12 OCTOBER 2026

Welcome!

Unlock your personalized experience.
Sign Up

AI: ଏଆଇ ଉପରେ ମଣିଷର ନିୟନ୍ତ୍ରଣ ଜରୁରୀ: ନାଡ଼େଲା

Oct 11, 2026 - 21:03
AI: ଏଆଇ ଉପରେ ମଣିଷର ନିୟନ୍ତ୍ରଣ ଜରୁରୀ: ନାଡ଼େଲା

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ରୁତଗତିରେ ଉନ୍ନତ ହେଉଥିବା ବେଳେ ଏହା ଉପରେ ମଣିଷର ନିୟନ୍ତ୍ରଣ ରହିବା ଜରୁରୀ। ଆବଶ୍ୟକ ପଡ଼ିଲେ ଏଆଇ ବ୍ୟବସ୍ଥାକୁ ତୁରନ୍ତ ଅଟକାଇବା କିମ୍ବା ବନ୍ଦ କରିବା ପାଇଁ ମଣିଷ ଦ୍ବାରା ନିୟନ୍ତ୍ରିତ ଜରୁରିକାଳୀନ ବ୍ୟବସ୍ଥା ବା ‘କିଲ୍ ସ୍ୱିଚ୍’ ରହିବା ଦରକାର ବୋଲି କହିଛନ୍ତି ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡ଼େଲା।

ଆହୁରି ପଢନ୍ତୁ: flood: ନେପାଳରେ ପୁଣି ଆକସ୍ମିକ ବନ୍ୟା, ୩୫ରୁ ଅଧିକ ଘର ଓ ସେତୁ ଭାସିଗଲା

ନାଡ଼େଲାଙ୍କ ମତରେ ଏଆଇଗୁଡ଼ିକ ଦିନକୁ ଦିନ ଅଧିକ ଶକ୍ତିଶାଳୀ ଓ ସ୍ବୟଂଚାଳିତ ହେଉଥିବାରୁ ସେଗୁଡ଼ିକୁ ଅଟକାଇବା କିମ୍ବା ବନ୍ଦ କରିବା ଦକ୍ଷତା ମଣିଷ ନିକଟରେ ରହିବା ଆବଶ୍ୟକ। ନୂଆ ନୂଆ ପ୍ରଯୁକ୍ତି ମୁଣ୍ଡ ଟେକୁଥିବାରୁ ବିପଦକୁ ପରିଚାଳନା କରିବା ପାଇଁ ଏଆଇ ବ୍ୟବସ୍ଥା ଉପରେ ଦୃଢ଼ ନିରାପତ୍ତା, ମାନବ ନିରୀକ୍ଷଣ ଏବଂ ସ୍ପଷ୍ଟ ପରିଚାଳନା ପଦ୍ଧତି ରହିବା ଉଚିତ। ଏଆଇ ମଡେଲ୍‌କୁ ପରିଚାଳନା କରୁଥିବା ବ୍ୟବସ୍ଥା ଓ ମଡେଲ୍‌କୁ ପୃଥକ୍ ରଖିବା ଦରକାର। ଏହାଦ୍ୱାରା ଏଆଇରେ ତ୍ରୁଟି ଦେଖାଦେଲେ କିମ୍ବା ଏହାର ସୁରକ୍ଷା ବିପଦଗ୍ରସ୍ତ ହେଲେ ଅଧିକୃତ ମଣିଷ ସ୍ୱାଧୀନ ଭାବେ ହସ୍ତକ୍ଷେପ କରିପାରିବେ। ଅନିଚ୍ଛାକୃତ ପରିଣାମକୁ ରୋକିବା ଏବଂ ବିପଦକୁ କମ୍‌ କରିବା ପାଇଁ ଏଆଇ ବ୍ୟବସ୍ଥାର ସ୍ବାଧୀନ ନିୟନ୍ତ୍ରଣ, ସ୍ବଚ୍ଛ ଅନୁଧ୍ୟାନ, ସ୍ୱାଧୀନ ଅଡିଟ୍‌ ଏବଂ ନିର୍ଭର‌‌ଯୋଗ୍ୟ ପ୍ରତିରୋଧ ବ୍ୟବସ୍ଥାର ବିକାଶ ପାଇଁ ସେ ମତ ଦେଇଛନ୍ତି।

ଆହୁରି ପଢନ୍ତୁ: India vs West Indies T20: ୱେଷ୍ଟଇଣ୍ଡିଜ୍‌କୁ ୨୨୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ, ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ

ସମ୍ପ୍ରତି କେତେକ ଏଆଇ ବ୍ୟବସ୍ଥା ଅପ୍ରତ୍ୟାଶିତ ଭାବେ କାର୍ଯ୍ୟ କରିବା ଓ ସାଇବର ସୁରକ୍ଷା ସମ୍ପର୍କିତ ଘଟଣା ସାମ୍ନାକୁ ଆସିବା ପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପାଇଛି। ବ୍ୟବସାୟ, ପ୍ରଶାସନ ଓ ଅନ୍ୟାନ୍ୟ ଜରୁରୀ କ୍ଷେତ୍ରରେ ଏଆଇର ବ୍ୟବହାର ବଢ଼ୁଥିବାରୁ ଏହାର ନିରାପତ୍ତା ଓ ମଣିଷର ନିୟନ୍ତ୍ରଣ ନିଶ୍ଚିତ କରିବା ଆହୁରି ଜରୁରୀ ହୋଇପଡ଼ିଛି। ଏଆଇ ମଡେଲ ଠିକ୍‌ରେ କାର୍ଯ୍ୟ ନକଲେ କିମ୍ବା ଅପ୍ରତ୍ୟାଶିତ ବ୍ୟବହାର କଲେ ସେଥିପାଇଁ ପ୍ରଭାବୀ ସୁରକ୍ଷା ବ୍ୟବସ୍ଥା ରହିବା ଉପରେ ସେ ଗୁରୁତ୍ବାରୋପ କରିବା ସହ ଏହା ମଧ୍ୟ କହିଛନ୍ତି ଯେ ମଡେଲ ସହିତ ସାଲିସ ହୋଇଛି ବୋଲି ଧରିନେବାକୁ ଏବଂ ଆରମ୍ଭରୁ ତାହାକୁ ନିୟନ୍ତ୍ରଣ କରିବାକୁ ହେବ। ତାଙ୍କ ମତରେ, କେବଳ କାର୍ଯ୍ୟଦକ୍ଷତା ଆଧାରରେ ଏଆଇ ଉପରେ ଭରସା ରହିବା ଠିକ୍‌ ନୁହେଁ; ବରଂ ଏହାର କାର୍ଯ୍ୟକୁ ନିରୀକ୍ଷଣ କରିବା, ସୀମା ନିର୍ଦ୍ଧାରଣ କରିବା ଓ ଆବଶ୍ୟକ ସମୟରେ ବନ୍ଦ କରିବାର କ୍ଷମତା ମନୁଷ୍ୟ ପାଖରେ ରହିବା ଉଚିତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।