର ଲ୍ୟାଣ୍ଡରୋଭର ପାଇଁ ୩୪ ହଜାର କର୍ମଚାରୀ କାମ କରୁଛନ୍ତି।
ସେଥିରୁ ୧୨ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯିବ।Advertisment ଆହୁରି ପଢ଼ନ୍ତୁ: International Day of Clean Air ଆନ୍ତର୍ଜାତୀୟ ନିର୍ମଳ ବାୟୁ ଓ ନୀଳ ଆକାଶ ଦିବସ ପାଳିଲା ଏସ୍ପିସିବି ବରିଷ୍ଠ ପ୍ରବନ୍ଧକ ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ ସବୁଠୁ ବଡ଼ ଛଟେଇ ହେବ।ଏହି ପ୍ରସଙ୍ଗରେ ବ୍ରିଟେନ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି।
କମ୍ପାନି ଚଳାଇବା ଦାୟିତ୍ବ ଆମର ନୁହେଁ ବୋଲି ସରକାର କହିଛନ୍ତି।
ଆସନ୍ତାକାଲି ଏହାକୁ ନେଇ ବ୍ରିଟେନର ସରକାରୀ ଅଧକାରୀ ଓ ଶ୍ରମିକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ହେବ।
ଚାକିରିଗୁଡ଼ିକୁ ବଞ୍ଚାଇବା ପାଇଁ ସରକାରଙ୍କ ଉପରେ ବ୍ରିଟେନର ପ୍ରମୁଖ ଶ୍ରମିକ ସଂଗଠନ "ୟୁନାଇଟ୍"ର ସାଧାରଣ ସମ୍ପାଦକ ଶେରୋନ ଗ୍ରାହମ ଚାପ ପକାଇବେ ବୋଲି ଆଶା କରାଯାଉଛି।
କର୍ମଚାରୀମାନଙ୍କୁ ସ୍ବେଚ୍ଛାକୃତ ଅବସର ଯୋଜନା ଚୟନ କରିବାକୁ ମଧ୍ୟ ବିକଳ୍ପ ଦିଆଯାଇଛି।
ଏହା ଜରିଆରେ ୩୭,୫୦୦ କୋଟି ଟଙ୍କା ସଞ୍ଚୟ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।