AI 171: ‘ଏଆଇ-୧୭୧’ ଦୁର୍ଘଟଣାର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ: ସମୀକ୍ଷା ପ୍ୟାନେଲରେ ପ୍ରତିନିଧିତ୍ୱ ମାଗିଲା ପାଇଲଟ ସଂଘ
"ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏଆଇ-୧୭୧ ବିମାନ ଦୁର୍ଘଟଣାର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ସମୀକ୍ଷା ପାଇଁ ଗଠନ କରାଯିବାକୁ ଥିବା ସ୍ୱତନ୍ତ୍ର କମିଟିରେ ସ୍ଥାନ ମାଗିଛି ପାଇଲଟ ସଂଗଠନ "ଫେଡେରେସନ ଅଫ୍ ଇଣ୍ଡିଆନ୍ ପାଇଲଟ୍ସ" (ଏଫ୍ଆଇପି)।
୨୦୨୫ ଜୁନ୍ ୧୨ରେ ଅହମ୍ମଦାବାଦରୁ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୬୦ ଜଣଙ୍କ ପ୍ରାଣହାନି ଘଟିଥିଲା।
ଏହି ଘଟଣାର ଚିଠା ରିପୋର୍ଟ ସମୀକ୍ଷା ପାଇଁ ଗଠିତ ପ୍ୟାନେଲରେ ପ୍ରତିନିଧିତ୍ୱ ଦେବାକୁ ଏଫ୍ଆଇପି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁଙ୍କୁ ଚିଠି ଲେଖି ଅନୁରୋଧ କରିଛି।Advertisment ସେପ୍ଟେମ୍ବର ୨୫ ତାରିଖରେ ଲେଖାଯାଇଥିବା ଏହି ଚିଠିରେ ପାଇଲଟ ସଂଘ ଦର୍ଶାଇଛି ଯେ, ବର୍ତ୍ତମାନ ପ୍ରସ୍ତୁତ ହେଉଥିବା ତଦନ୍ତ ରିପୋର୍ଟକୁ ଚୂଡ଼ାନ୍ତ ରୂପ ଦେବା କିମ୍ବା ସାର୍ବଜନୀନ କରିବା ପୂର୍ବରୁ ଏକ ସ୍ୱାଧୀନ କମିଟି ଦ୍ୱାରା ଯାଞ୍ଚ କରାଯିବାକୁ ସରକାର ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି।
ଯଦି ଏପରି କୌଣସି ସ୍ୱତନ୍ତ୍ର ସମୀକ୍ଷା ବ୍ୟବସ୍ଥା କରାଯାଉଛି, ତେବେ ସେଥିରେ ଏଫ୍ଆଇପିକୁ ଆନୁଷ୍ଠାନିକ ଭାବେ ମନୋନୀତ କରି ପ୍ରତିନିଧିତ୍ୱ ସୁଯୋଗ ଦିଆଯାଉ।
ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଦ୍ୱାରା ବର୍ଷେରୁ ଅଧିକ ସମୟ ଧରି ଚାଲିଥିବା ତଦନ୍ତ ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଉଛି।
ଏଫ୍ଆଇପି ଦାବି କରିଛି ଯେ, ବୋଇଂ ୭୮୭ ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଅଭିଜ୍ଞ ପାଇଲଟ, ଯନ୍ତ୍ରୀ ଓ ବିମାନ ବିଶେଷଜ୍ଞଙ୍କୁ ସାମିଲ କରାଯିବା ଆବଶ୍ୟକ ଥିଲା।
ଏଏଆଇବିର ବର୍ତ୍ତମାନର ତଦନ୍ତକାରୀଙ୍କ ପାଖରେ ଏଭଳି ଜଟିଳ ବିମାନ ଦୁର୍ଘଟଣା ତଦନ୍ତର ଆବଶ୍ୟକୀୟ ଦକ୍ଷତା ଓ ଅଭିଜ୍ଞତାର ଅଭାବ ରହିଛି।
ଆହୁରି ପଢନ୍ତୁ: Education: ଏଏସ୍ବିଏମ୍ ବିଶ୍ବବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ଉତ୍ସବ ସଂଗଠନ ପକ୍ଷରୁ ଆହୁରି କୁହାଯାଇଛି ଯେ, ରିପୋର୍ଟ ଚୂଡ଼ାନ୍ତ ହେବା ପୂର୍ବରୁ ଏକ ସ୍ୱାଧୀନ ବୃତ୍ତିଗତ ପାଇଲଟ ମହାସଂଘ ଦ୍ୱାରା ଉଠାଯାଇଥିବା ବୈଷୟିକ ଦିଗଗୁଡ଼ିକୁ ନିରପେକ୍ଷ ଭାବେ ଯାଞ୍ଚ କରାଯିବା ଉଚିତ।
ଆବଶ୍ୟକ ସ୍ଥଳେ ସେହି ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକୁ ତଦନ୍ତ ରେକର୍ଡରେ ସାମିଲ କରାଯିବା ଦରକାର ବୋଲି ସଂଘ ଦାବି କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।