AI: ଏଆଇକୁ ଧିମା କରିବା ଆମେରିକାର ଷଡ଼୍ଯନ୍ତ୍ର: ଚୀନ
"ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବିକାଶକୁ ଧିମା କରିବା ଲାଗି ଆନ୍ଥ୍ରୋପିକର ସିଇଓ ଡୋରିଓ ଆମୋଦେଇ ଦେଇଥିବା ପ୍ରସ୍ତାବ ଆମେରିକାର ଏକ ଷଡ଼ଯନ୍ତ୍ର ବୋଲି ଚୀନ କହିଛି।
ପ୍ରଯୁକ୍ତି ଉପରେ ନିଜର ଏକଚାଟିଆ ଅଧିକାରକୁ ବଜାୟ ରଖିବା ଲାଗି ଆମେରିକା ଏଭଳି ଚାଲାକି କରୁଛି।
ଚୀନକୁ ପଠାଯାଉଥିବା କମ୍ପ୍ୟୁଟର ଚିପ୍ ଉପରେ ରୋକ ଲଗାଇବାକୁ ଆମୋଦେଇ ଆମେରିକା ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।
Advertisment Supremecourt: ହିନ୍ଦୀରେ "ଜନ ସୂଚନା ସେବା" ଆରମ୍ଭ କରିବେ ସୁପ୍ରିମ୍କୋର୍ଟ ସେ କହିଥିଲେ ଆମେରିକାର ମହଙ୍ଗା ଓ ଅତ୍ୟାଧୁନିକ ଏଆଇ ମଡେଲ୍ର ପ୍ରଶ୍ନୋତ୍ତର ତଥ୍ୟକୁ ବ୍ୟବହାର କରି ଚୀନ କମ୍ ଖର୍ଚ୍ଚରେ ଓ କମ୍ ସମୟରେ ନିଜର ନୂଆ ଏଆଇ ମଡେଲ୍ ପ୍ରସ୍ତୁତ କରିନେଉଛି।
ଚୀନର ଅଧିକାଂଶ ଏଆଇ ଲ୍ୟାବ ସେହି ଢାଞ୍ଚାରେ କାମ କରୁଥିବା ଆମୋଦେଇ ଅଭିଯୋଗ କରିଥିଲେ।
ଚୀନର ସରକାରୀ ସମ୍ବାଦପତ୍ର "ଗ୍ଲୋବାଲ୍ ଟାଇମ୍ସ" କହିଛି, ବିଶ୍ବ ଏଆଇ ବ୍ୟବସ୍ଥାରୁ ଚୀନକୁ ଅଲଗା ରଖିବା ଲାଗି ଆମେରିକା ଷଡ଼୍ଯନ୍ତ୍ର କରିଛି।
ଏହା ହେଉଛି ଏକ ଗୋପନ ଏଆଇ ଶୀତଳଯୁଦ୍ଧ।
ଏଆଇ ବିକାଶରୁ ଚୀନକୁ ଅଲଗା କଲେ ସାରା ବିଶ୍ବର କ୍ଷତି ହେବ।
Man Dies of Electric Shock ଷଣ୍ଢ ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ବୃଦ୍ଧ ମୃତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।