01 NOVEMBER 2026

Welcome!

Unlock your personalized experience.
Sign Up

War: ଋଷ୍‌-ୟୁକ୍ରେନ୍ ଯୁଦ୍ଧ ରୋକିବାକୁ ଭାରତର ତିନିସୂତ୍ରୀ ଉଦ୍ୟମ!

Nov 01, 2026 - 21:59
War: ଋଷ୍‌-ୟୁକ୍ରେନ୍ ଯୁଦ୍ଧ ରୋକିବାକୁ ଭାରତର ତିନିସୂତ୍ରୀ ଉଦ୍ୟମ!

ନୂଆଦିଲ୍ଲୀ: ଋଷ୍‌-ୟୁକ୍ରେନ୍ ଯୁଦ୍ଧର ଅବସାନ ଓ ଏହାର ବିଶ୍ୱବ୍ୟାପୀ ପ୍ରଭାବ ହ୍ରାସ କରିବା ଦିଗରେ ଭାରତ ନିଜର କୂଟନୈତିକ ଉଦ୍ୟମ ଜାରି ରଖିଛି। ଏହି ଯୁଦ୍ଧ ସହ ଜଡ଼ିତ ତିନୋଟି ପ୍ରମୁଖ ପ୍ରସଙ୍ଗରେ ଋଷ୍‌, ୟୁକ୍ରେନ୍ ଓ ୟୁରୋପୀୟ ଦେଶଗୁଡ଼ିକୁ ଆଲୋଚନା ଟେବୁଲକୁ ଆଣିବାକୁ ଭାରତ ଉଦ୍ୟମ କରୁଛି ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।

ରବିବାର ଆଟଲାଣ୍ଟାରେ ଅନୁଷ୍ଠିତ ଜି-୨୦ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ଜୟଶଙ୍କର ଏହି ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଭାରତର ପ୍ରଥମ ପ୍ରାଥମିକତା ହେଉଛି ସାଧାରଣ ବାଣିଜ୍ୟିକ ଜାହାଜ ଓ ଏଥିରେ କାର୍ଯ୍ୟରତ ନାବିକମାନଙ୍କ ସୁରକ୍ଷା। ଯୁଦ୍ଧ ସମୟରେ ବେସାମରିକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ନହେବା ଆବଶ୍ୟକ। ଦ୍ୱିତୀୟତଃ, କୃଷ୍ଣ ସାଗର ଦେଇ ଋଷ୍‌ ଓ ୟୁକ୍ରେନ୍‌ରୁ ଖାଦ୍ୟଶସ୍ୟ ରପ୍ତାନି ପୁନଃ ଆରମ୍ଭ କରିବା ଉପରେ ଭାରତ ଗୁରୁତ୍ୱ ଦେଉଛି। ଯୁଦ୍ଧ ଯୋଗୁଁ ଏହି ରପ୍ତାନି ଯଥେଷ୍ଟ ହ୍ରାସ ପାଇଛି। ଫଳରେ ବିଶ୍ୱ ଖାଦ୍ୟ ବଜାର ପ୍ରଭାବିତ ହେବାର ଆଶଙ୍କା ରହିଛି।

ତୃତୀୟ ପ୍ରସଙ୍ଗ ହେଉଛି ଶକ୍ତି ଭିତ୍ତିଭୂମିର ସୁରକ୍ଷା। ତୈଳ ବିଶୋଧନାଗାର, ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ଓ ଇନ୍ଧନ ପରିବହନ କରୁଥିବା ଜାହାଜ ଉପରେ ଆକ୍ରମଣ ବନ୍ଦ କରିବା ନେଇ ମତପାର୍ଥକ୍ୟ ରହିଛି ବୋଲି ଜୟଶଙ୍କର କହିଛନ୍ତି। ତାଙ୍କ ମତରେ ଏହି ତିନିଟି କ୍ଷେତ୍ରରେ ସହମତି ହେଲେ ବିଶ୍ୱ ବାଣିଜ୍ୟ, ଖାଦ୍ୟ ଯୋଗାଣ ଓ ଶକ୍ତି ସୁରକ୍ଷାକୁ ବଡ଼ ଆଶ୍ୱସ୍ତି ମିଳିପାରିବ। ଯୁଦ୍ଧର ପ୍ରତ୍ୟକ୍ଷ ପ୍ରଭାବ ସୀମା ଡେଇଁ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରୁଥିବାରୁ ଭାରତର ଏହି କୂଟନୈତିକ ପ୍ରୟାସ ଗୁରୁତ୍ୱ ବହନ କରୁଛି। 

BRICS Summit 2026: ବ୍ରିକ୍ସରେ ଭାରତର କୂଟନୈତିକ ସନ୍ତୁଳନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।