Paddy Cultivation Declines ଧାନଚାଷ ଠାରୁ ମୁହଁ ଫେରାଉଛନ୍ତି ଚାଷୀ, ଚଳିତବର୍ଷ ଖରିଫ ଧାନଚାଷ କମିଛି ୩.୨୪ଲକ୍ଷ ହେକ୍ଟର

Sep 23, 2026 - 21:45
Paddy Cultivation Declines  ଧାନଚାଷ ଠାରୁ ମୁହଁ ଫେରାଉଛନ୍ତି ଚାଷୀ, ଚଳିତବର୍ଷ  ଖରିଫ ଧାନଚାଷ କମିଛି ୩.୨୪ଲକ୍ଷ ହେକ୍ଟର

"ଭୁବନେଶ୍ବର: ଚାଷୀମାନେ ଧାନଚାଷଠାରୁ ମୁହଁ ଫେରାଉଛନ୍ତି।

୨ବର୍ଷ ତୁଳନାରେ ୩.୨୪ଲକ୍ଷ ହେକ୍ଟର କମ୍ ଜମିରେ ଖରିଫ ଧାନଚାଷ କରାଯାଇଛି।

୩୦ଟି ଜିଲ୍ଲା ମଧ୍ୟରେ ମାତ୍ର ୭ଟି ଜିଲ୍ଲାରେ ଧାନଚାଷ ଗତବର୍ଷ ଅପେକ୍ଷା ଅଧିକ ହୋଇଥିବା ବେଳେ ୨୧ଜିଲ୍ଲାରେ ହ୍ରାସ ପାଇଛି ଏବଂ ୨ଟି ଜିଲ୍ଳାରେ ପୂର୍ବବର୍ଷ ଭଳି ସମାନ ପରିମାଣର ଚାଷ ହୋଇଛି।

Advertisment Agriculture: ଦେଢ଼ ପ୍ରତିଶତରେ ସୀମିତ ଧାନଚାଷ: ଆଜି ସୁଦ୍ଧା କେବଳ ୨୯୧୦ ହେକ୍ଟରରେ ହୋଇଛି ବିଧାୟକ ପ୍ରତାପ କେଶରୀ ଦେବଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଚଳିତ ମାସ ୧୯ତାରିଖ ସୁଦ୍ଧା ରାଜ୍ୟରେ ‌ମୋଟ ୩ଲକ୍ଷ ୨୪ହଜାର ହେକ୍ଟର କମ୍ ଜମିରେ ଧାନଚାଷ ହୋଇଛି।

ଏଥି ମଧ୍ୟରେ କେବଳ ଅନୁଗୋଳ ଓ ସମ୍ବଲପୁରରେ ଗତବର୍ଷ ଧାନଚାଷ ପରିମାଣ ସମାନ ଥିବା ବେଳେ ୭ଟି ଜିଲ୍ଲା ମଧ୍ୟରେ ବରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା ଓ ପୁରୀରେ ପୂର୍ବବର୍ଷ ଅପେକ୍ଷା ଅଧିକ ଧାନ ଚାଷ ହୋଇଛି।

ଅବଶିଷ୍ଟ ୨୧ଟି ଜିଲ୍ଲାରେ ଧାନଚାଷ ଜମିର ପରିମାଣ ହ୍ରାସ ପାଇଛି।

୨୦୨୪-୨୫ ଓ ୨୦୨୫-୨୬ ଖରିଫ୍‌ରେ ଯଥାକ୍ରମେ ୩୭.୪୯ଲକ୍ଷ ହେକ୍ଟର ଓ ୩୯.୪୨ଲକ୍ଷ ହେକ୍ଟର ଧାନଚାଷ ହୋଇଥିବା ବେଳେ ଚଳିତ ବର୍ଷ ୩୬.୧୮ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି।

ଖରିଫ ଚାଷ ଚୁଡ଼ାନ୍ତ ରିପୋର୍ଟ ମିଳିଲେ ଏହି ପରିମାଣ ବୃଦ୍ଧି ପାଇବ ବୋଲି ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ପ୍ରୋତ୍ସାହନ ଚାଷୀଙ୍କୁ ଛୁଉଁନି: ରାଜ୍ୟରେ ୫୦.୩୪% ଅଣଧାନ ଚାଷ ବିଶେଷ କରି ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ଧାନମଣ୍ଡିରେ ଧାନ ବିକ୍ରି କରିନପାରି କ୍ଷତିଗ୍ରସ୍ତ ହେବା ସହିତ ନାହିଁନଥିବା ଯନ୍ତ୍ରଣା ଭୋଗ କରୁଥିବା ଚାଷୀମାନେ ଧାନଚାଷ ପ୍ରତି ବିମୁଖ ହେଉଛନ୍ତି ବୋଲି ବିରୋଧୀ ଦଳ କହିଛନ୍ତି।

ଅପର ପକ୍ଷରେ ଧାନଚାଷ ପରିବର୍ତ୍ତେ ଅଣଧାନ ପନିପରିବା, ଡ଼ାଲିଜାତୀୟ ଓ ତୈଳ ଜାତୀୟ ଫସଲ ପ୍ରତି ଚାଷୀମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି।

ଯାହା ଫଳରେ ଚାଷୀମାନେ ଧାନ ପରିବର୍ତ୍ତେ ଅଣଧାନ ଚାଷ ପ୍ରତି ଆଗ୍ରହ ବଢୁଛି ବୋଲି ବିଭିନ୍ନ ସମୟରେ କୃଷି ବିଭାଗ କହୁଛି।  ‌ତେବେ ଧାନଚାଷ ପ୍ରତି ଚଳିତ ବର୍ଷ ୧୦ ଭାଗ ହ୍ରାସ ପାଇବା ଘଟଣାର ସମୀକ୍ଷା କରି ଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକତା ରହିଛି ବୋଲି କୃ‌ଷିବିତ୍‌ମାନେ ମତ ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।