Accountant die: ଛାତରୁ ପଡ଼ି ପଞ୍ଚାୟତ ଆକାଉଣ୍ଟାଣ୍ଟଙ୍କ ମୃତ୍ୟୁ
"ତାଳଚେର: ଛାତରୁ ପଡି ପଞ୍ଚାୟତ ଆକାଉଣ୍ଟାଣ୍ଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ତେବେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଥିବାବେଳେ ପରିବାର ପକ୍ଷରୁ ପରକିୟା ପ୍ରୀତିକୁ ନେଇ ସୁପରିକଳ୍ପିତ ହତ୍ୟା ହୋଇଥିବା ଅଭିଯୋଗ ଆଣିଥିବା ଜଣାପଡ଼ିଛି।Advertisment ଆହୁରି ପଢନ୍ତୁ :Gang Rape: ହରିୟାଣା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ପୁଲିସ କର୍ମଚାରୀ ଓ ଦୁଇ ସିଆରପିଏଫ୍ ଯବାନ ଗିରଫ ସୂଚନା ମୁତାବକ, ବଅଁରପାଳ ଥାନା ସନ୍ତ୍ରୀ ଗ୍ରାମର ସୁରେନ୍ଦ୍ର ବାରିକ ତାଳଚେର ପଞ୍ଚାୟତ ସମିତିରେ ପଞ୍ଚାୟତ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ।
ସେ କୋଲିୟାରୀ ଥାନା ଡେରା ଅଞ୍ଚଳରେ ପରିବାର ସହିତ ଭଡା ଘରେ ରହୁଥିଲେ।
ଆଜି ସକାଳୁ ତାଙ୍କ ମୃତଦେହ ଛାତରୁ ତଳେ ପଡିଥିବା ଦେଖିବାକୁ ମିଳିଥିଲା।
ଗତକାଲି ରାତିରେ ସେ ଘରକୁ ଆସି ପରିବାର ସହିତ ଶୋଇଥିବାବେଳେ କୌଣସି କାରଣରୁ ସେ ଛାତ ଉପରକୁ ଯାଇ ଆଉ ଘରକୁ ଫେରିନଥିଲେ।
ଆଜି ତାଙ୍କ ମୃତଦେହ ତଳେ ପଡିଥିବାର ଘର ମାଲିକ ଦେଖି କୋଲିୟାରୀ ପୁଲିସକୁ ଖବର ଦେଇଥିଲେ।
ଆହୁରି ପଢନ୍ତୁ :firecracker blast: ରକ୍ତରେ ଭିଜିଲା ଗଣେଶ ଭସାଣି ଶୋଭାଯାତ୍ରା, ବାଣ ଫୁଟି ୩ ଆଙ୍ଗୁଠି ଛିଡି ପଡିଲା ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି।
ତେବେ ଭଡ଼ାଘରେ ଲାଗିଥିବା ସିସିଟିଭିର ତାରକୁ ଗତକାଲି କେହି ଦୃବୁର୍ତ୍ତ ଛିଣ୍ଡାଇ ଦେଇ ପଳାଇ ଯାଉଥିବାର ପଡୋଶୀ ଦେଖି ଘର ମାଲିକଙ୍କୁ ଅବଗତ କରାଇଥିଲେ।
ତେବେ ସିସିଟିଭି ତାର ଛିଣ୍ଡାଇବା ଘଟଣାକୁ ନେଇ ଏହା ଏକ ହତ୍ୟାକାଣ୍ଡବୋଲି ସନ୍ଦେହ କରିଛନ୍ତି ସୁରେନ୍ଦ୍ରଙ୍କ ପରିବାର ଲୋକେ।
ଏହାକୁ ନେଇ ମୃତ ସୁରେନ୍ଦ୍ରଙ୍କ ଭାଇ ସରୋଜ କୁମାର ବାରିକ କହିଛନ୍ତି ଯେ, ତାଙ୍କ ଭାଇଙ୍କୁ କେହି ଗତକାଲି ରାତିରେ ହତ୍ୟା କରି ଛାତରୁ ତଳକୁ ପକାଇ ଦେଇଛି।
ଯାହାକୁ ନେଇ ଥାନାରେ ମଧ୍ୟ ସେ ଲିଖିତ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି।
ଅଭିଯୋଗ ପାଇବା ପରେ ପୁଲିସ୍ ମାମଲା ରୁଜୁ କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।