air pollution: ବାୟୁ ପ୍ରଦୂଷଣ ସହ ଆତ୍ମହତ୍ୟା ପ୍ରବଣତାର ରହିଛି ସମ୍ପର୍କ: ଅଧ୍ୟୟନ

Sep 16, 2026 - 19:59
air pollution: ବାୟୁ ପ୍ରଦୂଷଣ ସହ ଆତ୍ମହତ୍ୟା ପ୍ରବଣତାର ରହିଛି ସମ୍ପର୍କ: ଅଧ୍ୟୟନ

"ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣଓ ଆତ୍ମହତ୍ୟା ପ୍ରବଣତା ମଧ୍ୟରେ ସମ୍ପର୍କ ଥିବା ଏକ ନୂଆ ଅନ୍ତର୍ଜାତୀୟ ଅଧ୍ୟୟନରୁ ଜଣାପଡ଼ିଛି।

କେତେକ ପ୍ରଦୂଷକ, ବିଶେଷକରି ବାୟୁରେ ଥିବା ଅତି ସୂକ୍ଷ୍ମ କଣିକା ଓ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌, ଆତ୍ମହତ୍ୟା, ଆତ୍ମହତ୍ୟା ଉଦ୍ୟମ ଓ ଆତ୍ମଘାତୀ ଚିନ୍ତାଧାରା ସହ ଜଡ଼ିତ ଥିବା ଗବେଷକମାନେ କହିଛନ୍ତି।Advertisment ବେଲଫାଷ୍ଟସ୍ଥିତ କ୍ୱିନ୍‌ସ ୟୁନିଭର୍ସିଟିର ଗବେଷକମାନେ ବାୟୁ, ଶବ୍ଦ, ଆଲୋକ ଓ ଜଳ ପ୍ରଦୂଷଣ ମାନସିକ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇପାରେ, ତାହା ନେଇ ପୂର୍ବରୁ ହୋଇଥିବା ଗବେଷଣାର ସମୀକ୍ଷା କରିଥିଲେ।

ଏଥିରେ ୨୯ଟି ଅଧ୍ୟୟନର ମେଟା-ବିଶ୍ଳେଷଣ କରାଯାଇଥିଲା।

ଏହା ସହ ୧୬ଟି ଅଧ୍ୟୟନର ଅଲଗା ସମୀକ୍ଷାରୁ ଅନ୍ୟ କେତେକ ପ୍ରଦୂଷକର ସମ୍ଭାବ୍ୟ ପ୍ରଭାବ ମଧ୍ୟ ଯାଞ୍ଚ କରାଯାଇଥିଲା।

ଅଧ୍ୟୟନରେ ବାୟୁରେ ଥିବା ସୂକ୍ଷ୍ମ କଣିକା ଓ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ସହ ଆତ୍ମହତ୍ୟା ମୃତ୍ୟୁ, ଆତ୍ମହତ୍ୟା ଉଦ୍ୟମ ଓ ଆତ୍ମଘାତୀ ଚିନ୍ତାଧାରାର ସମ୍ପର୍କ ମିଳିଛି।

ସୂକ୍ଷ୍ମ କଣିକା ଏତେ ଛୋଟ ଯେ ଏହା ଫୁସ୍‌ଫୁସ୍‌ର ଗଭୀର ଅଂଶରେ ପହଞ୍ଚିପାରେ।

କେତେକ କଣିକା ରକ୍ତପ୍ରବାହରେ ମଧ୍ୟ ପହଞ୍ଚିପାରେ।

ନାଇଟ୍ରୋଜେନ୍‌ଡାଇଅକ୍ସାଇଡ୍‌ ମୁଖ୍ୟତଃ ଯାନବାହନ ଓ ଅନ୍ୟ ଦହନ ପ୍ରକ୍ରିୟାରୁ ନିର୍ଗତ ହୁଏ।

ଅନ୍ୟପକ୍ଷରେ, ସଲ୍‌ଫର୍‌ ଡାଇଅକ୍ସାଇଡ୍‌, ଓଜୋନ୍‌ ଓ ଶବ୍ଦ ପ୍ରଦୂଷଣ ସହ ମଧ୍ୟ ଅଧିକ ଆତ୍ମହତ୍ୟା ପ୍ରବଣତାର ସମ୍ଭାବ୍ୟ ସମ୍ପର୍କ କେତେକ ଅଧ୍ୟୟନରେ ଦେଖାଯାଇଛି।

କିନ୍ତୁ ଆଲୋକ ଓ ଜଳ ପ୍ରଦୂଷଣ ସହ ଏଭଳି ସମ୍ପର୍କ ବାବଦରେ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ।

ଗବେଷକ ଓ ବିଶେଷଜ୍ଞମାନେ ପ୍ରଦୂଷଣ ଓ ଆତ୍ମଘାତୀ ବ୍ୟବହାର ମଧ୍ୟରେ ସମ୍ପର୍କ ଥିବା କହିଛନ୍ତି।

କିନ୍ତୁ ପ୍ରଦୂଷଣ ହିଁ ଏହାର ପ୍ରତ୍ୟକ୍ଷ କାରଣ ବୋଲି ପ୍ରମାଣ ମିଳିନାହିଁ।

ସାମାଜିକ-ଆର୍ଥିକ ସ୍ଥିତି, ସହରୀ ଜୀବନ, ଶାରୀରିକ ସ୍ୱାସ୍ଥ୍ୟ ଓ ଆବାସ ପରିସ୍ଥିତି ଭଳି ଅନ୍ୟ କାରଣ ମଧ୍ୟ ଏଥିରେ ଭୂମିକା ନେଇପାରେ।

ତେଣୁ ଗବେଷକମାନେ ପରିବେଶ ସୁରକ୍ଷା ଓ ମାନସିକ ସ୍ୱାସ୍ଥ୍ୟସେବା ମଧ୍ୟରେ ଅଧିକ ସମନ୍ୱୟ ସହ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି।

ପଶ୍ଚିମବଙ୍ଗର ୧୦ ବିଦ୍ରୋହୀ ଟିଏମ୍‌ସି ବିଧାୟକଙ୍କୁ ବିଧାନସଭାର ନୋଟିସ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।