Rayagada: ପାରିବାରିକ କଳହରୁ ବାପାର ବେକ କାଟିଲା ପୁଅ

Oct 01, 2026 - 11:16
Rayagada: ପାରିବାରିକ କଳହରୁ ବାପାର ବେକ କାଟିଲା ପୁଅ

"ଗୁଡାରି (ମକରଧ୍ଵଜ କାଦମ୍ବାଲୁ): ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି.

ପେଣ୍ଡିଲି ଗ୍ରାମରେ ଏକ ଚାଞ୍ଚଲ୍ୟକର ତଥା ଅଭାବନୀୟ ଘଟଣା ଘଟିଯାଇଛି।

କୌଣସି କାରଣକୁ ନେଇ ସୃଷ୍ଟି ହୋଇଥିବା ପାରିବାରିକ କଳହରୁ ଜଣେ ପୁଅ ନିଜ ଜନ୍ମକଲା ବାପାର ବେକକୁ ବ୍ଲେଡ୍ ସାହାଯ୍ୟରେ କାଟି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୨.୩୦ ସମୟରେ ବାପା ଘରେ ଶୋଇଥିବାବେଳେ ପୁଅ ହଠାତ୍ ଏକ ବ୍ଲେଡ୍ ସାହାଯ୍ୟରେ ତାଙ୍କ ବେକକୁ କାଟି ଦେଇଥିଲା।Advertisment ସକାଳୁ ୬.

୩୦ସମୟରେ ଗ୍ରାମବାସୀ ଏହି ସମ୍ପର୍କରେ ଜାଣିବାକୁ ପାଇଥିଲେ।

ଏହାପରେ ଆହତ ବ୍ୟକ୍ତିଙ୍କ ଜ୍ୱାଇଁ ଲବ ପାଲାକା ଏବଂ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଏକ ଆମ୍ବୁଲାନ୍ସ ଯୋଗେ ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।

ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଗୁଡାରି ଥାନା ଅଧିକାରୀ ବିଶ୍ୱବନ୍ଧିନି ବାଗ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ।

ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ଆହତଙ୍କ ଗଳାରେ ୭ଟି ସିଲେଇ କରାଯିବା ପରେ ରକ୍ତସ୍ରାବ ବନ୍ଦ ହୋଇଥିଲା।

ଆହୁରି ପଢନ୍ତୁ: Nandankanan: ଜଙ୍ଗଲ ମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ନନ୍ଦନକାନନ ବୁଲିଲେ: "ଓରାଂଉଟାନ ଶାବକଙ୍କ ପାଳିତା ମାଆ ନନ୍ଦନକାନନ" ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏବଂ ସ୍ଥାନୀୟ ମେଡିକାଲରେ ଆନୁଷଙ୍ଗିକ ସୁବିଧା ନଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଅପରପକ୍ଷରେ, ଘଟଣାର ଖବର ପାଇ ଗୁଡାରି ଥାନା ଏସଆଇ ଶ୍ୟାମସୁନ୍ଦର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପୁଲିସ ଅଭିଯୁକ୍ତ ପୁଅକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗୁଣୁପୁର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ବାଗ ସୂଚନା ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।