Accident: ଅନ୍ୟମନସ୍କ କାରଣରୁ ଏକ ହାଇୱାକୁ ପିଟିଲା ବାଇକ୍, ଲାଗିଗଲା ନିଆଁ
ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ହାଇୱା ପଛରେ ପିଟିଲା ବାଇକ୍। ଧକ୍କା ପରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳି ଗଲା ବାଇକ୍। ଅଳ୍ପକେ ବର୍ତ୍ତିଲେ ବାଇକ୍ ଚାଳକ। କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ୫୨୦ ନମ୍ବର NH ବାରବାଙ୍କ ରାସ୍ତାରେ ଏହି ଘଟଣା ଘଟିଛି। ଜଣେ ଯୁବକ ଏକ ବାଇକରେ ଭଦ୍ରାସାହି ପଟୁ ରୁଗୁଡ଼ି ଅଭିମୁଖେ ଯାଉଥିଲେ। ଅନ୍ୟମନସ୍କ କାରଣରୁ ଆଗରେ ଛିଡ଼ା ହୋଇଥିବା ଏକ ହାଇୱାକୁ ଧକ୍କା ଦେଇଥିଲେ।
ଦୁର୍ଘଟଣା ଘଟିବା କ୍ଷଣି ବାଇକରେ ନିଆଁ ଲାଗି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା। ସୌଭାଗ୍ୟ ବଶତଃ ଦୁର୍ଘଟଣାରେ ବାଇକ୍ ଆରୋହୀ ସାମାନ୍ୟ ଆହତ ହୋଇଥିବାବେଳେ ଏକ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି ।
ହୁତୁହୁତୁ ହୋଇ ଜଳିଗଲା ବାଇକ୍
ଟ୍ରକକୁ ଧକ୍କା ପରେ ଜଳିଗଲା ବାଇକ୍
ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ହାଇୱାକୁ ପିଟିଲା
ପଛରୁ ପିଟିବା ପରେ ଲାଗିଲା ନିଆଁ
ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ
କେନ୍ଦୁଝର ରୁଗୁଡ଼ି ୫୨୦ ନମ୍ବର NH ବାରବାଙ୍କ ନିକଟରେ ଦୁର୍ଘଟଣା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।