Accident: ଶ୍ରମିକଙ୍କ ଉପରେ ଚଢ଼ିଗଲା ଅନିୟନ୍ତ୍ରିତ କାର, ୯ ଜଣଙ୍କ ମୃତ୍ୟୁ

Oct 18, 2026 - 20:27
Accident: ଶ୍ରମିକଙ୍କ ଉପରେ ଚଢ଼ିଗଲା ଅନିୟନ୍ତ୍ରିତ କାର, ୯ ଜଣଙ୍କ ମୃତ୍ୟୁ

"ଚଣ୍ଡିଗଡ଼: ପଂଜାବର ସଂଗରୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।

ଏଠାରେ ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇଛି।

ଫଳରେ କାରଟି ମନେରେଗା ଶ୍ରମିକଙ୍କ ଉପରେ ଚଢ଼ି ଯାଇଛି।

ଦୁର୍ଘଟଣା କାରଣରୁ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ କିଛି ଲୋକ ଆହତ ଅଛନ୍ତି।

କୁହାଯାଉଛି ଯେ, ଯେତେବେଳେ କାରଟି ଅନିୟନ୍ତ୍ରିତ ହୋଇ ଯାଉଥିଲା, ସେହି ସମୟରେ ପାଖାପାଖି ୨୩ ଜଣ ଶ୍ରମିକ ଲହରାଗାଗା-ଜାଖଲ ରୋଡରେ କାମ କରୁଥିଲେ।

ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଆହତ ଶ୍ରମିକମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଲୋକେ ଦୁର୍ଘଟଣା ପରେ ପୁଲିସ ସହାୟତା ଏବଂ ଆମ୍ବଲାନ୍ସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।

Advertisment Accident: ଜାତୀୟ ରାଜପଥରେ ଛାତିଥରା ଦୁର୍ଘଟଣା; ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।