Accident: ଗୁମ୍ମାଘାଟିରେ ଦୁର୍ଘଟଣା, ୮ ଘଣ୍ଟା ଜାତୀୟ ରାଜପଥ ଅବରୋଧ

Sep 04, 2026 - 09:09
Accident: ଗୁମ୍ମାଘାଟିରେ ଦୁର୍ଘଟଣା, ୮ ଘଣ୍ଟା ଜାତୀୟ ରାଜପଥ ଅବରୋଧ

"ରାୟଗଡା: ଗତକାଲି ରାୟଗଡାର ଗୁମ୍ମା ଘାଟିରେ ଦୁର୍ଘଟଣା ହୋଇ ପାଞ୍ଚ ଘଣ୍ଟା ଜାମ ହୋଇଥିଲାବେଳେ ଆଜି ପୁଣି ୮ ଘଣ୍ଟା ଧରି ଜାମ ହେବା ଯୋଗୁଁ ଜାତୀୟ ରାଜପଥ ରେ ଯାଉଥିବା ଯାତ୍ରୀ ଓ ପଣ୍ୟବାହି ଯାନବାହାନର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି I  ସୂଚନାରୁ ଜଣାପଡିଛି ରାୟଗଡା ସଦର ବ୍ଲକ ଗୁମ୍ମା ଅଂଚଳର ଘାଟି ନିକଟରେ ଯାନ୍ତ୍ରିକ ତ୍ରୁଟି ହୋଇ ଗୋଟିଏ ଟ୍ରକ ଅଟକିଥିଲା I ସେହି ଟ୍ରକକୁ ଗୁମ୍ମା ଘାଟି ବୁଲାଣିରେ  ଅନ୍ୟ ଏକ ଟ୍ୟାଙ୍କର ଧକା ମାରିବା ଯୋଗୁଁ  ମଧ୍ୟରାତ୍ରିରୁ ସମ୍ପୂର୍ଣ୍ଣ ରାସ୍ତା ଜାମ ହୋଇଛି I  ଫଳରେ ଜାତୀୟ ରାଜପଥ ୩୨୬ ଦୀର୍ଘ ୮ ଘଣ୍ଟା ଧରି  ଅବରୋଧ ହୋଇଅଛି IAdvertisment ଆହୁରି ପଢନ୍ତୁ: Life mantra: ଜୀବନ-ମନ୍ତ୍ର: ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ରାୟଗଡା ଠାରୁ କାଶିପୁର ଏବଂ କୋରାପୁଟ ଜିଲ୍ଲାକୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।

୩୨୬ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଶହ ଶହ ୪ଚକିଆ ଯାନବାହାନ ଅଟକି ରହିଛି ।

ବସ ଏବଂ ଅନ୍ୟାନ୍ୟ ଯାନବାହାନରେ ଯାତ୍ରା କରୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ରାୟଗଡା ପୁଲିସ ଓ କୁମ୍ବିକୋଟା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ଗୁମା ଘାଟିର ଏକ ନିର୍ଦ୍ଦିଷ୍ଟ ବୁଲାଣିରେ ଭାରୀ ଯାନବାହାନ ଗୁଡିକ ରାସ୍ତା ଖରାପ ଯୋଗୁଁ ଅତିକ୍ରମ କରିନପାରି ବାରମ୍ବାର ଦୁର୍ଘଟଣା ଘଟୁଛି ଓ ରାସ୍ତା ଅବରୋଧ ହେଉଛି ।

ଏହି ବୁଲାଣିକୁ ପ୍ରସସ୍ତ କରିବା ସହ  ରାସ୍ତା ମରାମତି ନେଇ ପଦକ୍ଷେପ ଗ୍ରହଣ କରିବାକୁ ବାରମ୍ବାର ଦାବି ସତ୍ତ୍ୱେ ଜାତୀୟ ରାଜପଥ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।