Accident: ବାଇକ୍ ଦୁର୍ଘଟଣାରେ ଏଲ ଆଣ୍ଡ ଟି କର୍ମଚାରୀଙ୍କ ମୃତ୍ୟୁ
"ରାଇରଙ୍ଗପୁର/ବାଦାମପାହାଡ଼: ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ।
ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ପାହାଡ଼ପୁର ଗ୍ରାମ ନିକଟରେ ଏଲଆଣ୍ଡଟି କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ରାତିରେ ତାଙ୍କ ବାସସ୍ଥଳୀକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ବାଇକରୁ ଖସି ପଡ଼ିଥିଲେ ।
ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।Advertisment ମେଡିକାଲ ପରିସରରେ ଏଲଆଣ୍ଡଟି କମ୍ପାନୀର ବହୁ କର୍ମଚାରୀ ଉପସ୍ଥିତ ସକାଳେ ବାଦାମପାହାଡ଼ ଥାନା ପୁଲିସ ମେଡ଼ିକାଲ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।
ଏନେଇ ଥାନାରେ କେସ ନଂ ୧୩/୨୬ ରେ ମାମଲା ରୁଜୁ ହୋଇଛି ।
ମୃତ ଯୁବକ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ଗ୍ରାମର ଗନ୍ଧର୍ବ ସାହୁଙ୍କ ପୁଅ ମାନସ ରଞ୍ଜନ ସାହୁ (୪୪) ବୋଲି ଜଣାପଡ଼ିଛି ।
ମେଡିକାଲ ପରିସରରେ ଏଲଆଣ୍ଡଟି କମ୍ପାନୀର ବହୁ କର୍ମଚାରୀ ଉପସ୍ଥିତ ରହିଛନ୍ତି ।
Arrested: ହାତୀ ଦାନ୍ତ ଜବତ, ସମ୍ପୃକ୍ତ ମାଫିଆ ଗିରଫ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।