Additional Transport Secretary Arrested: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ, ସହକର୍ମୀ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ
ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ। ସହକର୍ମୀ ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଅରୁଣ କୁମାର ବିଶ୍ୱାଳ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ ।
ସୂଚନା ଅନୁସାରେ, ଗୁରୁବାର ରାତିରେ ଭୁବନେଶ୍ୱରର ଜଣେ ମହିଳାଙ୍କ ଘରେ ଅରୁଣ ବିଶ୍ୱାଳ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ସେଠାରେ ହଙ୍ଗାମା କରିବା ଏବଂ ମହିଳାଙ୍କ ସହ ଅସଦାଚରଣ କରିଥିବା ନେଇ ଅଭିଯୋଗ ଆସିଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସର PCR ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଅରୁଣ ବିଶ୍ୱାଳଙ୍କୁ ଖାରବେଳନଗର ଥାନାକୁ ନିଆଯାଇ ପଚରାଉଚରା କରାଯାଇଥିଲା। ଘଟଣା ସମ୍ପର୍କରେ ମହିଳାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିବା ରିପୋର୍ଟରେ କୁହାଯାଇଛି।
ଏହି ଘଟଣାକୁ ନେଇ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି। ଅଭିଯୋଗରେ ରାତି ଅଧରେ ମହିଳାଙ୍କ ଘରେ ପଶିବା, ହଙ୍ଗାମା କରିବା ଓ ଅସଦାଚରଣ ଭଳି ଅଭିଯୋଗ ରହିଥିବା ଜଣାପଡ଼ିଛି। ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ଓ ଅଭିଯୋଗର ସତ୍ୟତା ନେଇ ପୋଲିସର ତଦନ୍ତ ଜାରି ରହିଛି।
ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ
ଅରୁଣ ବିଶ୍ବାଳଙ୍କୁ ଗିରଫ କଲା ଖାରବେଳନଗର ପୋଲିସ
ସହକର୍ମୀ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଆଧାରରେ ଗିରଫ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।