Kharif Procurement 2026-27 ୨୦୨୬-୨୭ ଖରିଫ ମଣ୍ଡି ପାଇଁ ସରିଲା ଅବଧି, ୨୧ଲକ୍ଷରୁ ଅଧିକ ଚାଷୀଙ୍କ ପଞ୍ଜୀକରଣ

Sep 07, 2026 - 20:19
Kharif Procurement 2026-27 ୨୦୨୬-୨୭ ଖରିଫ ମଣ୍ଡି ପାଇଁ ସରିଲା ଅବଧି, ୨୧ଲକ୍ଷରୁ ଅଧିକ ଚାଷୀଙ୍କ ପଞ୍ଜୀକରଣ

"ଭୁବନେଶ୍ବର:  ଚଳିତ ଖରିଫ୍‌ ଋତୁରେ ଧାନ ବିକ୍ରି ପାଇଁ ଚାଷୀଙ୍କ ପଞ୍ଜୀକରଣ ଅବଧି ଆଜି (ସୋମବାର) ଶେଷ ହୋଇଛି।

୨୧.୭୨ଲକ୍ଷରୁ ଅଧିକ ଚାଷୀ ଏଥିପାଇଁ ପଞ୍ଜୀକରଣ କରିସାରିଛନ୍ତି।

ଆଜି ରାତି ୧୨ଟା ପର୍ଯ୍ୟନ୍ତ ଚାଷୀମାନେ ନିଜର ପଞ୍ଜୀକରଣ କରିପାରିବେ।

ତେବେ ପଞ୍ଜୀକରଣ ଅବଧି ଆଉ ବଢ଼ିବ ନାହିଁ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ।Advertisment Kharif Paddy Procurement ୨୦୨୬-୨୭ ଖରିଫ ଧାନ ବିକ୍ରି: ୧୫ ଦିନରେ ପଞ୍ଜୀକରଣ କଲେଣି ୫ଲକ୍ଷରୁ ଅଧିକ ଚାଷୀ ଅଗଷ୍ଟ ୬ତାରିଖରୁ ରାଜ୍ୟରେ ଚାଷୀଙ୍କ ପଞ୍ଜୀକରଣ ଆରମ୍ଭ ହୋଇଥିଲା।

ପ୍ୟାକ୍ସ-ଲ୍ୟାମ୍ପସ, ପାଣି ପଞ୍ଚାୟତ ଜରିଆରେ ପଞ୍ଜୀକରଣ କରାଯାଉଛି।

ଅଗଷ୍ଟ ଶେଷ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଅବଧି ରହିଥିଲା।

ତେବେ ବିଭିନ୍ନ ଜିଲ୍ଲାରେ ବନ୍ୟା ପାଇଁ ରାଜ୍ୟ ସରକାର ଅବଧିକୁ ସେପ୍ଟେମ୍ବର ୭ତାରିଖ ପର୍ଯ୍ୟନ୍ତ ବଢ଼ାଇଥିଲେ।

ଗତବର୍ଷ ରାଜ୍ୟରେ ୧୯ଲକ୍ଷ ୬୭ହଜାର ଚାଷୀ ପଞ୍ଜୀକରଣ କରିଥିଲେ।

ହେଲେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବରଗଡ଼ରେ ସର୍ବାଧିକ ୧.୮୩ଲକ୍ଷ, ଗଞ୍ଜାମ ୧.୭୮ଲକ୍ଷ, କଳାହାଣ୍ଡି ୧.୩୪ଲକ୍ଷ, ବାଲେଶ୍ବର ୧.୨୧ଲକ୍ଷ, ବଲାଙ୍ଗୀର ୧.୧୯ଲକ୍ଷ ଓ ମୟୂରଭଞ୍ଜରେ ୧ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି।

ସାଢ଼େ ୭ଲକ୍ଷ ଚାଷୀଙ୍କ ଏଗ୍ରିଷ୍ଟାକ୍‌ ଆଇଡି ପ୍ରସ୍ତୁତ କରାଯାଇଛି।

AgriStack for Kharif Paddy ଖରିଫ୍‌ ପାଇଁ ଏଗ୍ରିଷ୍ଟାକ୍‌ ଜରିଆରେ ପଞ୍ଜୀକରଣ କଲେଣି ୮୫ହଜାର ଚାଷୀମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି, ଗତକାଲି ପର୍ଯ୍ୟନ୍ତ ୨୧.୪୨ଲକ୍ଷ ପଞ୍ଜୀକରଣ କରିଛନ୍ତି।

ଯେଉଁମାନେ ପଞ୍ଜୀକରଣ କରିନାହାନ୍ତି ଆଜି ମଧ୍ୟ ସେମାନେ କରିପାରିବେ।

ଏହାସହ ରାଜ୍ୟ ସରକାର ବର୍ତ୍ତମାନସୁଦ୍ଧା ୨ଲକ୍ଷ ୯୭ହଜାର ଟନ୍‌ ସାର ପାଇଛନ୍ତି।

ପ୍ୟାକ୍‌ସଙ୍କୁ ୨,୬୭ଲକ୍ଷ, ଡିଲରଙ୍କୁ ୨୪୧୧ ଟନ୍‌ ସାର ଦିଆଯାଇଛି।

ସରକାରଙ୍କ ପାଖରେ ୨୪ହଜାର ୪ଶହ ଟନ୍‌ ମହଜୁଦ ରହିଛି।

ଚାଷୀଙ୍କୁ ସାର ଯୋଗାଇବାରେ ସରକାର ଅବହେଳା କରିନାହାନ୍ତି।

ଟିକେ ଅବହେଳା ହେଲେ ଡିଲରଙ୍କୁ ନିଲମ୍ବନ ସହ ଲାଇସେନ୍‌ସ ରଦ୍ଦ କରାଯାଉଛି।

Farmer: ଚାଷୀ ରାଗିଲେ, ସରକାର ନରମିଲେ: ଏଗ୍ରିଷ୍ଟାକ୍‌ ବିନା ଧାନ ବିକିପାରିବେ, ବସିଲା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକଉଲ୍ଲେଖ ଯେ ଚଳିତବର୍ଷ ଖରିଫ୍‌ ଧାନ କିଣା ନେଇ ରାଜ୍ୟ ସରକାର ଏଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ କରିବା ପରେ ବିବାଦ ଦେଖାଦେଇଥିଲା।

ଏହାକୁ ନେଇ ଚାରିଆଡ଼ୁ ବିରୋଧ ହେବା ପରେ ରାଜ୍ୟ ସରକାର ଏହା ବାଧ୍ୟତାମୂଳକ ନୁହେଁ ବୋଲି କହିଥିଲେ।

ସମସ୍ତ ଚାଷୀଙ୍କ ପଞ୍ଜୀକରଣ କରାଯିବ ଓ ସମସ୍ତଙ୍କୁ ଟୋକନ୍‌ ମିଳିବ ବୋଲି ସରକାର ଆଶ୍ବାସନା ଦେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।