21 SEPTEMBER 2026

Welcome!

Unlock your personalized experience.
Sign Up

Ahe Nilashaila: ‘ଆହେ ନୀଳଶଇଳ’ର ୩୯ତମ ସୋ’ ପ୍ରଦର୍ଶନ: ଓଡ଼ିଆ ଭାବାବେଗ ସହ ଜଡ଼ିତ ଶ୍ରୀଜଗନ୍ନାଥ

Sep 21, 2026 - 07:00
Ahe Nilashaila: ‘ଆହେ ନୀଳଶଇଳ’ର ୩୯ତମ ସୋ’ ପ୍ରଦର୍ଶନ: ଓଡ଼ିଆ ଭାବାବେଗ ସହ ଜଡ଼ିତ ଶ୍ରୀଜଗନ୍ନାଥ

ଭୁବନେଶ୍ୱର: ଓଡ଼ିଆ ଭାବାବେଗ ସହ ଜଡ଼ିତ ଶ୍ରୀଜଗନ୍ନାଥ। ଆଜି ପତିତପାବନଙ୍କ ଉପରେ ପରିବେଷଣ ହେଉଥିବା ନାଟକରେ ପ୍ରତିଟି ଓଡ଼ିଆ ନିମଗ୍ନ ହୋଇଯାଇଥିଲେ। ନାଟକରେ ପଣ୍ଡାଙ୍କ ‘ହୋ ଭକତେ... ହୋ’ ଡାକରେ ‘ଓ’ କରୁଥିଲେ ଦର୍ଶକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜୟଗାନ କରୁଥିଲେ ଦର୍ଶକ। ସତେକି ରବୀନ୍ଦ୍ର ମଣ୍ଡପ ପାଲଟି ଯାଇଥିଲା ବଡ଼ଦାଣ୍ଡ। ଯବନ କନ୍ୟା ରିଜିଆ ତୁଣ୍ଡରେ ‘ଜଗନ୍ନାଥଙ୍କୁ ଥରେ ପାଇଲେ ଜୀବନରେ ସବୁ ନପାଇବାର ଅବସୋସ ମେଣ୍ଟିଯାଏ’ ସଂଳାପ ସାରା ପ୍ରେକ୍ଷାଳୟରେ କରତାଳିର ଗୁଞ୍ଜରଣ ଖେଳାଇ ଦେଇଥିଲା। ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିବା ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ୩୯ତମ ସୋ’ ପ୍ରଦର୍ଶନ ପରିବେଶକୁ ପୂରା ଜଗନ୍ନାଥ ପ୍ରେମରେ ବାନ୍ଧି ରଖିଥିଲା। 

Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର

ବହୁ ନୂଆ ଦର୍ଶକଙ୍କ ସହ କିଛି ପୁରୁଣା ମୁହଁଙ୍କୁ ବି ପ୍ରେକ୍ଷାଳୟରେ ଦେଖିବାକୁ ମିଳିଥିଲା। କିଏ ଦ୍ବିତୀୟ ତ କିଏ ତୃତୀୟଥର ପାଇଁ ଏହି ନାଟକକୁ ଦେଖିବାକୁ ଆସିଥିଲେ। ନାଟକର ୩୯ତମ ସୋ‌’ ଅବସରରେ ଦର୍ଶକମାନେ ଜାତିର ପ୍ରାଣ ଶ୍ରୀଜଗନ୍ନାଥଙ୍କ କଥା, କାହାଣୀ ଦେଖି ପୁଣି ଭାବବିହ୍ବଳ ହୋଇ ଉଠିଥିଲେ। ପ୍ରେକ୍ଷାଳୟ ଦର୍ଶକପୂର୍ଣ୍ଣ ହୋଇଯାଇଥିବା ବେଳେ ନାଟକକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ସୀମା ଲଂଘିଥିଲା। ଏହି ଅବସରରେ ଖୁସି ରିଏଲକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଠାକର ଅତିଥି ଭାବେ ଯୋଗ ଦେଇଥିଲେ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ଦର୍ଶକଙ୍କୁ ସ୍ବାଗତ କରିଥିଲେ। ୨୧ ତାରିଖ ଯାଏଁ ରବୀନ୍ଦ୍ର ମଣ୍ଡପରେ ଏହି ନାଟକ ମଞ୍ଚସ୍ଥ ହେବ।

S Jaishankar: ୟୁଏନ୍‌ଜିଏରେ ଭାରତୀୟ ଦଳର ନେତୃତ୍ୱ ନେବେ ଜୟଶଙ୍କର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।