Akhilesh: ଅଯୋଧ୍ୟାରୁ ଲଢ଼ିବେନି ଅଖିଳେଶ, ପବନ ପାଣ୍ଡେଙ୍କ ଉପରେ ଭରସା

Oct 11, 2026 - 22:28
Akhilesh: ଅଯୋଧ୍ୟାରୁ ଲଢ଼ିବେନି ଅଖିଳେଶ, ପବନ ପାଣ୍ଡେଙ୍କ ଉପରେ ଭରସା

"ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ବାଗ୍‌ଯୁଦ୍ଧ ତୀବ୍ର ହୋଇଛି।

ଅଯୋଧ୍ୟା ଆସନରୁ ଦୁହେଁ ସିଧାସଳଖ ନିର୍ବାଚନ ଲଢ଼ିବାକୁ ଯୋଗୀ ଆହ୍ୱାନ ଦେଇଥିବାବେଳେ ଅଖିଳେଶ ଏହାର ଜବାବ ଦେଇଛନ୍ତି।

ଅଯୋଧ୍ୟାରେ ଯୋଗୀଙ୍କ ସହ ନିଜେ ଲଢ଼ିବା ପରିବର୍ତ୍ତେ ସେଠାରେ ଦଳର ଯୁବ ନେତା ତଥା ପୂର୍ବତନ ବିଧାୟକ ପବନ ପାଣ୍ଡେଙ୍କ ଉପରେ ଭରସା ପ୍ରକଟ କରିଛନ୍ତି।Advertisment ଆହୁରି ପଢନ୍ତୁ: Durga puja: ମା" ଭଣ୍ଡାର ଘରଣୀଙ୍କ ପୀଠରେ ନବଦିନାତ୍ମକ ଉତ୍ସବ ଆରମ୍ଭ ଅକ୍ଟୋବର ୮ ତାରିଖରେ ଅଯୋଧ୍ୟା ଗସ୍ତ ସମୟରେ ଅଖିଳେଶ କହିଥିଲେ ଯେ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବା ପାଇଁ ବିଜେପିକୁ ପ୍ରାର୍ଥୀ ମିଳୁନାହାନ୍ତି।

ମୁଖ୍ୟମନ୍ତ୍ରୀ ନିଜ ଦାବି ଉପରେ ଏତେ ଆତ୍ମବିଶ୍ୱାସୀ ଥିଲେ ଅଯୋଧ୍ୟାରୁ ନିଜେ ନିର୍ବାଚନ ଲଢ଼ି ଦେଖାନ୍ତୁ ବୋଲି ସେ କହିଥିଲେ।

ଏହାର ଜବାବରେ ଶନିବାର ବଳରାମପୁରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗୀ କହିଥିଲେ, ଅଖିଳେଶ ଅଯୋଧ୍ୟାରୁ ନାମାଙ୍କନ ଦାଖଲ କରନ୍ତୁ, ସେ ମଧ୍ୟ ସେଠାରୁ ଲଢ଼ିବାକୁ ପ୍ରସ୍ତୁତ।

ଲଢ଼େଇ ସିଧାସଳଖ ହେବା ଦରକାର, ଚେଲାମାନଙ୍କ ମାଧ୍ୟମରେ ନୁହେଁ।

ବଳରାମପୁରରେ ୮୦୩ କୋଟି ଟଙ୍କା ବ୍ୟୟରେ ୭୮ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗୀ ଏହି ମନ୍ତବ୍ୟ ଦେଇଥିଲେ।

ଆହୁରି ପଢନ୍ତୁ: India: ଭାରତ ଆଣବିକ ଧମକକୁ ଡରେ ନାହିଁ: ଜାତିସଂଘରେ ପାକିସ୍ତାନକୁ ଅନମୋଲ ସିଂହଙ୍କ କଡ଼ା ଜବାବ ଯୋଗୀଙ୍କ ଆହ୍ୱାନର କିଛି ସମୟ ପରେ ଅଖିଳେଶ ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ଲେଖିଥିଲେ, ପବନର ଝଟକା ଆସିବ, ଅହଂକାର ଉଡ଼ିଯିବ।

ଅଯୋଧ୍ୟାରେ ଚାନ୍ଦା ଓ ଦାନ ଲୁଟୁଥିବା ଲୋକଙ୍କୁ ହରାଇବା ପାଇଁ ସପାର ଜଣେ ଯୁବ "ପିଡିଏ ପ୍ରହରୀ" ଯଥେଷ୍ଟ ବୋଲି ସେ ଦାବି କରିଥିଲେ।

ଅଖିଳେଶ ଆହୁରି କହିଥିଲେ ଯେ ଅଯୋଧ୍ୟାର ମହିଳାମାନେ ମଧ୍ୟ ଏଥର ଜବାବ ଦେବେ।

ଏହାସହ ସେ ଅଯୋଧ୍ୟାରୁ ସପା ପ୍ରାର୍ଥୀ ଭାବେ ପବନ ପାଣ୍ଡେଙ୍କ ନାମ ଉଲ୍ଲେଖ କରିଥିଲେ।

ପବନ ପାଣ୍ଡେଙ୍କୁ ୨୦୨୭ ନିର୍ବାଚନ ପାଇଁ ଅଯୋଧ୍ୟା ଆସନରେ ପ୍ରାର୍ଥୀ କରିବା ନେଇ ସପା ପୂର୍ବରୁ ଘୋଷଣା କରିସାରିଛି।

ଅନ୍ୟପକ୍ଷରେ ଯୋଗୀ ଅଯୋଧ୍ୟାର ବିକାଶ ଓ ଧାର୍ମିକ ମହତ୍ତ୍ୱକୁ ଉଲ୍ଲେଖ କରି ପୂର୍ବତନ ସପା ସରକାରଙ୍କୁ ସମାଲୋଚନା କରିଛନ୍ତି।

ଏହି ବୟାନ ଯୁଦ୍ଧ ମଧ୍ୟରେ ଅଯୋଧ୍ୟା ଆସନକୁ ନେଇ ଉଭୟ ଦଳର ରାଜନୈତିକ ପ୍ରସ୍ତୁତି ଚର୍ଚ୍ଚାରେ ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।