Accident: ବିଲାସପୁରରେ ଲ୍ୟାଣ୍ଡିଂ ପରେ ବିମାନର ଟାୟାର ଫାଟିଲା, ୩୫ ଯାତ୍ରୀ ସୁରକ୍ଷିତ
"ବିଲାସପୁର: ଛତିଶଗଡ଼ର ବିଲାସପୁର ବିମାନବନ୍ଦରରେ ଶୁକ୍ରବାର ଏକ ବିମାନର ଟାୟାର ଫାଟିଯିବାରୁ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।
ଦିଲ୍ଲୀରୁ ପ୍ରାୟ ୩୫ ଯାତ୍ରୀଙ୍କୁ ନେଇ ବିଲାସପୁର ଆସିଥିବା ଆଲାଏନ୍ସ ଏୟାର୍ର ବିମାନଟି ରନ୍ୱେରେ ଅବତରଣ କରିବା ପରେ ଟାୟାର ଫାଟିଥିଲା।
ତେବେ ପାଇଲଟ୍ଙ୍କ ସତର୍କତା ଯୋଗୁଁ ବିମାନଟିକୁ ସୁରକ୍ଷିତ ଭାବେ ଅଟକାଯାଇଥିଲା।
ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।Advertisment ବିମାନଟି ଅଟକିବା ପରେ ବିମାନବନ୍ଦରର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସମସ୍ତ ୩୫ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଥିଲା।
ଘଟଣାରେ କାହାରି କିଛି କ୍ଷତି ହୋଇନଥିବାରୁ ଯାତ୍ରୀ ଓ ବିମାନବନ୍ଦର କର୍ମଚାରୀମାନେ ଆଶ୍ୱସ୍ତ ହୋଇଥିଲେ।
ଏହି ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ବିଲାସପୁରରୁ ପ୍ରୟାଗରାଜ ଯିବାକୁ ଥିବା ଆଲାଏନ୍ସ ଏୟାର୍ର ପରବର୍ତ୍ତୀ ଉଡ଼ାଣକୁ ବାତିଲ କରାଯାଇଛି।
ବିମାନର ଟାୟାର ଫାଟିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ବିମାନର ବୈଷୟିକ ଯାଞ୍ଚ କରାଯାଉଛି।
ଯାଞ୍ଚ ପରେ ଟାୟାରରେ କେଉଁ କାରଣରୁ ସମସ୍ୟା ଦେଖାଦେଇଥିଲା, ତାହା ସ୍ପଷ୍ଟ ହେବ।
Accident: ବିଲାସପୁରରେ ଲ୍ୟାଣ୍ଡିଂ ପରେ ବିମାନର ଟାୟାର ଫାଟିଲା, ୩୫ ଯାତ୍ରୀ ସୁରକ୍ଷିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।