AI: ଏଆଇ ମଣିଷ ଜାତିକୁ ନଷ୍ଟ କରିପାରେ: ବିକାଶର ଗତି କମାଇବାକୁ ଆମୋଦେଇଙ୍କ ଆହ୍ୱାନ

Sep 13, 2026 - 21:18
AI: ଏଆଇ ମଣିଷ ଜାତିକୁ ନଷ୍ଟ କରିପାରେ: ବିକାଶର ଗତି କମାଇବାକୁ ଆମୋଦେଇଙ୍କ ଆହ୍ୱାନ

"ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ଥ୍ରୋପିକ୍‌ର ସିଇଓ ଡାରିଓ ଆମୋଦେଇ।

ଏଆଇ ବିକାଶର ଗତି ଏଭଳି ରହିଲେ ଏହାକୁ ନିୟନ୍ତ୍ରଣ କରିବା ମଣିଷର ସାମର୍ଥ୍ୟ ବାହାରକୁ ଚାଲିଯାଇପାରେ ଏବଂ ଏହା ମାନବଜାତି ପାଇଁ ଅତ୍ୟନ୍ତ ଗମ୍ଭୀର ବିପଦ ସୃଷ୍ଟି କରିପାରେ ବୋଲି ସେ ଚେତାଇଛନ୍ତି।

ଏଥିପାଇଁ ଏଆଇ ମଡେଲ୍‌ର କ୍ଷମତା ବୃଦ୍ଧିର ଗତି କମାଇବାକୁ ସେ ବିଶ୍ୱର ଏଆଇ କମ୍ପାନିଗୁଡ଼ିକୁ ଆହ୍ୱାନ ଦେଇଛନ୍ତି।Advertisment ଆମୋଦେଇ ଶନିବାର ପ୍ରକାଶ କରିଥିବା ଏକ ଦୀର୍ଘ ଲେଖାରେ କହିଛନ୍ତି ଯେ, ଏଆଇର ବିକାଶ ଜାରି ରହିବା ଦରକାର, କିନ୍ତୁ ଏହା ଅତ୍ୟଧିକ ଦ୍ରୁତ ଗତିରେ ହେବା ଉଚିତ ନୁହେଁ।

ବିକାଶର ଗତି କିଛିଟା କମାଇଲେ ସୁରକ୍ଷା ବ୍ୟବସ୍ଥାକୁ ଏଆଇର କ୍ଷମତା ସହ ତାଳ ମିଳାଇବା ପାଇଁ ଅଧିକ ସମୟ ମିଳିବ ବୋଲି ସେ ମତ ଦେଇଛନ୍ତି।

ଆହୁରି ପଢନ୍ତୁ: Amit Shah: ଅମିତ୍‌ ଶାହଙ୍କ ବଡ଼ ଘୋଷଣା: ୨୦୨୯ ସୁଦ୍ଧା ଏନ୍‌ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ୟୁସିସି ଲାଗୁ ହେବ ଆମୋଦେଇଙ୍କ ଚିନ୍ତାର ଏକ ବଡ଼ କାରଣ ହେଉଛି ଏଆଇର ନିଜକୁ ନିଜେ ଉନ୍ନତ କରିବାର କ୍ଷମତା।

ତାଙ୍କ ମତରେ, ଅଧିକ କ୍ଷମତାଶାଳୀ ଏଆଇ ନିର୍ମାଣ ହେଉଥିବା ସମୟରେ ଯଦି ସୁରକ୍ଷା ପଦକ୍ଷେପ ସେହି ଅନୁପାତରେ ବିକଶିତ ନହୁଏ, ତେବେ ଭବିଷ୍ୟତରେ ଏଆଇ ଉପରେ ମଣିଷର ନିୟନ୍ତ୍ରଣ ହ୍ରାସ ପାଇବାର ଆଶଙ୍କା ରହିଛି।

ଏହି ବିପଦକୁ ରୋକିବା ପାଇଁ ଆମୋଦେଇ ତିନିଟି ପ୍ରମୁଖ ପଦକ୍ଷେପ ପ୍ରସ୍ତାବ ଦେଇଛନ୍ତି।

ଏଆଇ କମ୍ପାନିଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ସ୍ୱାଧୀନ ତୃତୀୟ ପକ୍ଷର ମୂଲ୍ୟାୟନକାରୀଙ୍କୁ ସ୍ଥାୟୀ ଭାବେ ନିୟୋଜିତ କରିବା, ବିଭିନ୍ନ କମ୍ପାନି ମଧ୍ୟରେ ସାଧାରଣ ସୁରକ୍ଷା ମାନଦଣ୍ଡ ତିଆରି କରିବା ଏବଂ ଏଆଇର ବିପଦ କମାଇବା ପାଇଁ ବିଭିନ୍ନ ଦେଶ ମଧ୍ୟରେ ସହଯୋଗ ବଢ଼ାଇବା ଏହାର ଅଂଶ।

ଆହୁରି ପଢନ୍ତୁ: Head-On collision ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର ଆମୋଦେଇଙ୍କ ଏହି ମତକୁ ଓପନ୍‌ଏଆଇ ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ଓ ଏକ୍ସଏଆଇର ମୁଖ୍ୟ ଏଲନ୍‌ ମସ୍କ ସମର୍ଥନ କରିଛନ୍ତି।

ଆମୋଦେଇଙ୍କ ଚିନ୍ତା ସହ ସେମାନେ ଏକମତ ଏବଂ ଏଆଇ ବିକାଶକୁ ଅଧିକ ସୁରକ୍ଷିତ ଓ ନିୟନ୍ତ୍ରିତ ଢଙ୍ଗରେ ଆଗକୁ ନେବା ଆବଶ୍ୟକ ବୋଲି ମତ ଦେଇଛନ୍ତି।

ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଆଇର ବିକାଶ ଗତି କମାଇବା ବିରୋଧରେ ମତ ପ୍ରକାଶ କରିବା ସହ ସୁରକ୍ଷା ବ୍ୟବସ୍ଥା ବିନା ଏଆଇର ଦ୍ରୁତ ବିକାଶ ମଣିଷ ଜାତି ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଉପରୋକ୍ତ ମତଦାତାମାନଙ୍କୁ "ନକାରାତ୍ମକ ଶକ୍ତି" ବୋଲି କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।