Air India: : ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

Oct 14, 2026 - 22:43
Air India: : ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

"ଜୟପୁର: ଫ୍ରାଙ୍କଫର୍ଟରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆର ଏକ ଅନ୍ତର୍ଜାତୀୟ ବିମାନ ବୁଧବାର ସକାଳେ ଜୟପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି।

ବିମାନର ପାଇଲଟ୍ ଏକ ହାଇଜାକ୍‌ (ବିମାନ ଅପହରଣ) ସମ୍ପର୍କିତ ସତର୍କ ସୂଚନା ଜାରି କରିବା ପରେ ଏହାର ଗତିପଥ ପରିବର୍ତ୍ତନ କରି ଜୟପୁର ଅଭିମୁଖେ ନିଆଯାଇଥିଲା।

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସୂତ୍ରରୁ ଏହି ସୂଚନା ମିଳିଛି।

ବିମାନ ଚଳାଚଳ ନିୟାମକ ସଂସ୍ଥା ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରୁଛି।Advertisment ଏୟାର ଇଣ୍ଡିଆର "ଏଆଇ ୨୦୩୦" (ବୋଇଂ ୭୮୭-୯) ଜୟପୁରରେ ସୁରକ୍ଷିତ ଅବତରଣ କରିବା ପରେ ସୁରକ୍ଷା ଯାଞ୍ଚ ପାଇଁ ବିମାନକୁ ଏକ ନିର୍ଦ୍ଦିଷ୍ଟ ତଥା ପୃଥକ ମାର୍ଗକୁ ନିଆଯାଇଥିଲା।

ପ୍ରାଥମିକ ସୂଚନା ଅନୁଯାୟୀ, ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ ପରିଚାଳକ ଦଳ ସଦସ୍ୟମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇ ବିମାନବନ୍ଦର ଟର୍ମିନାଲର ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା। ₹2,100 Crore Approved: ଝାରସୁଗୁଡ଼ା ବିମାନବନ୍ଦରର ବିକାଶ ଲାଗି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ୨୧୦୦ କୋଟି: ପ୍ରଦୀପ ପୁରୋହିତ ସ୍କ୍ବାକ୍‌ ୭୫୦୦ଡିଜିସିଏ ସୂତ୍ର ଅନୁଯାୟୀ, ସକାଳ ୯ଟାରେ ବିମାନର ଟ୍ରାନ୍ସପୋଣ୍ଡ୍‌ରୁ "ସ୍କ୍ବାକ୍‌ ୭୫୦୦" କୋଡ୍‌ ମିଳିଥିଲା, ଯାହା ବିମାନ ଅପହରଣ କିମ୍ବା ବେଆଇନ ହସ୍ତକ୍ଷେପ ପାଇଁ ଏକ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ବିମାନ ଚଳାଚଳ କୋଡ୍ ଅଟେ।

ବିମାନର ମୁଖ୍ୟ ପାଇଲଟ୍‌ଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ସତର୍କ ସୂଚନା ବିମାନ ଚଳାଚଳ ନିୟନ୍ତ୍ରଣ କକ୍ଷ (ଏଟିସି) ପକ୍ଷରୁ ଗ୍ରହଣ କରାଯାଇଥିଲା, ଯାହା ପରେ ବିମାନକୁ ଜୟପୁର ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ବିମାନରେ ବୋମା ଆତଙ୍କଅନ୍ୟପଟେ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଏହି ଜରୁରୀ ଅବତରଣ କରାଯାଇଥିଲା।

ମାଲବୀୟ ନଗରର ସହକାରୀ ପୁଲିସ କମିସନର ଶିବ ଦୟାଲ କହିଛନ୍ତି ଯେ ବିମାନବନ୍ଦର କର୍ତ୍ତୃପକ୍ଷ ପୁଲିସକୁ ବୋମା ଆତଙ୍କ ଯୋଗୁ ଫ୍ରାଙ୍କଫର୍ଟ-ଦିଲ୍ଲୀ ବିମାନର ଜରୁରୀ ଅବତରଣ ସମ୍ପର୍କରେ ସୂଚନା ଦେଇଥିଲେ।

୯ଟା ୪୫ରେ ଅବତରଣ ପରେ ସୁରକ୍ଷା କର୍ମୀମାନେ ବିମାନକୁ କଡ଼ା ସୁରକ୍ଷା ମଧ୍ୟରେ ଯାଞ୍ଚ କରିଥିଲେ।

ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ଏହି ସୁରକ୍ଷା ଅପରେସନରେ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍), ବିମାନବନ୍ଦର ସୁରକ୍ଷା ସଂସ୍ଥା ଏବଂ ସ୍ଥାନୀୟ ପୁଲିସ ସାମିଲ ହୋଇଥିଲେ।

ଯାଞ୍ଚର ଏକ ଅଂଶ ଭାବରେ ଯାତ୍ରୀ ଏବଂ ସେମାନଙ୍କ ଜିନିଷପତ୍ରର ସମ୍ପୂର୍ଣ୍ଣ ସ୍କ୍ରିନିଂ କରାଯାଇଥିଲା।

ଏହା ସହିତ ନୂଆଦିଲ୍ଲୀରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)କୁ ମଧ୍ୟ ସତର୍କ ସୂଚନା ଦିଆଯାଇ ପ୍ରସ୍ତୁତ ରଖାଯାଇଥିଲା।

ଏହି ସମ୍ପୂର୍ଣ୍ଣ ସ୍ଥିତି ଉପରେ ଡିଜିସିଏ ପକ୍ଷରୁ ସତର୍କ ନଜର ରଖାଯିବା ସହ ଅଧିକ ଅନୁସନ୍ଧାନ ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।