Accident: ଶୌଚ ପାଇଁ ରେଳଧାରଣା ପାର ହେଉଥିବାବେଳେ ଟ୍ରେନ୍ ଧକ୍କାରେ ୪ ଯୁବକ ମୃତ
"ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଟେକ୍କାଲି ନିକଟରେ ଟ୍ରେନ୍ ଧକ୍କାରେ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି।
ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।
ବୁଧବାର ଘଟିଥିବା ଏହି ଦୁର୍ଘଟଣାରେ ଅତି ବେଗରେ ଆସୁଥିବା ରାଜଧାନୀ ଏକ୍ସପ୍ରେସ୍ ୫ ଜଣ ଯୁବକଙ୍କୁ ଧକ୍କା ଦେଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।Advertisment ଘଟଣାଟି ଟେକ୍କାଲି ସହର ଉପକଣ୍ଠ ବର୍ମା କଲୋନୀ ନିକଟରେ ଘଟିଛି।
ପ୍ରାଥମିକ ତଦନ୍ତ ଅନୁସାରେ, ୫ ଜଣ ଯୁବକ ଶୌଚ ପାଇଁ ରେଳଧାରଣା ପାର ହେଉଥିବା ସମୟରେ ଟ୍ରେନ୍ଟି ସେମାନଙ୍କୁ ଧକ୍କା ଦେଇଥିଲା।
୪ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।
ଗୁରୁତର ଆହତ ଯୁବକଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍କୁ ନିଆଯାଇଥିଲା।
ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ଘଟଣାସ୍ଥଳରେ ରେଳବାଇ ଓ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ମୃତକମାନଙ୍କ ପରିଚୟ ଓ ଅନ୍ୟାନ୍ୟ ବିସ୍ତୃତ ତଥ୍ୟ ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଉଛି।
Train accident: ଟ୍ରେନ୍ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।