Accident: ଭୁବନେଶ୍ବର ପରେ ବ୍ରହ୍ମପୁରରେ ସିରିଜ୍ ଦୁର୍ଘଟଣା, ମହିଳା ମୃତ; ୯ରୁ ଅଧିକ ଗୁରୁତର
ଛତ୍ରପୁର/ବ୍ରହ୍ମପୁର: ଗଞ୍ଜାମଜିଲ୍ଲା ଛତ୍ରପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥର ଚମାଖଣ୍ଡି ଛକରେ ଆଜି ସନ୍ଧ୍ୟାରେ ଭୟଙ୍କର ସିରିଜ୍ ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଥିବାବେଳେ ୯ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯାଇଛି। ମୃତକ ହେଲେ ରୋଜାଲିନରାଣୀ ମିଶ୍ର (୪୨)। ସେ ବ୍ରହ୍ମପୁର ଗଜପତିନଗରର ବାସିନ୍ଦା ଏବଂ ଛତ୍ରପୁର ଟ୍ରେଜେରି କାର୍ଯ୍ୟାଳୟରେ କିରାଣି ଭାବେ କାର୍ଯ୍ୟରତ ଥିଲେ।ସୂଚନାନୁସାରେ, ଚମାଖଣ୍ଡି ଛକ ନିକଟରେ ଏକ କାର୍ ୟୁଟର୍ଣ୍ଣ ନେଉଥିବା ବେଳେ ଟ୍ରକ୍ଟି ପଛପଟୁ ଧକ୍କା ଦେବାରୁ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଅନ୍ୟ ବାଇକ୍ ଓ ସ୍କୁଟି ଚାଳକଙ୍କ ସମେତ ରାସ୍ତାରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ିଯାଇଥିଲା। ରୋଜାଲିନ୍ ତାଙ୍କର ଜଣେ ସହକର୍ମୀଙ୍କ ସହ ସ୍କୁଟିରେ ଫେରୁଥିବା ବେଳେ ଛିଟିକି ପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ନିକଟସ୍ଥ କରାପଲ୍ଲୀ, ପଣ୍ଡାପଲ୍ଲୀ ଓ ବଣଗାଁପଲ୍ଲୀର ଲୋକେ କାମ ସାରି ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ବେଳେ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କିଛି ଲୋକ ବାଇକ୍ ସହ ଘୋଷାରି ହୋଇ ଯାଇଥିଲେ।
Neglect: ଭତ୍ତା ବିନା ଭିକ୍ଷାବୃତ୍ତିରେ ବଞ୍ଚିଛନ୍ତି ୭ ବୁଢ଼ାବୁଢ଼ୀ
ଏହି ଦୁର୍ଘଟଣାରେ ରୋଜାଲିନଙ୍କ ସହକର୍ମୀ ଟି.କ୍ରିଷ୍ଣାଙ୍କ ସମେତ କରାପଲ୍ଲୀର କୃଷ୍ଣ ବିଷୋୟୀ (୨୮), ଉତ୍ତର ପ୍ରଦେଶର ବିକାଶ ରାଜପୁତ (୨୨), ବିନୋଦ କୁମାର (୪୦), ସୁନ୍ଦରପୁର ଗ୍ରାମର ରୋଶନ ନାହାକ (୨୬), ନାଉଳିନୂଆଗାଁର ଲକ୍ଷ୍ମୀଧର ଗୌଡ଼ (୪୫), ବି.ତୋଟାପଲ୍ଲୀ ଗ୍ରାମର ପ୍ରଭାକର ନାହାକ (୭୧), ତାଙ୍କର ଦୁଇ ନାତିନାତୁଣୀ ଲିପ୍ସାରାଣୀ (୮) ଓ ମୋହନଚନ୍ଦ୍ର (୧୪) ଗୁରୁତର ହୋଇଛନ୍ତି।
Horoscope 2026 October 15: ଜାଣନ୍ତୁ ଆଜିର ରାଶିଫଳ...
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବାରୁ ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଥିଲା। ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ, ଦୁର୍ଘଟଣା ରୋକିବାକୁ ଓଭରବ୍ରିଜ ନିର୍ମାଣ, ଜାତୀୟ ରାଜପଥରେ ପୁଲିସ ମୁତୟନ ଓ ବ୍ୟାରିକେଡ୍ ବ୍ୟବସ୍ଥା ପାଇଁ ଦାବି କରାଯାଇଥିଲା। ଗଞ୍ଜାମ ଏସ୍ପି ହରୀଶ ବିଶି, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ଆର୍.ସନ୍ତୋଷ ରେଡ୍ଡୀ, ସରପଞ୍ଚ ସିଏଚ୍. ମନୋଜ କୁମାର ରେଡ୍ଡୀ, ସିପିଆଇ ଜିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ୍. ଗିରିଜା ପ୍ରସାଦ ରେଡ୍ଡୀ, ପୂର୍ବତନ ସମିତିସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ବନୋଜ ନାହାକ ଓ କଂଗ୍ରେସ ନେତା ଭାଗୀରଥି ବେହେରାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।