Accident: ଟପରିଆ-ବିଲାଇମୁଣ୍ଡା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରେଲରକୁ ପିଟିଲା କାର
"ସୁନ୍ଦରଗଡ଼: ଟପରିଆ- ବିଲାଇମୁଣ୍ଡା ରାସ୍ତା ସମରପିଣ୍ଡା ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ଟ୍ରେଲରକୁ ପଛରୁ ଧକ୍କା ଦେଲା ମାରୁତି ଏସ୍-ପ୍ରେସୋ କାର (ଓଡି୨୩ ଏନ୍- ୬୦୭୮) | ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଟପରିଆ ପଟୁ ବିଲାଇମୁଣ୍ଡା ଅଭିମୁଖେ ଏକ ମାରୁତି ଏସ୍-ପ୍ରେସୋ କାର ଯାଉଥିଲା।
ସମରପିଣ୍ଡା ଗାଁ ନିକଟରେ ଏକ ଟ୍ରେଲର(ସିଜି ୧୩ ଏଲ୍ ୭୪୦୦)କୁ କାରକୁ ଧକ୍କା ଦେଇଥିଲା |Advertisment ଆହୁରି ପଢନ୍ତୁ :Earth Again Conference 2026: "ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ ଦକ୍ଷତା ବିକାଶ ପାଇଁ ଚିନ୍ତା କରାଯିବ ଉଚିତ" ଧକ୍କା ଏତେ ଜୋର୍ ଥିଲା ଯେ, କାରଟି ଭାଙ୍ଗି ଚୂରମାର ହୋଇ ଯିବା ସହ କାରରେ ଥିବା ରତନସରା ଗାଁର ମହେଶ ରୋହିଦାସ (୫୦)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।
କାରରେ ବସିଥିବା ଅନ୍ୟ ଦୁଇ ବ୍ୟକ୍ତି ଛତାବର ଗାଁର ବନମାଳି ଭୋଇ (୪୫) ଓ ଛତିଶଗଡ଼ ସାରଙ୍ଗଗଡ଼ର ଉମାଶଙ୍କର ମହାରଥୀ (୪୯) ଗୁରୁତର ଆହତ ହୋଇଛନ୍ତି।
ଆହତଙ୍କୁ ଉଦ୍ଧାର କରି ହେମଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ରାତିର ଅନ୍ଧାରରେ ଏହି ଦୁର୍ଘଟଣା ପୁଣି ଥରେ ଟପରିଆ-ବିଲାଇମୁଣ୍ଡା ରାସ୍ତାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।