Director Sachi Das: ନାଟ୍ୟ ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ୯୨ତମ ଜୟନ୍ତୀ: ‘ସଚ୍ଚି ଦାସ ଥିଲେ ଓଡ଼ିଆ କଳା କୋଣାର୍କର କାରିଗର’

Oct 15, 2026 - 09:03
Director Sachi Das: ନାଟ୍ୟ ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ୯୨ତମ ଜୟନ୍ତୀ: ‘ସଚ୍ଚି ଦାସ ଥିଲେ ଓଡ଼ିଆ କଳା କୋଣାର୍କର କାରିଗର’

"ଭୁବନେଶ୍ୱର: "ଓଡ଼ିଆ କଳା କୋଣାର୍କର କୁଶଳୀ କାରିଗର ଥିଲେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସ୍ୱର୍ଗତ ସଚ୍ଚି ଦାସ।

ଚଳଚ୍ଚିତ୍ର, ଧାରାବାହିକ, ଯାତ୍ରା, ମଞ୍ଚ ନାଟକରେ ଜଣେ ସଫଳ ଅଭିନେତା ଓ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ନାଟକରେ କିଛି ନୂଆ ସୃଷ୍ଟି କରିବା ପାଇଁ ସେ ସବୁବେଳେ ଚେଷ୍ଟିତ ଥିଲେ।

ତାଙ୍କ ଲେଖନୀ ଓ ନିର୍ଦ୍ଦେଶନାରେ ପ୍ରାଣହୀନ ନାଟକରେ ବି ପ୍ରାଣ ସଞ୍ଚରି ଉଠୁଥିଲା।

ତାଙ୍କ ନିର୍ଦ୍ଦେଶିତ ନାଟକ "ଶାଗୁଣା ବସିଛି ଡେଣା ମେଲେଇ" ଯାତ୍ରାପ୍ରେମୀ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛି।" ଓଡ଼ିଆ ନାଟ୍ୟ ଜଗତକୁ ସମୃଦ୍ଧ କରିବାରେ ତାଙ୍କ ଭୂମିକା ଅତୁଳନୀୟ।  "ଡ.ସଚ୍ଚି ଦାସ ମେମୋରିଆଲ ଟ୍ରଷ୍ଟ" ଓ "ବିଦ୍ୟାକନକ ସୃଜନାନୁଷ୍ଠାନ"ର ମିଳିତ ଆନୁକୁଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ତାଙ୍କ ୯୨ତମ ଜନ୍ମବାର୍ଷିକୀରେ ଅତିଥିମାନେ ଏହା କହିଛନ୍ତି।Advertisment Odisha FTA: ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ପୂର୍ବତନ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ହାଇଟେକ୍‌ ଗ୍ଲୋବାଲ୍‌ ଡିମଡ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡାକ୍ତର ଅକ୍ଷୟ କୁମାର ସାମଲ, ନାଟ୍ୟ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ, ସମର ମୁଦୁଲି, ଦିନେଶ ଦାସ, ସାହିତ୍ୟିକ ସଂଗ୍ରାମ ଜେନା, ଅନୁଷ୍ଠାନର ଅଧ୍ୟକ୍ଷ ନିହାର ରଞ୍ଜନ ଦାସ, ସମ୍ପାଦକ ମାନସ ରଞ୍ଜନ ଦାସ, ସ୍ୱର୍ଗତ ଦାସଙ୍କ ପୁତୁରା ବିଶ୍ୱକେତନ ଦାସ ପ୍ରମୁଖ ଯୋଗଦେଇଥିଲେ।

ଓଡ଼ିଆ ନାଟ୍ୟ ଜଗତ ପାଇଁ ସ୍ବର୍ଗତ ଦାସଙ୍କ ଅବଦାନ ଓ କୃତିତ୍ୱ ସମ୍ପର୍କରେ ଅତିଥିମାନେ ଆଲୋଚନା କରିବା ସହିତ ତାଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ରମାକାନ୍ତ ମହାପାତ୍ର ଓ ସୋନିକା ସାହୁଙ୍କୁ "ସଚ୍ଚି ଦାସ ସ୍ମୃତି ସମ୍ମାନ" ପ୍ରଦାନ କରାଯାଇଥିଲା।

IndiaSkills: ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି ଏହି ଅବସରରେ ନାଟକ "ଶୁଣନ୍ତୁ ହେ ଅଭିମନ୍ୟୁମାନେ" ମଞ୍ଚସ୍ଥ ହୋଇଥିଲା।

ବର୍ତ୍ତମାନର ଯୁବପିଢ଼ି କାମ, କ୍ରୋଧ, ଲୋଭ ଓ ମୋହର ବଶବର୍ତ୍ତୀ ହୋଇ ଅତି ଜଘନ୍ୟ ଅପରାଧ ଘଟାଉଛନ୍ତି।

ମହାଭାରତ ଯୁଦ୍ଧରେ ଅଭିମନ୍ୟୁ ଯେମିତି ଚକ୍ରବ୍ୟୁହରୁ ବାହାରି ପାରିନଥିଲେ, ଠିକ୍‌ ସେମିତି ଆଜିର ଯୁବପିଢ଼ି ଅପରାଧର ଚକ୍ରବ୍ୟୁହରେ ଫସି ବାହାରିବାର ବାଟ ପାଉନାହାନ୍ତି।

ଏଭଳି କଥାବସ୍ତୁକୁ ନେଇ ଏହି ନାଟକ ଦର୍ଶକଙ୍କୁ ଶିହରିତ କରିଥିଲା।

ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ବଳିଷ୍ଠ କାହାଣୀ ଓ ନିର୍ଦ୍ଦେଶିକା ସୋନିକା ସାହୁଙ୍କ ମାର୍ଗଦର୍ଶନ ନାଟକଟିକୁ ଜୀବନ୍ତ କରିଥିଲା।

ସ୍ୱର୍ଗତ ଦାସଙ୍କ ଝିଅ ରଶ୍ମି ଦାସ ମଞ୍ଚ ପରିଚାଳନା କରିଥିଲେ।

ବିଦ୍ୟାକନକ ସୃଜନାନୁଷ୍ଠାନର ସମ୍ପାଦକ ଶୁଭକାନ୍ତ ପାଢ଼ୀ ଧନ୍ୟବାଦ ଦେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।