Afg vs Ind T20I: ଭାରତ ଆଗରେ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ

Sep 13, 2026 - 21:39
Afg vs Ind T20I: ଭାରତ ଆଗରେ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ

"ନୂଆଦିଲ୍ଲୀ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଛନ୍ତି।

ଅଜମାତୁଲ୍ଲାହ ଓମରଜଇଙ୍କ ଅର୍ଦ୍ଧଶତକ ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୫୬ ରନ୍‌ ସଂଗ୍ରହ କରିଛି।

ଫଳରେ ଭାରତକୁ ୧୫୭ ରନ୍‌ର ଲକ୍ଷ୍ୟ ମିଳିଛି।

Advertisment ଆଫଗାନିସ୍ତାନର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା।

ଦଳ ଦଳ ୫ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା।

ସେହିପରି ୩୮ ରନ୍‌ରେ ଦ୍ବିତୀୟ, ୩୯ ରନ୍‌ରେ ତୃତୀୟ୪।

ରନ୍‌ରେ ଚତୁର୍ଥ ଏବଂ ୪୩ ରନ୍‌ରେ ପଞ୍ଚମ ଝଟକା ପାଇଥିଲା।

ଅର୍ଦ୍ଧଶତକ ପୂର୍ବରୁ ଦଳ ଆଗଧାଡ଼ିର ୫ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା।

ଓପରନ ରହମନୁଲ୍ଲା ଗୁରବାଜ ନୁର ଅହମଦ ଖାତା ଖୋଲିପାରି ନଥିଲେ।

ଗୁଲାବଦିନ ନବି ଏବଂ ଡାରୱିସ ରାସୋଲି ୨-୨ ରନ୍‌ ସଂଗ୍ରହ କରିଥିଲେ।

ରସିଦ ଖାନା ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଥିଲେ।

ଇବ୍ରାହିମ ଜଦ୍ରାନ ୧୧ ରନ୍‌, ସକିଦୁଲ୍ଲା ଅଟଲ ୧୩ ରନ୍‌, ମହମ୍ମଦ ନବି ୩୩ ରନ୍‌ କରିଥିଲେ।

NSG: କ୍ରିକେଟ୍‌ ସଂଘ ଏନ୍‌ଏସ୍‌ଜି ଅଧୀନକୁ ଆସୁନାହାନ୍ତି କାହିଁକି?

ଭାରତ ପକ୍ଷରୁ ଦ୍ରୁତ‌ ବୋଲର ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ।

ଯଶପ୍ରୀତ ବୁବରା, ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।