AIIMS in Sambalpur: ସମ୍ବଲପୁରରେ ଏମ୍‌ସ ପ୍ରତିଷ୍ଠା ପ୍ରସଙ୍ଗ: ଆର୍‌ଟିଆଇ ଖୋଲିଦେଲା ଗୁମର

Sep 27, 2026 - 04:45
AIIMS in Sambalpur: ସମ୍ବଲପୁରରେ ଏମ୍‌ସ ପ୍ରତିଷ୍ଠା ପ୍ରସଙ୍ଗ: ଆର୍‌ଟିଆଇ ଖୋଲିଦେଲା ଗୁମର

"ସମ୍ବଲପୁର: ୨ ବର୍ଷ ତଳେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାବାସୀଙ୍କୁ ଏମ୍‌ସ ପ୍ରତିଷ୍ଠାର ସୁନେଲି ସ୍ବପ୍ନ ଦେଖାଇଥିଲେ।

ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଏବଂ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ପଠାଯାଇଥିବା ପ୍ରସ୍ତାବ ସମ୍ପର୍କରେ ଘୋଷଣା କରିଥିଲେ।

ଚଳିତ ବର୍ଷ ଫେବ୍ରୁଆରି ୧୧ ତାରିଖରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅଜୟ ଆଲୋକ ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀରେ ଏମ୍‌ସ ପ୍ରତିଷ୍ଠା ପାଇଁ ୧ ହଜାର ଏକର ଜାଗା ଖୋଜା ଯାଉଥିବା କହିଥିଲେ।

ହେଲେ ସୂଚନା ଅଧିକାର ଆଇନର ତଥ୍ୟ କିଛି ଅଲଗା କହୁଛି।

ତଥ୍ୟ କହୁଛି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରରେ ଏମ୍‌ସ ପ୍ରତିଷ୍ଠା ପାଇଁ ଦେଇଥିବା ପ୍ରସ୍ତାବକୁ ୨ ବର୍ଷ ତଳୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏଡ଼ାଇ ଯାଇଛନ୍ତି।

଼Advertisment Flood in Odisha: ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କଲେ ବିଧାୟକ ଗତ ଅଗଷ୍ଟ ୨୫ ତାରିଖରେ ପଶ୍ଚିମାଞ୍ଚଳ ୟୁଥ୍‌ ଆକ୍ସନ କମିଟି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ସୂଚନା ଅଧିକାର ଆଇନ ଯୋଗେ ସମ୍ବଲପୁରରେ ଏମ୍‌ସ ପ୍ରତିଷ୍ଠା ନେଇ ରହିଥିବା ପ୍ରସ୍ତାବ ସମ୍ପର୍କରେ ଉତ୍ତର ମାଗିଥିଲା।

ଚଳିତ ବର୍ଷ ସେପ୍ଟେମ୍ବର ୨୫ ତାରିଖରେ ମନ୍ତ୍ରଣାଳୟ ଏହାର ଉତ୍ତର ରଖିଥିଲା।

ଯେଉଁଥିରେ ୨୦୨୪ ମସିହା ଅଗଷ୍ଟ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଦେଇଥିବା ଲିଖିତ ପ୍ରସ୍ତାବ ରହିଛି।

୨୦୨୪ ମସିହା ଅକ୍ଟୋବର ୨୩ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତର ଦେଇ ଓଡ଼ିଶା ପାଇଁ ଭୁବନେଶ୍ବରରେ ଏମ୍‌ସ ପ୍ରତିଷ୍ଠା ହୋଇଥିବା ବେଳେ ବାଲେଶ୍ବରରେ ସପ୍ତାହକୁ ୨ ଦିନ ଓପିଡି ଚାଲୁଥିବା ଏମ୍‌ସର ସାଟେଲାଇଟ ସେଣ୍ଟର କାର୍ଯ୍ୟକ୍ଷମ ଥିବା ଦର୍ଶାଇଥିଲେ।

ପିଏମ୍‌ଏସ୍‌ଏସ୍‌ୱାଇ ଯୋଜନାରେ ରାଜ୍ୟର ବ୍ରହ୍ମପୁର, ବୁର୍ଲା ଓ କଟକ ମେଡିକାଲ କଲେଜର ସମ୍ପ୍ରସାରଣ ଓ ଉନ୍ନତିକୁ ଅନୁମୋଦନ ଦିଆଯାଇଥିବା ବି ଏଥିରେ ଉଲ୍ଲେଖ କରିଥିଲେ।

ଯଦି ରାଜ୍ୟ ସରକାର ସମ୍ବଲପୁରରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ଜାତୀୟ ସ୍ବାସ୍ଥ୍ୟ ମିସନ ଯୋଜନାରେ ପିଆଇପି ବା ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ୍ ପ୍ଲାନ୍ ଦିଅନ୍ତି ତେବେ ମନ୍ତ୍ରଣାଳୟ ଉକ୍ତ ପ୍ରସ୍ତାବରେ ସହାୟତା କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା ଲେଖିଥିଲେ।

ତେବେ ଉକ୍ତ ଚିଠିରେ ସମ୍ବଲପୁରରେ ଏମ୍‌ସ ପ୍ରତିଷ୍ଠା ହେବ ନାହିଁ ବୋଲି ସ୍ପଷ୍ଟ ଭାବେ ଦର୍ଶାଯାଇ ନଥିଲେ ହେଁ ସ୍ବାସ୍ଥ୍ୟସେବାର ଉନ୍ନତୀକରଣ ପାଇଁ ଅନ୍ୟ ପ୍ରସ୍ତାବ ମାଗିଥିଲେ କେନ୍ଦ୍ର ସରକାର।

Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ ଏହାପରେ ୨୦୨୫ ମସିହା ଜାନୁଆରି ୧୬ ତାରିଖରେ ସମ୍ବଲପୁର ସାଂସଦ ତଥା ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ରାଜ୍ୟର ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଚିଠି ପୂର୍ବରୁ ୨୦୨୪ ମସିହା ଅଗଷ୍ଟ ୨୨ ତାରିଖରେ ସାଂସଦ ମାଳବିକା ଦେବୀ କଳାହାଣ୍ଡିରେ ରାଜ୍ୟର ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ।

କିନ୍ତୁ ପିଏମ୍‌ଏସ୍‌ଏସ୍‌ୱାଇ ଯୋଜନାରେ ଓଡ଼ିଶାରେ ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ନେଇ ଅଦ୍ୟାବଧି କୌଣସି ବଜେଟ ବା ଅର୍ଥ ବ୍ୟବସ୍ଥା କରାଯାଇ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅଧିକାର ଆଇନ ଯୋଗେ ମଗାଯାଇଥିବା ତଥ୍ୟରେ ସ୍ପଷ୍ଟ କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।