Insurance: ବାଣ ଯୋଗୁଁ କାର୍ ବା ଗାଡ଼ି କ୍ଷତିଗ୍ରସ୍ତ ହେଲେ ମିଳିବ କି ଇନ୍ସୁରାନ୍ସ କ୍ଲେମ୍? ଜାଣନ୍ତୁ ନିୟମ

Nov 08, 2026 - 20:41
Insurance: ବାଣ ଯୋଗୁଁ କାର୍ ବା ଗାଡ଼ି କ୍ଷତିଗ୍ରସ୍ତ ହେଲେ ମିଳିବ କି ଇନ୍ସୁରାନ୍ସ କ୍ଲେମ୍? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଆଜି ଦୀପାବଳି!

ଆଲୋକ ଏବଂ ଖୁସିର ଏହି ପର୍ବରେ ଦେଶବ୍ୟାପୀ ବାଣ ଫୁଟାଯାଏ ।

କିନ୍ତୁ କେତେବେଳେ ଟିକିଏ ଅସାବଧାନତା କାରଣରୁ ବଡ଼ଧରଣର ଦୁର୍ଘଟଣା ଘଟିଥାଏ।

ଘର କିମ୍ବା ଅନ୍ୟାନ୍ୟ ଜିନିଷ ସାଙ୍ଗକୁ ରାସ୍ତାରେ ବା ପାର୍କିଂରେ ଥିବା ଗାଡ଼ିଗୁଡ଼ିକ ମଧ୍ୟ ଏହାର ଶିକାର ହୋଇଥାନ୍ତି।

ଯଦି ଦୀପାବଳି ସମୟରେ ଆପଣଙ୍କ କାର୍ କିମ୍ବା ବାଇକ୍ ବାଣ କାରଣରୁ ପୋଡ଼ିଯାଏ କିମ୍ବା କ୍ଷତିଗ୍ରସ୍ତ ହୁଏ, ତେବେ କ'ଣ ଆପଣଙ୍କୁ ବୀମା ମିଳିବ କି?

ଏନେଇ ଅଧିକାଂଶ ଗାଡ଼ି ମାଲିକଙ୍କ ମନରେ ପ୍ରଶ୍ନ ଉଠିଥାଏ।

ଆସନ୍ତୁ ଜାଣିବା ଏହାର ସଠିକ୍ ନିୟମ ଏବଂ ପ୍ରକ୍ରିୟା କ'ଣ।

Advertisment କେଉଁ ପଲିସିରେ ମିଳିବ କ୍ଲେମ୍?

ଗାଡ଼ିକୁ ବାଣ ଯୋଗୁଁ କ୍ଷତି ପହଞ୍ଚିଲେ କ୍ଲେମ୍ ମିଳିବ କି ନାହିଁ, ସେଥିପାଇଁ ଆପଣ କେଉଁ ପ୍ରକାରର ଇନ୍ସୁରାନ୍ସ ନେଇଛନ୍ତି, ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ | କମ୍ପ୍ରିହେନ୍ସିଭ୍ ପଲିସି (Comprehensive Policy): ଯଦି ଆପଣଙ୍କ ଗାଡ଼ିର କମ୍ପ୍ରିହେନ୍ସିଭ୍ ବା ପ୍ୟାକେଜ୍ ଇନ୍ସୁରାନ୍ସ ଅଛି, ତେବେ ନିଆଁ ଲାଗି ଗାଡ଼ି କ୍ଷତିଗ୍ରସ୍ତ ହେଲେ କ୍ଲେମ୍ ମିଳିବାର ପୂର୍ଣ୍ଣ ସମ୍ଭାବନା ରହିଛି।

ଏଥିରେ 'ଓନ୍ ଡ୍ୟାମେଜ୍' କଭର୍ ରହିଥାଏ।

ଥାର୍ଡ-ପାର୍ଟି ଇନ୍ସୁରାନ୍ସ (Third-Party Insurance): ଯଦି ଆପଣଙ୍କ ଗାଡ଼ିର କେବଳ ଥାର୍ଡ-ପାର୍ଟି ବୀମା ହୋଇଛି, ତେବେ ନିଜ ଗାଡ଼ିର କ୍ଷତି ପାଇଁ ଆପଣ କୌଣସି ଅର୍ଥ ପାଇବେ ନାହିଁ।

ଏହି ପଲିସି କେବଳ ଅନ୍ୟ ବ୍ୟକ୍ତି କିମ୍ବା ତାଙ୍କ ସମ୍ପତ୍ତିର କ୍ଷତିକୁ କଭର୍ କରିଥାଏ।

କ୍ଲେମ୍ ପାଇଁ କ'ଣ କରିବେ?

୧.

ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରନ୍ତୁ: ଦୁର୍ଘଟଣା ପରେ ଗାଡ଼ିର କ୍ଷତିଗ୍ରସ୍ତ ଅଂଶଗୁଡ଼ିକର ସ୍ପଷ୍ଟ ଫଟୋ ଓ ଭିଡିଓ ପ୍ରସ୍ତୁତ କରିରଖନ୍ତୁ।

ପାଖରେ ସିସିଟିଭି ଫୁଟେଜ୍ ଥିଲେ ତାହାକୁ ମଧ୍ୟ ସଂରକ୍ଷିତ ରଖନ୍ତୁ।

୨.

ବୀମା କମ୍ପାନୀକୁ ସୂଚନା ଦିଅନ୍ତୁ: ଘଟଣା ସାଙ୍ଗସାଙ୍ଗେ ନିଜର ଇନ୍ସୁରାନ୍ସ କମ୍ପାନୀର ହେଲ୍ପଲାଇନ୍ ନମ୍ୱର, ୱେବସାଇଟ୍ କିମ୍ବା ଆପ୍ ଜରିଆରେ ସୂଚନା ଦିଅନ୍ତୁ ଏବଂ କ୍ଲେମ୍ ରେଫରେନ୍ସ ନମ୍ୱର ସଂଗ୍ରହ କରନ୍ତୁ।

୩.

ପୁଲିସ କିମ୍ବା ଫାୟାର ବ୍ରିଗେଡ୍ ସହାୟତା: ବଡ଼ଧରଣର ନିଆଁ ଲାଗିଥିଲେ କିମ୍ବା କେହି ଜାଣିଶୁଣି କ୍ଷତି କରିଥିଲେ ତୁରନ୍ତ ପୁଲିସ କିମ୍ବା ଦମକଳ ବାହିନୀକୁ ଜଣାନ୍ତୁ ଏବଂ ଏଫ୍.ଆଇ.ଆର୍ (FIR) କରନ୍ତୁ।

୪.

ସର୍ଭେୟରଙ୍କ ଯାଞ୍ଚ: ବୀମା କମ୍ପାନୀ ପକ୍ଷରୁ ଜଣେ ସର୍ଭେୟର ଆସି ଗାଡ଼ିର କ୍ଷତି ଯାଞ୍ଚ କରିବେ।

ତାଙ୍କ ରିପୋର୍ଟ ଆଧାରରେ କ୍ଲେମ୍ ଅନୁମୋଦିତ ହୋଇଥାଏ।

ତେଣୁ, ସର୍ଭେୟର୍ ଯାଞ୍ଚ କରିବା ପୂର୍ବରୁ ଗାଡ଼ି ମରାମତି ଆରମ୍ଭ କରନ୍ତୁ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।